ଭାରତରେ ଲଞ୍ଚ ହେଲା ୨୫ ମେଗାପିକ୍ସଲ କ୍ୟାମେରା ସ୍ମାର୍ଟଫୋନ ! ଫିଚର୍ସ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଜାଣନ୍ତୁ କେଉଁ କମ୍ପାନୀ ଦେଉଛି ଏହି ଅଫର ।

151

ଭାରତ ମାର୍କେଟରେ ଲଞ୍ଚ ହେଲା ଓପୋର ନୂଆ ସ୍ମାର୍ଟଫୋନ । ଜବରଦସ୍ତ ସେଲଫି କ୍ୟାମେରା ଥିବା Oppoର ଏହା ଫ୍ଲେଗସିଭ ସ୍ମାର୍ଟଫୋନ । ଏହାର ବୋର୍ଡର ଅତ୍ୟନ୍ତ ପତଳା ହୋଇଥିବା ବେଳେ ପ୍ରଥମଥର ଏହାକୁ ଦେଖିଲେ iphone x ଭଳି ଲାଗିବ । ଏହି ଫୋନରେ ଥିବା ୨୫ ମେଗାପିକ୍ସଲ କ୍ୟାମେରା ସ୍ମାର୍ଟଫୋନକୁ ସବୁଠାରୁ ଖାସ କରିଛି ।

ସ୍ମାର୍ଟଫୋନଟିରେ ୬.୨ ଇଞ୍ଚର ଫୁଲ ସ୍କ୍ରିନ୍ ୨.୦ ର ଡିସପ୍ଲେ ରହିଛି । ଫୋନଟି ଏଣ୍ଡ୍ରଏଡ ୮.୧ ଓରିଓ ବିଶିଷ୍ଟ । ୨୫ ମେଗାପିକ୍ସଲ ଫ୍ରଣ୍ଟ କ୍ୟାମେରା ବିଶିଷ୍ଟ ଏହି ସ୍ମାର୍ଟଫୋନରେ ଆପ-ଇନ-ଆପ ମଲ୍ଟି ଟାକ୍ସିଙ୍ଗ ଫିଚର୍ସ ରହିଛି । ଏଥିରେ ୬୪ ବିଟ୍ ଓକ୍ଟା-କୋର ଚିପସେଟର ବ୍ୟବହାର କରାଯାଇଛି । ସେହିପରି RAM ରେ ୟୁଜର୍ସ ମାନଙ୍କ ପାଇଁ ୪ ଜିବି ଏବଂ ୬ ଜିବିର ଦୁଇଟି ବିକଳ୍ପ ରହିଛି ।

ଭାରତ ବଜାରରେ Oppo F7 ୨୧,୯୯୦ ଟଙ୍କାରେ ମିଳିବ । ଏହି ସ୍ମାର୍ଟଫୋନ ଏପ୍ରିଲ ୯ ତାରିଖରୁ ଅନଲାଇନ ଏବଂ ଅଫଲାଇନରେ ବିକ୍ରି ହେବା ଆରମ୍ଭ ହେବ । ସୋଲାର ରେଡ ଏବଂ ମୁନଲାଇଟ ସିଲଭର ରଙ୍ଗରେ ଆସୁଥିବା ଏହି ଫୋନରେ ୪ ଜିବି ରାମ ଏବଂ ୬୪ ଜିବି ଇଣ୍ଟରନାଲ ଷ୍ଟୋରେଜ ରହିଛି ।

Oppo ନୂଆ ସ୍ମାର୍ଟଫୋନର ସ୍ପେଶାଲ ଏଡିସନ ମଧ୍ୟ ଲଞ୍ଚ କରିଛି । ୬ ଜିବି Ram ଏବଂ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଥିବା ଏହି ଫୋନର ଦାମ ୨୬,୯୯୦ ଟଙ୍କା ରହିଛି । ଏହି ମଡେଲ ନିର୍ଦ୍ଦିଷ୍ଟ ଓପୋ ଷ୍ଟୋରରେ ହିଁ ଉପଲବ୍ଧ ହେବ ।

Oppo F7ର ୧୦ହଜାର ୟୁନିଟ ସାରା ଦେଶରେ ଥିବା ୭୭୭ଟି ଓପୋ ଷ୍ଟୋରରେ ଉପଲବ୍ଧ ହେବ । ଯଦି ଆପଣ ଆଇସିଆଇସିଆଇ କ୍ରେଡିଟ କାର୍ଡରୁ ସପିଙ୍ଗ କରୁଛନ୍ତି ତେବେ ଆପଣଙ୍କୁ ୫ ପ୍ରତିଶତ କ୍ୟାସ ବ୍ୟାକ ମିଳିବ ।

Oppo F7 ରେ ୧୬ ମେଗାପିକ୍ସଲର ରିୟର କ୍ୟାମେରା ମଧ୍ୟ ରହିଛି । ଏହି ଫୋନର ମେମୋରିକୁ ଆପଣ ମାଇକ୍ରୋ ଏସଡି ମାଧ୍ୟମରେ ୨୫୬ ଜିବି ପର୍ଯ୍ୟନ୍ତ ବୃଦ୍ଧି କରିପାରିବେ । କନେକ୍ଟିଭିଟି ପାଇଁ ଏଥିରେ ୪G VoLte, ବ୍ଲ୍ୟୁଟୁଥ୍ ଏବଂ USB OTG ମଧ୍ୟ ଦିଆଯାଇଛି । ଏଥିରେ ୩୪୦୦ MAH ର ବ୍ୟାଟେରି ରହିଛି ।