ଓସ୍କାର ଚିଟଫଣ୍ଡ ଠକେଇ ମାମଲା : ଭୁବନେଶ୍ୱର ଇଓଡବ୍ଲୁରେ ମହାରାଷ୍ଟ୍ର କ୍ଷତିଗ୍ରସ୍ତ ଜମାକାରୀଙ୍କ ଅଭିଯୋଗ

18

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡ ମହାଠକେଇ ମାମଲା । ପ୍ରଭାସ ରାଉତଙ୍କ ନାଁରେ ବଢୁଛି ଅଭିଯୋଗର ପର୍ଦ୍ଦ । ସଂସ୍ଥା ବିରୋଧରେ ଅଭିଯୋଗ ଆଣି ଭୁବନେଶ୍ୱର କ୍ରାଇଂମ ବ୍ରାଂଚ ଇଓଡବ୍ଲୁରେ ପହଁଚିଛନ୍ତି ମହାରାଷ୍ଟ୍ର ଜମାକାରୀ । ୧୦ ରୁ ୧୫ ଜମାକୀର ଇଓଡବ୍ଲୁରେ ପତ୍ର ଦାଖଲ କରିଛନ୍ତି । ସଂସ୍ଥା ଏମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଛି । ଓସ୍କାର ଚିଟଫଣ୍ଡ ଠକେଇ ମାମଲାରେ ସଂସ୍ଥାର ମୁଖ୍ୟ ପ୍ରଭାସ ରାଉତ ଗିରଫ ହେବା ପରେ ଗୋଟିଏ ପରେ ଗୋଟିଏ ଗୁମର ପଦାକୁ ଆସୁଛି ।

ସେପଟେ ଓସ୍କାର ଚିଟଫଣ୍ଡ ଠକେଇ ମାମଲାର ଅଧିକ ତଦନ୍ତ କରିବା ପାଇଁ ଗୁଜରାଟ ଗସ୍ତ କରିଛି କ୍ରାଇମ ବ୍ରାଂଚର ଏକ ଟିମ୍ । ଜଣେ ଡିଏସପିଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ଗତକାଲି ଟ୍ରେନ ଯୋଗେ ଯାତ୍ରା କରିଛନ୍ତି । ସେଠାରେ ଓସ୍କାର ସମ୍ପତି, ଅନ୍ୟାନ୍ୟ କାଗଜପତ୍ର ସଂଗ୍ରହ କରିବା ସହ ଠକେଇ ଶିକାର ହୋଇଥିବା ଲୋକଙ୍କ ସହ ଆଲୋଚନା କରି ଅଧିକ ତଥ୍ୟ ସଂଗ୍ରହ କରିବ ପୋଲିସ । ଏପରିକି ପ୍ରଭାସ ରାଉତ ଗୁଜୁରାଟରେ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ନେଇ ମଧ୍ୟ ଛାନବିନ କରିବ କ୍ରାଇମ ବ୍ରାଂଚ । ଏହି ସବୁ କାର୍ଯ୍ୟକ୍ରମରେ କେଉଁ କଳାକାର ମାନେ ସାମିଲ ହୋଇଥିଲେ ତାହା ମଧ୍ୟ ପୋଲିସ ତଦନ୍ତ କରିବ ବୋଲି ଜଣାପଡିଛି ।

ଏହା ସହ ଚିଟଫଣ୍ଡ ଟଙ୍କା ଖାଇଥିବା ଲୋକ ମହାପାପୀ : ଦେବୁ ବ୍ରହ୍ମା