ମୋଦିଙ୍କ ବିରୋଧରେ ହେବ ମୋର୍ଚ୍ଚା? ଦିଲ୍ଲୀରେ ଅଣ ବିଜେପି ଦଳଙ୍କ ବୈଠକ, ଘୋଷଣା ହୋଇପାରେ ମହାମେଂଟ

ମୋଦିଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛି ରଣନୀତି

168

କନକ ବ୍ୟୁରୋ: ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କଂଗ୍ରେସ । ମୋଦିଙ୍କୁ ହରାଇବା ପାଇଁ ରଣନୀତି ବି ପ୍ରସ୍ତୁତି ଚାଲିଛି । ଗତକାଲି ଆନ୍ଧ୍ରପ୍ରଦେଶର ଅମରାବତୀରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିଥିଲେ କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ । ମୋଦିଙ୍କୁ ଘେରିବାକୁ ଅଣ-ବିଜେପି ମୋର୍ଚ୍ଚା ପ୍ରସ୍ତୁତ ହେବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ଚନ୍ଦ୍ରବାବୁ ନାଇଡୁ । ଏ ନେଇ ଆସନ୍ତା ୨୨ ତାରିଖରେ ଅଣ-ବିଜେପି ଦଳଗୁଡିକର ବୈଠକ ଦିଲ୍ଲୀରେ ହେବ । ଏଥିରେ ମହାମେଂଟ ଗଠନ ନେଇ ରଣନୀତି ଚୂଡାନ୍ତ ହୋଇପାରେ ।

Source:DNA India

ମୋଦିଙ୍କ ବିରୋଧରେ ମହାମେଂଟ ଗଠନ ଲାଗି ଦୀର୍ଘଦିନହେଲା ଚନ୍ଦ୍ରବାବୁ ପ୍ରୟାସ ଜାରି ରଖିଛନ୍ତି । କିଛିଦିନ ତଳେ ସେ ରାହୁଲ ଗାନ୍ଧିଙ୍କୁ ବି ଭେଟିଥିଲେ । ଏହି କ୍ରମରେ ସେ ମମତା ବାନାର୍ଜୀ ଓ ଅଖିଳେଶ ଯାଦବଙ୍କୁ ବି ସାକ୍ଷାତ କରିଥିଲେ । ତେଣୁ ଆସନ୍ତା ୨୨ ତାରିଖ ବୈଠକରେ ମୋଦି ବିରୋଧୀ ମହାମେଂଟ ନେଇ ବିସ୍ତୃତ ଭାବେ ଆଲୋଚନା ହେବା ସମ୍ଭାବନା ରହିଛି । ବୈଠକ ପୂର୍ବରୁ ସେ ମମତାଙ୍କୁ ଭେଟିବେ ବୋଲି କହିସାରିଛନ୍ତି ଚନ୍ଦ୍ରବାବୁ ନାଇଡୁ ।