ନାମୀଦାମୀ କମ୍ପାନୀ ‘ଅମୂଲ’ ସହ ବ୍ୟବସାୟ କରିବାର ସୁବର୍ଣ୍ଣ ସୁଯୋଗ : ପ୍ରତି ମାସ ରୋଜଗାର କରିପାରିବେ ୫ରୁ ୧୦ ଲକ୍ଷ, ଜାଣନ୍ତୁ ଆବେଦନ ପ୍ରକ୍ରିୟା

44

ଯଦି ଆପଣ ବ୍ୟବସାୟ ଆରମ୍ଭ କରିବାକୁ ମନ ବଳାଇଛନ୍ତି, ତେବେ ଡାଏରୀ ପ୍ରଡକ୍ଟର ନାମୀଦାମୀ କମ୍ପାନୀ ଅମୂଲ ସହିତ ବିଜନେସ କରିପାରିବେ । ଅମୂଲ ଦ୍ୱାରା ଫ୍ରାଂଚାଇଜ ନେବାର ସୁଯୋଗ ଦିଆଯାଉଛି । ପ୍ରାରମ୍ଭିକ ବିଜନେସରେ ଅମୂଲର ଫ୍ରାଂଚାଇଜ ନେବାର ଫାଇଦା ଅଧିକ । ଅମୂଲର ନିଜର କଷ୍ଟମର ବେସ ଅଛି, ଯାହା ସବୁ ସହରର ଲୋକେସନରେ ଅଛି, ସେଥିପାଇଁ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ ଯେ, ଅମୂଲର ଫ୍ରାଂଚାଇଜ ନେବାରେ କୈାଣସି କ୍ଷତି ହେବ ବୋଲି ।

 

ଅମୂଲ ୨ ପ୍ରକାରର ଫ୍ରାଂଚାଇଜ ଅଫର କରୁଛି । ଯଦି ଆପଣ ଅମୂଲ ଆଉଟଲେଟ, ଅମୂଲ ରେଲୱେ ପାର୍ଲର ବା ଅମୂଲ କିଓସ୍କର ଫ୍ରାଂଚାଇଜ ନେବାକୁ ଚାହୁଁଛନ୍ତି, ତେବେ ଏଥିରେ ପାଖାପାଖି ୨ ଲକ୍ଷ ଟଙ୍କାର ନିବେଶ କରିବାକୁ ପିଡିବ । ଏଥିରେ ନନ୍ ରିଫଣ୍ଡେବଲ ବ୍ରାଣ୍ଡ ସିକ୍ୟୁରିଟି ଭାବେ ୨୫ ହଜାର ଟଙ୍କା, ରିନୋଭେସନ ଉପରେ ୧ ଲକ୍ଷ ଟଙ୍କା, ଇକ୍ୟୁପମେଣ୍ଟ ଉପରେ ୭୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହାର ଅଧିକ ସୂଚନା ଆପଣଙ୍କୁ ଫ୍ରାଂଚାଇଜ ପେଜରେ ମିଳିଯିବ । ଅମୂଲ ଆଇସକ୍ରିମ୍ ସ୍କୁପିଙ୍ଗ ପାର୍ଲର କରିବାକୁ ଚାହୁଁଛନ୍ତି ଯଦି ଆପଣଙ୍କ ଅଧିକ ଖର୍ଚ୍ଚ ହେବ । ଏହା ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ଯଦି ଏହି ଲିଙ୍କ ଉପରେ କ୍ଲିକ କରନ୍ତୁ https://www.franchiseindia.com/brands/AmulScoopingParlours.14860