ମା’କୁ ସମ୍ମାନ ଧୂଆଁବାଣ ! ନାରୀ ନିର୍ଯାତନା ନେଇ ବିଧାନସଭାରେ ବିରୋଧୀ ଆଣିଲେ ମୁଲତବୀ ପ୍ରସ୍ତାବ

31

କନକ ବ୍ୟୁରୋ : ବିଧାନସଭା ଶୀତ ଅଧିବେଶନରେ ମୂଲତବୀ ନୋଟିସ ଆଣିଲେ ବିରୋଧୀ । ନାରୀ ନିର୍ଯାତନା ନେଇ ଏହି ମୂଲତବୀ ନୋଟିସ ଆଣିଛନ୍ତିି ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି । ମୂଲତବୀ ଶୀର୍ଷକ ରହିଛି ମାକୁ ସମ୍ମାନ ଧୂଆଁବାଣ , ବଢ଼ିଚାଲିଛି ଧର୍ଷଣ ସରକାର ବେଫିକର । ଏହି ନୋଟିସକୁ ମଧ୍ୟ ବାଚସ୍ପତି ଗ୍ରହଣ କରିଥିବା ଜଣାପଡିଛି ।

ଗତକାଲି ଗୃହରେ ଚାଷ ଓ ଚାଷୀ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଚାଷୀଙ୍କୁ କ୍ଷତିପୂରଣ ସହ ଚାଷୀ ଆତ୍ମହତ୍ୟା ପ୍ରସଙ୍ଗରେ କୃଷିମନ୍ତ୍ରୀଙ୍କୁ ଘେରିଲେ ବିରୋଧୀ । ସବୁଠାରୁ ରୋଚକ ଥିଲା ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ପ୍ରଶ୍ନ ଓ କୃଷିମନ୍ତ୍ରୀ ଦାମୋଦର ରାଉତଙ୍କ ଉତ୍ତର । ଗୃହରେ ଉତ୍ତର ଆଳରେ ନିଜ ସରକାରଙ୍କୁ ବି କାଠଗଡାକୁ ଟାଣିଥିଲେ ଦାମ ରାଉତ ।

ଚାଷୀଙ୍କ ପାଇଁ କାହାର ଦରଦ କେତେ? ଗତକାଲି ବିଧାନସଭା ଆରମ୍ଭ ହେଉ ହେଉ ଗୃହରେ ଦେଖିବାକୁ ମିଳିଥିଲା ଏକ ଭିନ୍ନ ଦୃଶ୍ୟ । ଚାଷୀଙ୍କୁ ନେଇ ଗୃହରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।ଚାଷୀ ଓ ଚାଷ ପ୍ରସଙ୍ଗରେ ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବ ଆଲୋଚନା ସମୟରେ କୃଷିମନ୍ତ୍ରୀ ଦାମୋଦର ରାଉତ ଓ ବିରୋଧୀ ଦଳ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ନରସିଂହଙ୍କ ଅଭିଯୋଗ ଥିଲା କୃଷିମନ୍ତ୍ରୀ ତାଙ୍କ ପ୍ରଶ୍ନର ଉତ୍ତର ନ ଦେଇ କଥା ବୁଲାଉଛନ୍ତି ।