ବିଜେଡିର ପ୍ରତିବାଦ ସଭାରେ ଲଙ୍କାକାଣ୍ଡ । ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରକୁ ପାଣି ପାଉଚ୍ ମାଡ ସହିତ ଚେୟାର ଫିଙ୍ଗିଲେ ବିରୋଧୀ ଗୋଷ୍ଠୀ

35

କନକ ବ୍ୟୁରୋ: ବେଗୁନିଆରେ ବିଜେଡି କନ୍ଦଳ ପଦାରେ ପଡିଛି । ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉପରେ ପାଣି ପାଉଚ ଓ ଚେୟାର ଫିଙ୍ଗିଛନ୍ତି ବିରୋଧୀ ଗୋଷ୍ଠୀ । ଖବର ଅନୁସାରେ, ସାରୁଆରୁ ବେଗୁନିଆ ଯାଏଁ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ଆଜି ଏକ ସାଇକେଲ ରାଲିର ଆୟୋଜନ କରିଥିଲେ । କିନ୍ତୁ ୧୪୪ ଧାରା ଜାରି କରାଯାଇଥିବାରୁ ବାଇକ ରାଲି ହୋଇପାରିନିଥିଲା ।

ଏହାପରେ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ କୁଶପଲ୍ଲା ଖେଳପଡିଆରେ ଏକ ସମ୍ମିଳନୀର ଆୟୋଜନ କରିଥିଲେ । ଏହି ରାସ୍ତା ଦେଇ ବିଧାୟକ ଯାଉଥିବାବେଳେ ସମ୍ମିଳନୀକୁ ଯାଇଥିଲେ । ଏହାକୁ ବିରୋଧୀ ଗୋଷ୍ଠୀ ବିରୋଧ କରି ବିଧାୟକଙ୍କ ଉପରକୁ ପାଣି ପାଉଚ ଓ ଚେୟାର ଫିଙ୍ଗିଥିଲେ । ପରେ ପୋଲିସ ସହାୟତାରେ ବିଧାୟକଙ୍କୁ ସମ୍ମିଳନୀସ୍ଥଳରୁ ନିଆଯାଇଛି । ଘଟଣାସ୍ଥଳରେ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛି ।