ପୁଣି ଘୁଞ୍ଚିଲା ପୁଲିସ-ଆଇନଜୀବୀ ବିବାଦର ଶୁଣାଣୀ । ଚାର୍ଜସିଟ ଦାଖଲ ପାଇଁ ସମୟ ମାଗିଲା କ୍ରାଇମବ୍ରାଞ୍ଚ

ଆସନ୍ତା ୧୫ରେ ମାମଲାର ପରବର୍ତ୍ତୀ ଶୁଣାଣୀ

117

କନକ ବ୍ୟୁରୋ: ହାଇକୋର୍ଟରେ ପୁଣି ଘୁଂଚିଲା ପୁଲିସ ଆଇନଜୀବୀ ବିବାଦର ଶୁଣାଣୀ । ଚାର୍ଜସିଟ ଦାଖଲ କରିବାକୁ କ୍ରାଇମବ୍ରାଂଚ ସମୟ ମାଗିଥିବାରୁ ଶୁଣାଣୀ ଘୁଚିଂଛି । ଆସନ୍ତା ୧୫ରେ ମାମଲାର ପରବର୍ତୀ ଶୁଣାଣୀ ହେବ । ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଶୁଣାଣୀ କରାଯିବ । ଗତକାଲି ହାଇକୋର୍ଟ ବାରଆସୋସିଏସନ ବୈଠକରୁ ମଧ୍ୟ କିଛି ନିଷ୍କର୍ସ ବାହରିପାରିନଥିଲା । ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଓ କାଲି ବୈଠକ ପରେ ଆଗାମୀ କାର୍ଯ୍ୟପନ୍ଥା ନେଇ ସ୍ଥିର ହେବ ବୋଲି ବୈଠକରେ ନିଷ୍ପତି ହୋଇଥିଲା ।

ସେପଟେ ଆଜିଠୁ ଖୋଲିବ ଭୁବନେଶ୍ୱର କୋର୍ଟ । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି ଦୁର୍ଗାମାଧବ ମିଶ୍ର । ତେବେ ପୋଲିସର ମାଡ ପ୍ରତିବାଦରେ ହାଇକୋର୍ଟ ବାର୍ ଆସୋସିଏସନ୍ କରୁଥିବା ବନ୍ଦ ପାଳନକୁ ଭୁବନେଶ୍ୱର ବାର୍ ଆସୋସିଏସନ ସମର୍ଥନ ଜଣାଉଥିବା ବେଳେ ଏହାର ତରିକାକୁ ସେମାନେ ପସନ୍ଦ କରୁନଥିବା ସଭାପତି କହିଛନ୍ତି ।

ଭୁବନେଶ୍ୱର ବାର୍ ଆସୋସିଏସନ ତାର ସ୍ୱତନ୍ତ୍ରତା ବଜାୟ ରଖିବ ବୋଲି ସେ କହିଛନ୍ତି । ଆସନ୍ତାକାଲି ଠାରୁ କୋର୍ଟ କାର୍ଯ୍ୟରେ ଓକିଲମାନେ ସହଯୋଗ କରିବା ସହ ସାଧାରଣ ଲୋକ ଚାହିଁଲେ ଯେକୌଣସି ମାମଲା ଦାୟର କରି ପାରିବେ ବୋଲି ମଧ୍ୟ କହିଛନ୍ତି ବାର୍ ସଭାପତି ଦୁର୍ଗାମାଧବ ମିଶ୍ର ।