ଲଂଚ ହେଲା ଓପ୍ପୋ ଏଫ୍୫ ! ସୁନ୍ଦର ଲୋକଙ୍କୁ ଦୂରରୁ ଚିହ୍ନି ପାରିବ ଏହି ସ୍ୱତନ୍ତ୍ର ଫୋନ୍

45

ଓପ୍ପୋ କମ୍ପାନୀ ଆଣିଲା ନୂଆ ସ୍ମାର୍ଟଫୋନ୍ । କମ୍ପାନୀ ନିଜର ନୂଆ ସ୍ମାର୍ଟଫୋନ୍ ‘ଓପ୍ପୋ ଏଫ୫’ ଫିଲିପାଇନ୍ସରେ ଲଂଚ କରିଛି । ଏହି ଫୋନରେ ରହିଛି ରହିଛି ଏକ ସ୍ୱତନ୍ତ୍ର ଫିଚର ଯାହା ସୁନ୍ଦର ଲୋକଙ୍କୁ ଚିହ୍ନିପାରିବ । ଏହାସହ ଏହି ନୂତନ ସ୍ମାର୍ଟଫାନରେ ରହିଛି ଅନେକ ମଜାଦାର ଫିଚର । ସବୁଠାରୁ ମଜାଦାର କଥା ହେଲା ଫୋନର ଦୁଇ ପାଶ୍ୱର୍ର ଆକୃତି ଗୋଲକାର ରହିଛି । ଭାରତରେ ନଭେମ୍ବର ୨ରେ ଏହି ଫୋନ ଲଂଚ ହେବ । ଏହି ଫୋନର ଫ୍ରଂଟ କ୍ୟାମେରା ବ୍ୟୁଟି ରିକଗ୍ନେଶନ ଫିଚର ସହ ୨୦ମେଗାପିକ୍ସେଲ ଅଟେ ।

ଓପ୍ପୋ ଏଫ୫ରେ ରହିଛି ୫ଇଂଚର ପୂର୍ଣ ଏଚଡି ଡିସ୍ପଲେ ଯାହାର ଦୃଷ୍ଟିକୋଣ ଅନୁପାତ ୧୮:୯ । ଏହାଛଡା ଫୋନର ପଛପାଖ ପ୍ୟାନେଲରେ ଫିଙ୍ଗରପ୍ରିଂଟ ସେନ୍ସର, ୪ଜିବି ର୍ୟାମ, ୩୨ଜିବି ଷ୍ଟୋରେଜ, ୬ଜିବି ର୍ୟାମ, ୬୪ଜିବି ଷ୍ଟୋରେଜ ରହିଛି ଯାହାକୁ ୨୫୬ଜିବି ପର୍ଯ୍ୟନ୍ତ ବଢାଯାଇପାରିବ । ଏହାଛଡା ଫୋନରେ ଆଣ୍ଡ୍ରଏଡ ନୁଗଟ ୭.୧, ଟ୍ରିପଲ କାର୍ଡ ସ୍ଲଟ୍ (୨ସିମ୍, ୧ମେମୋରି କାର୍ଡ), ଅକ୍ଟାକୋର ଏମଟି୬୭୬୩ଟି ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଆରଏମକ ମାଲି ଜି୭୧ଏମପି୨ ୮୦୦ଏମଏଚଜେଡ଼୍ ଜିପିୟୁ ରହିଛି ।

ଫୋନ କ୍ୟାମେରାରେ ରହିଛି ବ୍ୟୁଟି ରିକଗନେଶନ ଫିଚର ସହ ୨୦ମେଗାପିକ୍ସଲ ଫ୍ରଂଟ କ୍ୟାମେରା ଏବଂ ୧୬ ମେଗାପିକ୍ସଲ ରିୟର କ୍ୟାମେରା ରହିଛି । ଏହି ମୋବାଇଲର ବଜାର ଦର ପାଖାପାଖି ୧୫,୯୯୦ ରୁ ୨୦,୦୦୦ଟଙ୍କା ରହିଛି । ଫିଲିପାଇନ୍ସରେ ଏହି ଫୋନର ପ୍ରି-ଅର୍ଡର ଆରମ୍ଭ ହୋଇସାରଲାଣି ଏବଂ ଆଗାମୀ ସପ୍ତାହରୁ ଏହା ବିକ୍ରି ଆରମ୍ଭ ହେବ ।