ସାରଥିଙ୍କୁ ମିଳିଲା ଜାମିନ ! ହେଲେ ଆଉ ଏକ ମାମଲା ବିଚାରଧିନ ଥିବାରୁ ବାବାଙ୍କୁ କରିବାକୁ ପଡିବ ଅପେକ୍ଷା

38

କନକ ବ୍ୟୁରୋ: ବିବାଦୀୟ ତଥା ଆତ୍ମଘୋଷିତ ଧର୍ମଗୁରୁ ସାରଥୀ ବାବାଙ୍କୁ ଆଜି ହାଇକୋର୍ଟରୁ ମିଳିଛି ସର୍ତ୍ତମୂଳକ ଜାମିନ୍ । ସାରଥୀ ଓରଫ୍ ସନ୍ତୋଷ ରାଉଳଙ୍କ ବିରୋଧରେ କ୍ରାଇମବ୍ରାଂଚ ପକ୍ଷରୁ ଦାୟର କରାଯାଇଥିବା ମୂଳ ମାମଲାରେ ଏହି ଜାମିନ୍ ପ୍ରଦାନ କରିଛନ୍ତି କୋର୍ଟ ।

ଜାମିନ ପାଇବା ପରେ ସାରଥୀ ବାରିମୂଳ ଆଶ୍ରମ ଯାଇପାରିବେନି, ଜେଲରୁ ବାହାରିବାବେଳେ ଶୋଭାଯାତ୍ରା କରିପାରିବେନି, ସଭାସମିିତି ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ଏବଂ ସେ କେଉଁଠି ରହିବେ ସେ ବିଷୟରେ ତଦନ୍ତକାରୀ ଅଧିକାରୀଙ୍କୁ ଅବଗତ କରିବା ସହିତ ତାଙ୍କୁ ତଦନ୍ତରେ ସହଯୋଗ କରିବାକୁ କୋର୍ଟତ୍ତସର୍ତ୍ତ ମଧ୍ୟ ରଖିଛନ୍ତି ।

ଅପରପକ୍ଷେ, ଜାମିନ୍ ମିଳିବା ସତ୍ୱେ ମଧ୍ୟ ଏବେ କୋର୍ଟରୁ ବାହାରି ପାରିବେନି ସାରଥୀ । କାରଣ ତାଙ୍କ ବିରୋଧରେ ଆଉ ଏକ ମାମଲା ବିଚାରାଧିନ ରହିଥିବାରୁ ତାଙ୍କୁ ଆଉ କିଛି ଦିନ ଜେଲ ଭିତରେ ରହିବାକୁ ପଡିବ । ତେବେ ତାଙ୍କ ବିରୋଧରେ ଥିବା ତିନୋଟି ମାମଲାରୁ ଆଜି ଦୁଇଟି ମାମଲାରେ କୋର୍ଟ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଡାକ୍ତରୀ ଛାତ୍ରୀ ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଥିଲେ ।