ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଅଭିଯୋଗ ନେଇ ସହମତି ! ୭୧ ସାଂସଦଙ୍କ ଦସ୍ତଖତ ସହ ଉପରାଷ୍ଟ୍ରପତିଙ୍କୁ ଦିଆଗଲା ପ୍ରସ୍ତାବ, କଂଗ୍ରେସକୁ ସମର୍ଥନ ଜଣାଇଲେ ୭ଟି ଦଳ

36

କନକ ବ୍ୟୁରୋ : ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ବିରୋଧରେ ମହାଅଭିଯୋଗ ନେଇ ସହମତି ହୋଇଛି । ୭୧ ସାଂସଦଙ୍କ ଦସ୍ତଖତ ସହ ଉପରାଷ୍ଟ୍ରପତିଙ୍କୁ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି । କଂଗ୍ରେସକୁ ୭ଟି ଦଳ ଏନସିପି, ବିଏସପି, ସିପିଆଇ, ସିପିଏମ, ସମାଜବାଦୀ ପାର୍ଟି, ମୁସଲିମ ଲିଗ ସମର୍ଥନ ଜଣାଇଛନ୍ତି । ମହାଅଭିଯୋଗ ପ୍ରସ୍ତାବ ନେଇ ସହମତି ପରେ ଏହି ୭ଟି ଦଳର ସଦସ୍ୟଙ୍କୁ ନେଇ ବୈଠକ ହୋଇଥିଲା । କାହିଁକି ଓ କେଉଁ ପରିସ୍ଥିତିରେ ମୁଖ୍ୟ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ଅଭିଯୋଗ ଅଣାଗଲା ସେ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଗୁଲାମ ନବୀ ଆଜାଦ କହିଛନ୍ତି ମହାଅଭିଯୋଗରେ ପାଇଁ ୭୧ ଜଣ ସାଂସଦଙ୍କ ଦସ୍ତଖତ ସମ୍ମଳିତ ପ୍ରସ୍ତାବ ରାଜ୍ୟ ସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତିଙ୍କୁ ଦିଆଯାଇଛି । ମହାଅଭିଯୋଗ ପ୍ରସ୍ତାବ ପାଇଁ ଅତି କମରେ ୫୦ଜଣ ସାଂସଦଙ୍କ ହସ୍ତାକ୍ଷରର ଅବଶ୍ୟକତା ରହିଥିବା ବେଳେ କଂଗ୍ରେସ ଦଳ ସାଂସଦଙ୍କୁ ଏକାଠି କରିବାରେ ସଫଳ ହୋଇଛି । ଗତ ଜାନୁୟାରୀ ମାସରେ ସୁପ୍ରିମକୋର୍ଟର ୪ ଜଣ ବରିଷ୍ଠ ବିଚାରପତି ସାମ୍ବାଦିକ ସମ୍ମିଳନୀ କରିବା ପରେ ଦେଶର ସର୍ବୋଚ୍ଚ ନ୍ୟାୟଳରେ କାର୍ଯ୍ୟଶୈଳୀ ଓ ପ୍ରଶାସନିକ ଅନିୟମିତତା ନେଇ ଆଭିଯୋଗ ଆଣିଥିଲେ । ଏହି ଘଟଣା ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କ ଭୂମିକା ନେଇ ଏକ ବଡ ଧରଣର ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।