ବିଜେଡିକୁ କାଉଣ୍ଟର କରିବା ପାଇଁ ବିଜେପିର ‘ଜବାବ ମାଗୁଛି ଓଡିଶା ଅଭିଯାନ’: ୧୪୭ଟି ଆସନରେ ଗାଡି ବୁଲାଇ ଲୋକଙ୍କ ପାଖକୁ ଯିବ ଦଳ, ସେପଟେ କଳାଦିବସ ପାଳିବ କଂଗ୍ରେସ

122

କନକ ବ୍ୟୁରୋ: ବିଜେଡିକୁ କାଉଂଟର କରିବା ପାଇଁ ଆଜି ରାଜନୈତିକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । କଂଗ୍ରେସ ଆଜି କଳା ଦିବସ ପାଳନ କରିବାକୁ ଯାଉଛି । ପିଠା ଓ ଆମ ଗାଁ ଆମ ବିକାଶ ଯୋଜନା ମାଧ୍ୟମରେ ପଂଚାୟତର କ୍ଷମତାକୁ ସଂକୁଚିତ କରିବା ଉଦ୍ୟମ ହେଉଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିପରି ବିଜେପି ଯୁବ ମୋର୍ଚ୍ଚା ଆଜି ରାଜ୍ୟ ଆରମ୍ଭ କରୁଛି ଜବାବ ମାଗୁଛି ଓଡିଶା ଅଭିଯାନ । ୧୪୭ଟି ଆସନରେ ଗାଡି ବୁଲାଇ ଭାରତୀୟ ଜନତା ଯୁବମୋର୍ଚ୍ଚା ଲୋକଙ୍କ ପାଖକୁ ଯିବ । ଓଡିଶା ବାସୀଙ୍କୁ ରାଜ୍ୟ ସରକାର ଦେଇଥିବା ପ୍ରତିଶ୍ରୁତି କାହିଁକି ପାଳନ କରିନାହାଁନ୍ତି ସନେଇ ଲୋକଙ୍କୁ ସଚେତନ କରାଇବ ।

 

ଆଜିି ବିଜେଡିର ପ୍ରତିଷ୍ଠା ଦିବସ । ୨୨ ବର୍ଷରେ ପାଦଦେଇଛି ବିଜୁ ଜନତା ଦଳ । ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ଅଧ୍ୟକ୍ଷତାରେ ଜନ୍ମଦିନ ପାଳନ କରାଯିବ । ସେଇ ସଭାରୁ ଆସନ୍ତା ନିର୍ବାଚନୀ ପାଇଁ କର୍ମୀଙ୍କୁ ପ୍ରସ୍ତୁତ ରହିବା ଲାଗି ମନ୍ତ୍ର ଫୁଙ୍କିବେ ଏବଂ ନିର୍ବାଚନୀ ବିଗୁଲ ବଜାଇ ପାରନ୍ତି । ସେହିପରି ଜିଲ୍ଲା, ବ୍ଲକ ଆଦି ସ୍ତରରେ ଅନୁରୂପ ଢ଼ଙ୍ଗରେ ଦଳର ପ୍ରତିଷ୍ଠା ଦିିବସକୁ ପାଳନ କରାଯିବ । ଗତ ପାଂଚ ବର୍ଷରେ ସରକାର ଗ୍ରହଣ କରିଥିବା ୩୦ଟି ଭଲ କାମର ତାଲିକା ପ୍ରସ୍ତୁତ କରାଯାଇଛି ।

ଏସବୁକୁ ଲୋକଙ୍କ ପାଖରେ ପହଁଚାଇବେ ନେତା ଓ କର୍ମୀ । ଏହା ସହିତ କେନ୍ଦ୍ର ସରକାରଙ୍କର ଓଡିଶା ପ୍ରତି ଡଜନେ ସରିକି ଅବହେଳା ସମ୍ପର୍କରେ ବି ସମାନ୍ତରାଳ ଭାବେ ଅବଗତ କରାଇବେ । ଆଜି ଜନ୍ମ ଦିନ ଅବସରରେ ଏମିତି ଯୋଜନାକୁ ବାସ୍ତବ ରୂପ ଦେବା ଲାଗି ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡି ନେତାମାନେ ବ୍ଲୁପ୍ରିଂଟ ପ୍ରସ୍ତୁତ କରିଛନ୍ତି ।