ନୂଆପଡା ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ପାଇଁ ଫିଟିଲା ବାଟ ! ନିର୍ବାଚନ କମିଶନଙ୍କ ଓକିଲଙ୍କ ସୂଚନା

21

କନକ ବ୍ୟୁରୋ : ନୂଆପଡା ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ପାଇଁ ବାଟ ଖୋଲିଲା । ରିଟ୍ ଆବେଦନ ଖାରଜ କଲେ ହାଇକୋର୍ଟ । ହାଇକୋର୍ଟ ବିଚାରପତି ବିଶ୍ୱନାଥ ରଥ ଏହି ଆବେଦନକୁ ଖାରଜ କରିଛନ୍ତି । ଏହାପରେ ଜିଲ୍ଲା ପରିଷଦ ସଭାପତି ନିର୍ବାଚନ ପାଇଁ ପଥ ପରିଷ୍କାର ହୋଇଛି । ନିର୍ବାଚନ କମିଶନଙ୍କ ଓକିଲ ପିତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି ।