ଏକ କିଲୋ ବିରିୟାନିରେ ୫୦ ପ୍ରତିଶତ ଅଧିକ ଦେଉଛି ରେସ୍ତୋରାଁ ! ଗରିବ ଓ ନିରାଶ୍ରୟ ଲୋକଙ୍କୁ ଖାଦ୍ୟ ଯୋଗାଇବା ପାଇଁ ରେସ୍ତୋରାଁର ଅଭିନବ ଯୋଜନା

64

ନୂଆବର୍ଷକୁ ଲୋକମାନେ ଅତି ଆଡମ୍ବରରେ ପାଳନ କରିଛନ୍ତି । କିଛି ଦିନ ବିତି ଯାଇଥିଲେ ହେଁ ଶେଷ ହୋଇନି ନୂଆବର୍ଷର ଉତ୍ସାହ ଓ ଉଦ୍ଦୀପନା । ସବୁଆଡ଼େ ବଣଭୋଜି ଆସର ଜମିଛି । କିଏ ପାର୍ଟି କରୁଛି କିଏ ସପିଂ ଆଉ କିଏ ଭ୍ରମଣ । ତେବେ ଆଉ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସମାଜର ଉନ୍ନତି ପାଇଁ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି ।  ଦୁନିଆର ପ୍ରାୟ ତିନି ଭାଗରୁ ୨ ଭାଗ ଗରିବ ଲୋକ କେବଳ ୫ଟି ଦେଶରେ ବାସ କରନ୍ତି । ଉକ୍ତ ଦେଶ ତାଲିକାରେ ଅଛି ଆମ ଦେଶ ଭାରତ । ଆମ ଦେଶର ଗଳିକନ୍ଦିରେ ଏଭଳି ଅନେକ ଲୋକ ଅଛନ୍ତି ଯିଏ ରାସ୍ତାରେ, ଗଳିକନ୍ଦିରେ ଭିକ୍ଷା ବୃତ୍ତି କରୁଛନ୍ତି ଓ ପରିବାର ଭରଣ ପୋଷଣ କରୁଛନ୍ତି । ଅନେକ ଲୋକ ଏପରି ଅଛନ୍ତି ଯେଉଁମାନେ ଦିନକୁ ଦି ମୁଠା ଖାଇବାକୁ ନପାଇ ଖାଲି ପେଟରେ ଶୋଉଛନ୍ତି । ଆପଣ ଏଇ ନୂଆ ବର୍ଷରେ କିଛି ନୂଆ ସଂକଳ୍ପ ନେଇ ଅନ୍ୟ କାହାକୁ ଫାଇଦା ଦେବା ଲାଗି ଚେଷ୍ଟା କରିଛନ୍ତି କି?

ତେବେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଗୁଡଗାଓଁ ସ୍ଥିତ ଏକ ରେସ୍ତୋରାଁ ଏକ ନିଆରା ଯୋଜନା ଆରମ୍ଭ କରିଛନ୍ତି । ଗରିବ ଏବଂ ନିରାଶ୍ରୟଙ୍କୁ ସାହାଯ୍ୟ କରିବା ପାଇଁ ଏହା ଏକ ନିଆରା ପଦକ୍ଷେପ । ଏହି ଯୋଜନାକୁ ସଫଳ କରିବା ଦିଗରେ ଆପଣ ମଧ୍ୟ ସାହାଯ୍ୟ କରିପାରିବେ । ଏହି ରୋସ୍ତାରାଁ ଏକ ଉନ୍ନତ ମାନର ରେସ୍ତୋରାଁ ରୂପେ ଅନେକ ୱେବସାଇଟରେ ପରିଚିତ ଲାଭ କରିଛି । ଏହି ରେସ୍ତୋରାଁ ଗରିବ ଶ୍ରେଣୀୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ଲାଗି ୧କିଲୋରୁ ଅଧିକ ବିରିୟାନି ଅର୍ଡରରେ ଅଧା କିଲୋ ଅଧିକ ବିରିୟାନି ଦେଉଛନ୍ତି । ଏହିଭଳି ୨କିଲୋ ବିରିୟାନି ଅର୍ଡରରେ ୧କିଲୋ ଅଧିକ ବିରିୟାନୀ ଦେଉଛନ୍ତି ।

ଅର୍ଡରରୁ ଅଧିକ ଯୋଗାଉଥିବା ବିରିୟାନି ଏକ ଷ୍ଟିକର ସହ ଆସୁଅଛି, ଯାହାକୁ ଆପଣ ଅତି ସହଜରେ ଜାଣି ପାରିବେ । ଯଦି ଆପଣ ସୋସିଆଲ ମିଡିଆ ଜରିଆରେ ନିଜ ବନ୍ଧୁଙ୍କ ସହ ଏହି ଯୋଜନା ସମ୍ବନ୍ଧିତ ଚର୍ଚ୍ଚା କରୁଛନ୍ତି ଏବଂ ଏହି ଅଭିଯାନରେ ଭାଗ ନେଇ ଯୋଜନାକୁ ପ୍ରୋତ୍ସାହନ ଦେଉଛନ୍ତି ତେବେ ଏଥିପାଇଁ ଆପଣଙ୍କୁ ରିହାତି ମଧ୍ୟ ମିଳିବ । ଏହି ଯୋଜନାକୁ “କିଲୋ ମେଁ ଖୁସିୟା” ବୋଲି ନାମିତ କରାଯାଇଛି । ଏହି ଯୋଜନା ୨୪ଡିସେମ୍ବରରୁ ୨ଜାନୁୟାରୀ ପର୍ଯ୍ୟନ୍ତ ଚାଲିଥିଲା । ମାତ୍ର ଲୋକଙ୍କର ଉତ୍ସାହକୁ ଦେଖି ୧୦ଜାନୁଆରୀ ପର୍ଯ୍ୟନ୍ତ ଏହି ସୁବିଧା ଉପଲବ୍ଧ କରାଯାଇଛି । ଏହି ଯୋଜନାରେ ପ୍ରତିଦିନ ୩୦ଜଣ ଗରିବଙ୍କୁ ଏଭଳି ସାହାଯ୍ୟ କରାଯାଉଛି ।