ଓସ୍କାର ଚିଟଫଣ୍ଡ ମାମଲା : ଇଓଡବ୍ଲ୍ୟୁରେ ପହଂଚିଲେ ଗିରଫ ୩ ନିର୍ଦେଶକ

39

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ମାମଲାରେ ଇଓଡବ୍ଲ୍ୟୁରେ ପହଂଚିଲେ ଗିରଫ ୩ ନିର୍ଦେଶକ । ଓସ୍କାର ଚିଟଫଣ୍ଡ ସଂସ୍ଥାର ଗିରଫ ୩ ନିର୍ଦେଶକ କ୍ରାଇମବ୍ରାଂଚ୍ ଇଓଡବ୍ଲ୍ୟୁ,ବା ଅର୍ଥନୈତିକ ଅପରାଧ ଶାଖରେ ହାଜର ହୋଇଛନ୍ତି । ଗିରଫ ୩ ନିର୍ଦେଶକ କିର୍ତୀ ବସ୍ତିଆ, ଅବନୀ ପଟ୍ଟନାୟକ ଏବଂ ତାରା ପ୍ରସାଦ ହୋତାଙ୍କୁ ସଂସ୍ଥାର ଅର୍ଥ କାରକାର ନେଇ ଜେରା କରିବ କ୍ରାଇମବ୍ରାଂଚ୍ । ଓସ୍କାର ମୁଖ୍ୟ ପ୍ରଭାସ ରାଉତଙ୍କ ସହ ଏମାନଙ୍କୁ ସାମ୍ନାସାମ୍ନି ଜେରା କରିବାର ମଧ୍ୟ ସମ୍ଭାବନା ରହିଛି । ଅନ୍ୟପଟେ ପ୍ରଭାସ ରାଉତଙ୍କ ୫ ଦିନିଆ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ତାଙ୍କୁ ଆଜି ପୁଣି କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ତାଙ୍କୁ ୫ରୁ ୭ ଦିନ ପର୍ଯ୍ୟନ୍ତ ରିମାଣ୍ଡରେ ନେବା ପାଇଁ ପୁଣି ଆବେଦନ କରିବ ବୋଲି କ୍ରାଇମବ୍ରାଂଚ୍ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ପୂର୍ବରୁ ଗିରଫ ହୋଇ ଜେଲ ଯାଇଥିବା ଅନ୍ୟତମ ନିର୍ଦେଶକ ମୁନାପାତ୍ରଙ୍କୁ ମଧ୍ୟ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ କ୍ରାଇମବ୍ରାଂଚ୍ ।

୨୩୦ କୋଟି ଟଙ୍କାର ଏହି ଠକେଇରେ ବର୍ତମାନ ସୁଦ୍ଧା ୪୦ରୁ ୫୦ କୋଟି ଟଙ୍କାର ସଂପତି ଠାବ ହୋଇଥିବା ବେଳେ ଅବଶିଷ୍ଟ ରାଶି ନେଇ ଜେରା କରାଯିବ । ପୂର୍ବରୁ ପ୍ରଭାସଙ୍କୁ ଜେରା ବେଳେ ଓଡିଶା ସମେତ ମହରାଷ୍ଟ୍ର ଏବଂ ଗୁରୁରାଟରେ ବହୁ ସଂପତି ଥିବା ନେଇ ସୂଚନା ମିଳିଥିଲା । ଓଡିଶାର ବିଭିନ୍ନ ସ୍ଥାନରେ ୨୦ ଏକର ଜମି ଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ଜେରା ବେଳେ ପ୍ରଭାସଙ୍କ ଠାରୁ ଏ ସବୁ ତଥ୍ୟ ମିଳିଛି । ଅନ୍ୟପଟେ ଅର୍ଥ କାରବାର ଓ ଓଲିଉଡ୍ ଲିଙ୍କ୍ ନେଇ ମଧ୍ୟ ପ୍ରଭାସ ଏବଂ ଗିରଫ ନିର୍ଦେଶକଙ୍କୁ ଜେରା କରିପାରେ କ୍ରାଇମବ୍ରାଂଚ୍  ।