ଜୈବସାର ଦ୍ୱାରା ଚାଷ ହେଲେ ଅଧିକ ଅମଳ ହୋଇପାରିବ : ପରିବେଶବିତ୍ ବନ୍ଦନା ଶିବା

250

କନକ ବ୍ୟୁରୋ : ଜୈବସାର ଦ୍ୱାରା ଚାଷ ହେଲେ କେବଳ ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ମିଳିବ ତାହା ନୁହେଁ, ଅଧିକ ଅମଳ ହୋଇପାରିବ ବୋଲି ବିଶିଷ୍ଟ ପରିବେଶବିତ୍ ବନ୍ଦନା ଶିବା କହିଛନ୍ତି । ଏହି ପରିପ୍ରେକ୍ଷୀରେ ଆଗକୁ ରାଜ୍ୟସ୍ତରରେ ଏକ ସମ୍ମିଳନୀ ଆୟୋଜନ କରି ୧ ହଜାର ଚାଷୀଙ୍କୁ ତାଲିମ ଦିଆଯିବ ବୋଲି କହିଛନ୍ତି କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ।

ଚାଷୀ ଘରେ ଯେପର୍ଯ୍ୟନ୍ତ ବୀମା କମ୍ପାନୀର ଏଜେଂଟ୍ ନପହଂଚିଛନ୍ତି ଓ ତାର ଫସଲକୁ ବୀମାଭୁକ୍ତ କରିନାହାଁନ୍ତି, ସେ ପର୍ଯ୍ୟନ୍ତ ଚାଷୀ କ୍ଷତିର ଭରଣା ସମ୍ଭବ ନୁହେଁ ଓ ଚାଷୀ ଆତ୍ମହତ୍ୟା ରୋକିହେବ ନାହିଁ ବୋଲି କହିଛନ୍ତି ବିଜେଡି ସାଂସଦ ନଗେନ୍ଦ୍ର ପ୍ରଧାନ ।

ଆଜି ବନ୍ଦନା ଶିବାଙ୍କ ଏନ୍ଜିଓ “ନବଦାନ୍ୟା’ ପକ୍ଷରୁ ଆୟୋଜିତ ଏକ ପୁସ୍ତକ ଉନ୍ମୋଚନ ସଭାରେ ଏକଥା କହିଛନ୍ତି ନଗେନ୍ଦ୍ର ପ୍ରଧାନ । ଏହି ଅବସରରେ “ନବଦାନ୍ୟା’ ପକ୍ଷରୁ  ଡ. ଅଶୋକ ପାଣିଗ୍ରାହୀଙ୍କ ଦ୍ୱାରା ଲିଖିତ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ ।

ଦେଖନ୍ତୁ ଏହି ଭିଡିଓ –