ବଡ ନୋଟ୍ ଅଚଳ ବିରୋଧରେ ବିରୋଧୀଙ୍କ ମହାମେଂଟ : କାଉଂଟର ପାଇଁ ଏନଡିଏ ତୟାର

24

କନକ ବ୍ୟୁରୋ : କଳା ଟଙ୍କା ବିରୋଧରେ ସର୍ଜିକାଲ ଷ୍ଟ୍ରାଇକ ପାଇଁ ୫ଶହ ଓ 1000 ଟଙ୍କିଆ ନୋଟ ଅଚଳ ହେବା ପରେ ଏହାକୁ ନେଇ ରାଜନୀତି ଜୋର ଧରିଛି । ସାରାଦେଶରେ ଲୋକ ହଇରାଣ ହେଉଥିବା ଅଭିଯୋଗ କରି ଏକାଠି ହୋଇଛନ୍ତି ବିରୋଧି ।

କେନ୍ଦ୍ର ସରକାରଙ୍କ ବିରୋଧରେ ଲଢେଇ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି ଓ କଂଗ୍ରେସ ସମେତ ୭ଟି ଦଳର ନେତା ମାନେ ଗତକାଲି ବୈଠକ କରି ରଣନୀତି ପ୍ରସ୍ତୁତ କରିଛନ୍ତି । ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ପାର୍ଲାମେଂଟ ଶୀତ ଅଧିବେgନରେ ବିମୁଦ୍ରାକରଣ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବେ ବିରୋଧି ।

ବିମୁଦ୍ରାକରଣର ପ୍ରଭାବ ସର୍ମ୍ପକରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ଭେଟି ଅବଗତ କରାଇବେ । ହଠାତ୍ ନଭେମ୍ବର ୮ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ନେଇ ଘୋଷଣା ଫଳରେ ସାଧାରଣଲୋକ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି ବୋଲି ବିରୋଧି ଅଭିଯୋଗ ଆଣିଛନ୍ତି । କଂଗ୍ରେସ, ଟିଏମସି, ଜେଡିୟୁ, ଆରଜେଡି, ସିିପିଆଇ, ସିପିଏମ, ୱାଇଏସଆର କଂଗ୍ରେସର ନେତା ମାନେ ସୋମବାର ଏକାଠି ହୋଇଥିଲେ ।

ପୂର୍ବରୁ କେନ୍ଦ୍ର ସରକାରଙ୍କ ନିଷ୍ପତିକୁ ସମାଜବାଦୀ ପାର୍ଟି ମୁଖ୍ୟ ମୁଲାୟମ ସିଂ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ, ସରକାରଙ୍କୁ କଡା ସମାଲୋଚନା କରିଥିଲେ । ତେବେ ବିଜେଡି ଏଥିରେ ସାମିଲ ହେବନାହିଁ ବୋଲି ସ୍ପଷ୍ଟ କରିଛି ।

ସେପଟେ ଏହି ନିଷ୍ପତି ବଦଳିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାଷାରେ କହିଛନ୍ତି । ବିରୋଧିଙ୍କୁ କାଉଂଟର କରିବାକୁ ଏନଡିଏ ପାଲାଟା ରଣନୀତି ପ୍ରସ୍ତୁତ କରିଛି । ଏହାକୁ ନେଇ ପାର୍ଲାମେଂଟ ଶୀତ ଅଧିବେସନ ବେଶ ସରଗରମ ରହିବ ।