ଓସ୍କାର ଚିଟଫଣ୍ଡ ଦୁର୍ନୀତି ମାମଲା : ସଂସ୍ଥାର ୩ ନିର୍ଦେଶକଙ୍କୁ ଗିରଫ କଲା କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ

37

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଓସ୍କାର ଚିଟଫଣ୍ଡର ୩ ନିର୍ଦେଶକଙ୍କୁ ଗିରଫ କଲା କ୍ରାଇମବ୍ରାଂଚ ଇଓଡବ୍ଲ୍ୟୁ। ଗିରଫ ୩ ନିର୍ଦେଶକ ହେଲେ କିର୍ତୀ ବସ୍ତିଆ, ଅବନୀ ପଟ୍ଟନାୟକ ଏବଂ ତାରା ପ୍ରସାଦ ହୋତା । ତାରା ପ୍ରସାଦ ହୋତା ସୁରଟ କାର୍ଯ୍ୟାଳୟର ନିର୍ଦେଶକ ଅଛନ୍ତି , ଆଉ ଜମି ଦଲାଲକୁ ମଧ୍ୟ ଧରିଥିବା ସୂଚନା ମିଳିଛି । ଅନ୍ୟପଟେ ଆଜି ସରୁଛି ଓସ୍କାର ମୁଖ୍ୟ ପ୍ରଭାସ ରାଉତଙ୍କ ୫ ଦିନିଆ ରିମାଣ୍ଡ ଅବଧି । କ୍ରାଇମବ୍ରାଂଚ ଜେରା ବେଳେ ସାମ୍ନାକୁ ଆସିଛି ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । ରାଜ୍ୟ ଓ ରାଜ୍ୟ ବାହାରେ ବହୁସ୍ଥାନରେ ଜମି ଓ ଜାଗା ଥିବାର ତଥ୍ୟ ଲାଗିଛି କ୍ରାଇମବ୍ରାଂଚ ହାତରେ । ଓଡିଶାର ବିଭିନ୍ନ ସ୍ଥାନରେ ୨୦ ଏକର ଜମି ଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି । ଜେରା ବେଳେ ପ୍ରଭାସଙ୍କ ପାଖରୁ ଏ ସବୁ ତଥ୍ୟ ମିଳିଛି । ତେବେ ଅଧିକ ପଚରାଉଚୁରା ପାଇଁ  ପ୍ରଭାସଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ  କ୍ରାଇମବ୍ରାଂଚ।