ବେଫିକର… ! ଶିଶୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ହୁଲସ୍ତୁଲ । ସରକାରଙ୍କ ଆଭିମୁଖ୍ୟ ସମସ୍ୟାକୁ ଜଟିଳ କରୁଥିବା ଅଭିଯୋଗ ଆଣିଲେ ବିରୋଧୀ

ଗୃହ ଚାଲିପାରୁନି । ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବିରୋଧୀ ଦଳ ମିଶି ସମସ୍ୱରରେ ସରକାରଙ୍କୁ ଘେରିଛନ୍ତି । ପୂର୍ବରୁ ବିଭାଜିତ ହୋଇଥିବା ବିରୋଧୀ ଦଳ ପରସ୍ପର ବିରୁଦ୍ଧରେ ବିଶୋଦଗାର କରୁଥିବା ବେଳେ ହଠାତ ଉଭୟଙ୍କର ଆଭିମୁଖ୍ୟରେ ଆସିଛି ବଡ ପରିବର୍ତ୍ତନ । ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସରକାରଙ୍କୁ ଅଡୁଆ ଭିତରକୁ ଠେଲିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ।

149

ସରକାର ଅଡୁଆରେ । ବିରୋଧୀ ପ୍ରଚଣ୍ଡ ଆକ୍ରମଣ କରୁଛନ୍ତି । ପ୍ରସଙ୍ଗ ସାଂଘାତିକ । ପଂଚମ ପାଳିର ପ୍ରଥମ ଅଧିବେଶନରେ ସରକାର ପ୍ରଥମ ଥର ପାଇଁ ଆହ୍ୱାନର ସାମ୍ନା କରିଛନ୍ତି, ଯେତେବେଳେ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମିଳିତ ସ୍ୱରରେ ଶିଶୁ ସୁରକ୍ଷା ଓ ନାବାଳିକା ଦୁଷ୍କର୍ମ ମାମଲାରେ ନବୀନ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଜାନୁଆରୀରୁ ମାର୍ଚ୍ଚ ମାସ ଭିତରେ ଯେତେବେଳେ ସାରା ରାଜ୍ୟରେ ୬୦୨ ଜଣ ନାବାଳକ ଓ ନାବାଳିକା ନିଖୋଜ ହୋଇଗଲେ ଏବଂ ଏହାରି ଭିତରେ ରାଜ୍ୟରେ ବଢିଚାଲୁଥିବାନାବାଳିକା ବଳାକ୍ରାର ମାମଲା ପ୍ରସଙ୍ଗକୁ ଆହୁରି ସମ୍ବେଦନଶୀଳ କରିଦେଉଛି । ୩ ମାସରେ ଯେତେବେଳେ ୫୦୨ ନାବାଳିକା ନିଖୋଜ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ୭୯ ଜଣଙ୍କୁ ଖୋଜିପାଇଛି ପୁଲିସ । ମାତ୍ର ଏହି ତଥ୍ୟ ସରକାରଙ୍କୁ ବିଚଳିତ କରୁଛି କି ନାହିଁ, ତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି ।

ଗତକାଲି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦିଆଯାଇଥିଲା ଅପରାଧ, ଦୁଷ୍କର୍ମ ବଢିଚାଲିଛି । ନାବାଳକ, ନାବାଳିକା ମାନଙ୍କୁ କୁଆଡେ କିଏ ନେଇ ଯାଉଛି ତାର ପତା ନାହିଁ । ଦାବି କରିଥିଲୁ, ଗୃହ କମିଟି ଗଠନ କରାଯାଉ । ଅପରାଧ ସଖ୍ୟା କେଉଁଭଳି ବଢିବନି ଓ ଦୋଷୀ କିଭଳି ଦଣ୍ଡ ପାଇବ ସେନେଇ କମିଟି ରିପୋର୍ଟ ଦେବ । କମିଟି ଗଠନ କରିବାକୁ ସରକାର ରାଜି ହେବେନି । ଏହାର ଅର୍ଥ କଣ? ସରକାର କହୁଥିବେ ସବୁ କିଛି ଠିକ ଅଛି । ମାତ୍ର ଗଣମାଧ୍ୟମ ବଢୁଥିବା ଅପରାଧର ସଂଖ୍ୟା ସାମ୍ନାକୁ ଆଣୁଥିବ, ଏଭଳି ଚାଲିବ କେମିତି? ଏକଛତ୍ରବାଦ ମନୋଭାବ, ସମସ୍ୟାକୁ ଜଟିଳ କରିବ ।
ନରସିଂହ ମିଶ୍ର, କଂଗ୍ରେସ ବିଧାୟକ

ଗୃହ ଚାଲିପାରୁନି । ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି ବିରୋଧୀ ଦଳ ମିଶି ସମସ୍ୱରରେ ସରକାରଙ୍କୁ ଘେରିଛନ୍ତି । ପୂର୍ବରୁ ବିଭାଜିତ ହୋଇଥିବା ବିରୋଧୀ ଦଳ ପରସ୍ପର ବିରୁଦ୍ଧରେ ବିଶୋଦଗାର କରୁଥିବା ବେଳେ ହଠାତ ଉଭୟଙ୍କର ଆଭିମୁଖ୍ୟରେ ଆସିଛି ବଡ ପରିବର୍ତ୍ତନ । ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସରକାରଙ୍କୁ ଅଡୁଆ ଭିତରକୁ ଠେଲିବାକୁ ପ୍ରସ୍ତୁତ ହୋଇଛନ୍ତି ବିରୋଧୀ ।

ବାଚସ୍ପତି ରୁଲିଂ ଦେଇ ସାରିଲେଣି, ବିରୋଧୀ ଯେଉଁ ପ୍ରସଙ୍ଗ ଉଠାଉଛନ୍ତି ତା ଉପରେ ସରକାର ଉତ୍ତର ଦେବାକୁ ପ୍ରସ୍ତୁତ । ହେଲେ ବିଭିନ୍ନ ଆଳ ଦେଖାଇ ଗୃହକୁ ବନ୍ଦ ରଖିବା ଠିକ ନୁହେଁ । ଆଲୋଚନାକୁ ସମସ୍ତେ ଆସିବା ଉଚିତ ।
ଦେବୀ ପ୍ରସାଦ ମିଶ୍ର, ବିଜେଡି ବିଧାୟକ

ଗତ ୩ ବର୍ଷର ସ୍ଥିତି ସାଂଘାତିକ । ୨୦୧୬ରୁ ୨୦୧୯ ମାର୍ଚ୍ଚ ଯାଏଁ ପରିସଂଖ୍ୟାନ କହୁଛି, ୨୬୫୮ ନାବାଳିକାଙ୍କ ସଂପର୍କରେ କାହା ପାଖରେ ଖବର ନାହିଁ । ୩୨୭୬ ନିଖୋଜ କୁନି ପିଲାଙ୍କ ବାବଦରେ କେହି ସଚେତନ ନୁହଁନ୍ତି । ନିଖୋଜ ନାବାଳକ, ନାବାଳିକା ସୁରକ୍ଷିତ ଅଛନ୍ତି ତ? ବ୍ୟବସ୍ଥା ଯଦି ସୁରକ୍ଷା ଦେଇପାରିବନି, ତେବେ ଏହାର ଆବଶ୍ୟକତା କଣ?

ସାରା ଓଡିଶାରେ ବିଭିନ୍ନ ଜିଲ୍ଲାରେ ୫ଟିରୁ ଅଧିକ ଦୁଷ୍କର୍ମ ମାମଲା ଆସିଛି । ବିଧାନସଭା ଚାଲିଥିବା ବେଳେ ଯେଉଁ ଘଟଣା ଘଟୁଛି, ବାଚସ୍ପତି ଏହାକୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଭାବବେ ଗ୍ରହଣ କରି ଆଲୋଚନା ପାଇଁ ଦାବି କରୁଥିଲୁ, ହେଲେ ସରକାର ଏହାର ପ୍ରତିକାର କରିବା ପାଇଁ ଆଗଭର ହେଉନାହାନ୍ତି ।
ମୋହନ ମାଝୀ, ବିଜେପି ବିଧାୟକ

ସ୍ଥିତି ସାଂଘାତିକ ରୂପ ଗ୍ରହଣ କରୁଥିଲେ ମଧ୍ୟ ସରକାର ନୀରବଦ୍ରଷ୍ଟା । ତନାଘନା ହେଉନାହିଁ । ନୂଆକରି ଗୃହ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ପାଇଥିବା ଦିବ୍ୟଶଙ୍କର ମିଶ୍ର କରୁଛନ୍ତି କଣ? ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସମୀକ୍ଷା କରିବା କଣ ତାଙ୍କ ଦାୟିତ୍ୱ ନୁହେଁ? ମାମଲାକୁ ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇ ଗମ୍ଭୀରତାର ସହ ବିଚାର କରିଛନ୍ତି । ନିଜ ଆଡୁ ମାମଲା ରୁଜ୍ଜୁ କରି ସବୁ ରାଜ୍ୟକୁ ନୋଟିସ କରିଛନ୍ତି । କିନ୍ତୁ ସରକାରୀ କଳର ଉଦାସୀନତା ସ୍ଥିତିକୁ ଆହୁରି ସଂଗୀନ କରିଦେଉଛି ।

ନିଖୋଜ ପିଲାଙ୍କୁ ଠାବ କରିବାକୁ ଜାନୁଆରୀ ୨୦୧୫ରେ ଓଡିଶା ପୁଲିସ ଆରମ୍ଭ କରିଥିଲା ‘ଅପରେସନ ସ୍ମାଇଲ’ । ହେଲେ ଏହାର ସଫଳତା କେତେ ତାହାର ପରିସଂଖ୍ୟାନ ଉପରେ ନଜର ପକାନ୍ତୁ । ନିଖୋଜ ପିଲାଙ୍କୁ ଠାବ କରିବାରେ କେତେ ସଫଳ ହୋଇଛି ଆମ ପୁଲିସ, ତାର ମଧ୍ୟ ଅନୁଶୀଳନ କରିବାର ଆବଶ୍ୟକତା ରହିଛି ।

୨୦୧୬ରେ ୫୦୧ ଜଣ ନାବାଳକ ନିଖୋଜ ହୋଇଥିବା ବେଳେ ମିଳିଲେ ୩୦୮ ଜଣ । ସମାନ ବର୍ଷ ୧୨୯୧ ନାବାଳିକା ନିଖୋଜ ହୋଇଥିବା ବେଳେ ୭୦୦ ଜଣଙ୍କୁ ଖୋଜି ପାଇବାରେ ସମର୍ଥ ହୋଇଥିଲା ପୁଲିସ ବିଭାଗ । ସେହିଭଳି ୨୦୧୭ରେ ନିଖୋଜ ୪୯୧ ନାବାଳକଙ୍କ ମଧ୍ୟରୁ ୩୦୯ ଣ ଓ ୧୩୬୦ ନିଖୋଜ ନାବାଳିକାଙ୍କ ମଧ୍ୟରୁ ୭୩୭ ଜଣଙ୍କ ପତ୍ତା ମିଳିଥିଲା ।

୨୦୧୮ରେ ୪୫୯ ଜଣ ନାବାଳକ ନିଖୋଜ ହୋଇଥିଲେ । ସେମାନଙ୍କ ମଧ୍ୟରୁ ମିଳିଥିଲେ ୨୮୫ ଜଣ । ଉକ୍ତ ବର୍ଷ ୧୮୭୫ ନାବାଳିକା ନିଖୋଜ ହୋଇଥିବା ବେଳେ ୮୫୪ ଜଣଙ୍କୁ ଖୋଜିବାରେ ସମର୍ଥ ହୋଇଥିଲା ପୁଲିସ । ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ୧୦୦ ନିଖୋଜ ବାଳକଙ୍କ ମଧ୍ୟରୁ ମିଳିଥିଲେ ୩୧ ଜଣ । ଆଉ ନିଖୋଜ ୫୦୨ ନାବାଳିକାଙ୍କ ମଧ୍ୟରୁ ମିଳିଥିଲେ ୭୯ ଜଣ ।

ଏହି ପରିସଂଖ୍ୟାନ ସଫା ସଫା ପୁଲିସ ବିଭାଗର କାର୍ଯ୍ୟଦକ୍ଷତା ଉପରେ ବଡ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି । ଏଭଳି ବିଫଳତାକୁ ଲୁଚେଇବା ପାଇଁ ପୁଲିସର ଶୀର୍ଷ ସ୍ତରରେ ଉଦ୍ୟମ ହେଉଛି ନା ଏହି ପ୍ରସଙ୍ଗକୁ ଗୁରୁତ୍ୱପୂର୍ନ୍ଣ ବୋଲି ଗ୍ରହଣ କରି ଆଗକୁ ବଢିବାକୁ ପୁଲିସ ବିଭାଗ ଚାହୁଁନାହିଁ ।

ଗୃହ କିନ୍ତୁ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦେବା ଉଚିତ ବୋଲି ବୁଦ୍ଧିଜୀବି ମତପୋଷଣ କରୁଥିବା ବେଳେ ସରକାରୀ ସ୍ତରରେ ଏହାକୁ ନେଇ କିଭଳି ଆଭିମୁଖ୍ୟ ପୋଷଣ କରାଯାଉଛି, ତାଉପରେ ନଜର ରହିଛି ।