ୱାଟର ଏଟିଏମ୍ ଲଗାଇ କରନ୍ତୁ ବ୍ୟବସାୟ : ପ୍ରତିମାସରେ ୩୦ରୁ ୪୦ ହଜାର ପର୍ଯ୍ୟନ୍ତ ହେବ ଆୟ

46

ତାତି ଆରମ୍ଭ ହୋଇଗଲାଣି । ଏଭଳି ସ୍ଥିତିରେ ଏବେ ପାଣିର ବିକ୍ରି ବଢିବ । ଏହି ସମୟରେ ଲୋକମାନେ ଘର ବ୍ୟତୀତ ବାହାରେ ପାଣି ପିଇବାକୁ ବାଧ୍ୟ ହୋଇଥାନ୍ତି । ଏଥିପାଇଁ ପାଣି ବୋତଲ କିଣିଥାନ୍ତି । କିନ୍ତୁ ଅନେକ ଥର ବୋତଲ ପାଣି ମହଙ୍ଗା ପଡିଥାଏ । ତେବେ ଶୁଦ୍ଧ ପାଣିର ଆବଶ୍ୟକତା ଆପଣଙ୍କ ପାଇଁ ସୁନ୍ଦର ବ୍ୟବସାୟ ସୁଯୋଗ ଆଣିଦେଇଛି । ଏବେ ଭାରତୀୟ ରେଲୱେ, ମେଟ୍ରୋ, ରୋଡ ଟ୍ରାଂସପୋର୍ଟ ଭଳି ପ୍ରାଇଭେଟ କମ୍ପାନୀଗୁଡ଼ିକ ମଧ୍ୟ ୱାଟର ଏଟିଏମ ଇନଷ୍ଟଲ କରୁଛନ୍ତି ।

ୱାଟର ଏଟିଏମ କ’ଣ ?

ଏବେ ପର୍ଯ୍ୟନ୍ତ ଆପଣ ଯେଭଳି ଏଟିଏମରୁ ଟଙ୍କା ବାହାର କରୁଥିଲେ, ଏପରି ହିଁ ଏବେ ଏଟିଏମରୁ ପାଣି ବି ବାହାର କରିପାରିବେ । ଆଜିକାଲିକା ଲୋକ ଏଭଳି ବ୍ୟବସାୟୀ କରିବାକୁ ଖୁବ ଆଗ୍ରହ ପ୍ରକାଶ କରୁଛନ୍ତି । ଏପରି ଆପଣ ବି ୱାଟର ଏଟିଏମ ଲଗାଇ ପାରିବେ । ଯାହା ଦ୍ୱାରା ଆଖପାଖର ଲୋକଙ୍କୁ ସହଜରେ ଶୁଦ୍ଧ ପାଣି ମିଳି ପାରିବ । ପାଣି ଦରକାର କରୁଥବା ଲୋକେ କଏନ୍ ଓ ନୋଟ ଦେଇ ପାଣି ଗ୍ଲାସ ଠାରୁ ଆରମ୍ଭ କରି ୨୦ ଲିଟର ପର୍ଯ୍ୟନ୍ତ ପାଣି ଜାରରେ ନେଇ ପାରିବେ । ଏହି ପ୍ରକାର ଏଟିଏମରେ ଇନବିଲ୍ଟ ଆରୋ ସିଷ୍ଟମ ଥାଏ । ତେବେ ଆରୋ ସିଷ୍ଟମ ଯୋଗୁଁ ପାଣି ନ୍ୱଷ୍ଟ ହୁଏ ନାହିଁ । ଯାହାଦ୍ୱରା ଯେତେ ଇଚ୍ଛା ପାଣି ପିଇ ପାରିବେ ।

ତେବେ ଏପରି ଏଟିଏମ ଲଗାଇ ବ୍ୟବସାୟୀ ଆରମ୍ଭ କରିପାରିବେ । ୱାଟର ଏଟିଏମ ଏବେ ବହୁତ କମ ସ୍ଥାନରେ ଲାଗିଛି । ଆଉ ଆପଣଙ୍କ ପାଇଁ ଅଫର ବହୁତ ରହିଛି । ଏହା ବ୍ୟତୀତ ଆପଣ କମ୍ପାନୀ ପାଇଁ ୱାଟର ସପ୍ଲାଇର ବ୍ୟବସାୟୀ କରିପାରିବେ । ୱାଟର ଏଟିଏମ ଆପଣ ବନାଉଥିବା କମ୍ପାନୀଙ୍କ ଠାରୁ ମଧ୍ୟ ପାଇ ପାରିବେ ।

– ମହାରାଷ୍ଟ୍ର, ଗୁଜରାଟରେ ଅନେକ କମ୍ପାନୀ ରହିଛି, ଯେଉଁଠାରେ ୱାଟର ଏଟିଏମ ତିଆରି କରାଯାଏ ।

– ଆକାର ଆଧାରରେ ୱାଟର ଏଟିଏମର ଦାମ ୨୫ ହଜାର ଟଙ୍କାରୁ ୬ ଲକ୍ଷ ଟଙ୍କା ।

– ଏହା ବ୍ୟତୀତ ୱାଟର ଏଟିଏମ ଲଗାତାର ଶୁଦ୍ଧ ପାଣିର ସପ୍ଲାଇ ଘରେ ବସି କରିପାରିବେ ।

– ସ୍କୁଲରେ ବି ଆପଣ ୱାଟର ଏଟିଏମ୍ ଇଂଷ୍ଟଲେସନ କରି ପାରିବେ ।