ଓସ୍କାର ଚିଟଫଣ୍ଡ କେଳେଙ୍କାରୀ : ଜମା ଟଙ୍କା ଫେରି ପାଇବା ଆଶାରେ ଓଡ଼ିଶା ରାଜରାସ୍ତାରେ ଗୁଜରାଟ ଜମାକାରୀ

33

କନକ ବ୍ୟୁରୋ : ଓସ୍କାର ଚିଟପଣ୍ଡ କେଳେଙ୍କାରୀ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଜମା ଟଙ୍କା ଫେରି ପାଇବା ଆଶାରେ ଓଡ଼ିଶା ରାଜରାସ୍ତାକୁ ଓହ୍ଲାଇଛନ୍ତି ଗୁଜରାଟ ଜମାକାରୀ । ଆଜି ଏ ନେଇ କ୍ରାଇମବ୍ରାଂଚର ଇଓଡବ୍ଲୁ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜମାକାରୀ ।

ଗତବର୍ଷ ଓସ୍କାରର ମୁଖ୍ୟ ପ୍ରଭାସ ରାଉତଙ୍କୁ ଗିରଫ କରାଯାଇଥିଲା । ଜମାକାରୀଙ୍କୁ ପ୍ରଲୋଭିତ କରିବା ଅଭିଯୋଗରେ ଓଲିଉଡର ବହୁ ନାମୀ ଦାମୀ କଳାକାରଙ୍କ ନାଁ ମଧ୍ୟ ସଂଦେହ ଘେରକୁ ଆସିଥିଲା । ଏବେ ଆଉ ଏକ ସାଂଘାତିକ ଅଭିଯୋଗ ସାମନାକୁ ଆସିଛି । ଗୁଜରାଟରେ ଥିବା ଓସ୍କାରର କୋଟି କୋଟି ଟଙ୍କାର ସଂପତ୍ତିକୁ ବିକ୍ରି କରାଯାଉଛି ।