ଇଭିଏମରେ ବିଶୃଙ୍ଖଳା ଓ ନିରପେକ୍ଷତା ନେଇ ପୁଣି ପ୍ରଶ୍ନ ଉଠାଇଲେ ବିରୋଧୀ : କହିଲେ, ସୁପ୍ରିମକୋର୍ଟରେ କରିବେ ଆବେଦନ

72

ଇଭିଏମକୁ ନେଇ ପୁଣି ପ୍ରଶ୍ନ ଉଠାଇଲେ ବିରୋଧୀ  । ଇଭିଏମରେ ଦେଖାଦେଇଥିବା ବିଶୃଙ୍ଖଳା ଓ ନିରପେକ୍ଷତା ନେଇ ବିରୋଧୀ ସୁପ୍ରିମକୋର୍ଟରେ ଆବେଦନ କରିବ । ଏନେଇ ରବିବାର ନୂଆଦିଲ୍ଲୀରେ ବସିଥିବା ବିରୋଧୀଙ୍କ ବୈଠକରେ ନିଷ୍ପତ୍ତି  ହୋଇଛି  । ଏହି ବୈଠକରେ କଂଗ୍ରେସ, ଟିଡିପି ସମେତ ଅନ୍ୟ ଦଳମାନେ ଯୋଗଦେଇଥିଲେ  । ପ୍ରତି ବିଧାନସଭା ନିର୍ବାଚନମଣ୍ଡଳୀରେ ୫୦ ପ୍ରତିଶତ ଭିଭିପାଟ ସ୍ଲିପ୍ ଗଣନା କରାଇବାକୁ ସେମାନେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିବେ  ।

ଏହା ସହ ବିରୋଧୀ ଦଳମାନେ ଅଭିଯୋଗ କରଛନ୍ତି ଯେ, ଏ ନେଇ ନିର୍ବାଚନ କମିଶନ ଉପଯୁକ୍ତ ଧ୍ୟାନ ଦେଉନାହାନ୍ତି କି କାର୍ଯ୍ୟାନୁଷ୍ଠାନ କରୁନାହାନ୍ତି । ଇଭିଏମରେ ଗୋଟିଏ ପାର୍ଟିକୁ ଭୋଟ୍ ଦେଉଥିବା ବେଳେ ଏହା ଅନ୍ୟ ପାର୍ଟିର ଖାତାକୁ ଯାଉଛି ବୋଲି କଂଗ୍ରେସ ଅଭିଯୋଗ କରିଛି  । ଇଭିଏମରେ ଏହି ବିଶୃଙ୍ଖଳାକୁ ନେଇ ସାରାଦେଶରେ ବିରୋଧୀ କ୍ୟାମ୍ପେନ କରିବେ ବୋଲି କହିଛନ୍ତି  ।