ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ପରୀକ୍ଷାଫଳ ପ୍ରକାଶିତ : ମୋଟ ୪୩୨ ପ୍ରାର୍ଥୀ କୃତକାର୍ଯ୍ୟ

728

କନକ ବ୍ୟୁରୋ : ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ପରୀକ୍ଷାଫଳ ପ୍ରକାଶିତ । ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ବା (ଓଏଏସ-ମୁଖ୍ୟ) ପରୀକ୍ଷା ୨୦୧୮ର ଫଳାଫଳ ଘୋଷିତ ହୋଇଛି । ଏହି ପରୀକ୍ଷାର୍‌ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । କୃତକାର୍ଯ୍ୟ ପ୍ରାର୍ଥୀଙ୍କ ତାଲିକା ଓପିଏସସିର ୱେବସାଇଟରେ ( www.opsc.gov.in) ପ୍ରକାଶିତ ହୋଇଛି ।
ଆସନ୍ତା ନଭେମ୍ବର ୨୮ରୁ ଡିସେମ୍ବର ୪ ମଧ୍ୟରେ କୃତକାର୍ଯ୍ୟ ପ୍ରାର୍ଥୀଙ୍କ ସାର୍ଟିଫିକେଟ ଯାଞ୍ଚ କରାଯିବ ଓ ଡିସେମ୍ବର ୧୭ରୁ ୨୮ ମଧ୍ୟରେ ଓପିଏସସି ଅଫିସରେ ସାକ୍ଷାତକାର ନିଆଯିବ । କୃତକାର୍ଯ୍ୟ ପ୍ରାର୍ଥୀଙ୍କ ଇଣ୍ଟିମେସନ ଲେଟର, ବାୟୋଡାଟା ଆୟୋଗର ୱେବସାଇଟରେ ଅପଲୋଡ କରାଯିବ । ପ୍ରାର୍ଥୀମାନେ ଏହାକୁ ଡାଉନଲୋଡ କରି ଡକ୍ୟୁମେଣ୍ଟ ଯାଞ୍ଚ ଦିବସରେ କାର୍ଯ୍ୟାଳୟରେ ହାଜର ହୋଇ ସେଗୁଡ଼ିକୁ ଦାଖଲ କରିବେ । ଏଠାରେ ସୂଚନାଯୋଗ୍ୟ ଯେ ଓଡ଼ିଶା ପ୍ରଶାସନିକ ସେବା (ମୁଖ୍ୟ) ବା (ଓଏଏସ-ମୁଖ୍ୟ) ପରୀକ୍ଷା ଗତ ଜୁଲାଇ ୫ରୁ ଜଲାଇ ୨୯ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।