ଓସ୍କାର ଚିଟଫଣ୍ଡ ମୁଖ୍ୟ ଇଓଡବ୍ଲୁରେ ହାଜର : ଓଲିଉଡ୍ ଲିଙ୍କ୍ ନେଇ ତଦନ୍ତ କରିବ କ୍ରାଇମବ୍ରାଂଚ୍

22

vlcsnap-2016-06-10-13h15m53s981ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଗିରଫ ପରେ ଜେରା ପାଇଁ ଆଜି ଇଓଡବ୍ଲୁରେ ହାଜର ହୋଇଛନ୍ତି ଓସ୍କାର ଚିଟଫଣ୍ଡ ସଂସ୍ଥା ଚେୟାରମ୍ୟାନ ପ୍ରଭାସ ରାଉତ । ଗତକାଲି ତାଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଥିଲା । ଦିଲ୍ଲୀରେ ଏକ ମନ୍ଦିରରେ ଛଦ୍ମ ନାମରେ ରହୁଥିଲେ ପ୍ରଭାସ । ସଂସ୍ଥା ନାଁରେ ପାଖାପାଖି ୨୫୦ କୋଟି ଟଙ୍କାର ଠେଇ ଅଭିଯୋଗ ହୋଇଥିଲା । ପୂର୍ବରୁ ସଂସ୍ଥାର ଏମଡି ଗିରଫ ହୋଇଥିଲେ ଏବଂ ସଂସ୍ଥାର ସଂପତି ଆଟାଚ ହୋଇଥିବା କ୍ରାଇମବ୍ରାଂଚ ଡିଜି ବିକେ ଶର୍ମା ସୂଚନା ଦେଇଛନ୍ତି । ଓଡିଶା, ମହାରାଷ୍ଟ୍ର, ଗୁଜୁରାଟରେ ତାଙ୍କ କାରବାର ଥିଲା ।

ସେପଟେ ଓଲିଉଡରେ ଲାଗିଛି ପ୍ରଭାସ ରାଉତଙ୍କ କୋଟି କୋଟି ଚିଟଫଣ୍ଡ ଟଙ୍କା । ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ସେ ଫିଲ୍ମରେ ଲଗାଇ ମନୋରଂଜନ କରୁଥିଲେ । ୨୦୧୦ରେ ସେ ପ୍ରଥମେ ତୋ ଆଖିରେ ମୁଁ , ୨୦୧୧ରେ ମୋଷ୍ଟ ୱାଟେଂଡ୍, ୨୦୧୨ରେ ରଙ୍ଗିଲା ଟୋକା ଓ ୨୦୧୩ରେ ସେ ବାଳୁଙ୍ଗା ଟୋକା ନିର୍ମାଣ କରିଥିଲେ । ଏହି ୪ଟି ଫିଲ୍ମ ନିର୍ମାଣରେ ସେ ଚିଟଫଣ୍ଡ ଟଙ୍କା ଲଗାଇଥିଲେ । ତେବେ ପ୍ରଭାସଙ୍କ ସହ ଫିଲ୍ମରେ ଅଭିନୟ କରିଥିବା କଳାକାର ବି ତଦନ୍ତ ପରିସର ଭୁକ୍ତ ହୋଇପାରନ୍ତି ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଂଚ ସ୍ପେଶାଲ ଡିଜି ବିକେ ଶର୍ମା ।

ଏହା ସହ ଓସ୍କାର ଚିଟଫଣ୍ଡ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତ ଦିଲ୍ଲୀରୁ ଗିରଫ