ଆଜି ନିର୍ବାଚନ ହେଲେ ସତ୍ତାକୁ ଆସିବ ବିଜେପି, ସିଟ୍ ସଂଖ୍ୟା ବଢ଼ିଲେ ମଧ୍ୟ ସରକାରଙ୍କୁ ଆସିପାରିବନି କଂଗ୍ରେସ : ସର୍ଭେ ରିପୋର୍ଟ

44

କନକ ବ୍ୟୁରୋ : ଲୋକସଭା ନିର୍ବାଚନକୁ ବାକି ଅଛି ୬ ମାସ ସମୟ । ଆଉ ଏବେଠାରୁ ସମସ୍ତ ଜାତୀୟ ଓ ଆଂଚଳିକ ଦଳ ଗୁଡ଼ିକ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଏବେଠାରୁ ଆରମ୍ଭ ହୋଇଯାଇଛି ଆରୋପ-ପ୍ରତ୍ୟାରୋପ । ବିଭିନ୍ନ ମୁଦ୍ଦା ନେଇ ବରୋଧୀ ଓ ସରକାର ଉଭୟେ ଉଭୟଙ୍କୁ ଟାର୍ଗେଟ କରୁଛନ୍ତି । ତେବେ ଏସବୁ ଗଭିତରେ ଆସିଛି ଏକ ନୂଆ ତଥ୍ୟ । ଆଜି ଲୋକସଭା ନିର୍ବାଚନ ହେଲେ ଏନଡ଼ିଏ ସରକାର ପୁଣି ଥରେ ଶାସନକୁ ଆସିବେ ବୋଲି ସର୍ଭେ ରିପୋର୍ଟରୁ ଜଣାପଡ଼ିଛି । ତେବେ ଏକଥା ଆମେ ନୁହେଁ କହୁଛି ଏବିପି ନ୍ୟୁଜ୍-ସି ଭୋଟରର ସର୍ଭେ ରିପୋର୍ଟ ଏକଥା କହୁଛି । ରିପୋର୍ଟ ଅନୁସାରେ ବିଜେପି ନେତ୍ୃତ୍ୱାଧିନ ଏନଡ଼ିଏକୁ ୨୭୬ ସିଟ୍ ମିଳିପାରେ ବୋଲି ଆକଳନ କରାଯାଉଛି । ସେହିପରି କଂଗ୍ରେସ ନେତ୍ୱତ୍ୱାଧୀନ ୟୁପିଏକୁ ୧୧୨ଟି ସିଟ୍ ମିଳିବ ବୋଲି ଆକଳନ କରାଯାଉଛି । ଏହାସହ ଅନ୍ୟଦଳ ଗୁଡ଼ିକୁ ଯାଇପାରେ ୧୫୫ ସିଟ୍ । ରିପୋର୍ଟ ଅନୁସାରେ ନିର୍ବାଚନ ହେଲେ ଏନଡ଼ିଏକୁ ୩୮ ପ୍ରତିଶତ ଓ ୟୁପିଏକୁ ୨୫ ପ୍ରତିଶତ ଭୋଟ୍ ଯିବ । ସେପଟେ ୨୦୧୪ ନିର୍ବାଚନରେ ଏନଡ଼ିଏକୁ ୪୦ପ୍ରତିଶତ ୟୁପିଏକୁ ୨୪ ପ୍ରତିଶତ ଭୋଟ ମିଳିଥଲା ।

ସୂଚନାଯୋଗ୍ୟ ୨୦୧୪ ଲୋକସଭା ନିର୍ବାଚନରେ ଏନଡ଼ିଏକୁ ୫୪୩ ସିଟରୁ ୩୩୬ ସିଟ୍ ମିଳିଥିଲା । ଆଉ ସେଥିରେ ୨୮୨ଟି ସିଟ୍ ଯାଇଥିଲା ବିଜେପି ଖାତାକୁ । ତେବେ ଏ ରିପୋର୍ଟକୁ ଦେଖିଲେ ଜଣାପଡ଼ୁଛି ବର୍ତ୍ତମାନ ସମୟରେ ନିର୍ବାଚନୟ ହେଲେ ଏନଡ଼ିଏ ସତ୍ତାକୁ ଆସିଲେ ମଧ୍ୟ ବହୁମତରେ ସରକାର ଗଠନ କରିପାରିବେ ନାହିଁ । ବର୍ତ୍ତମାନ ସମୟରେ ପେଟ୍ରୋଲ-ଡିଜେଲ୍ ଦର ଓ ରାଫଲ ମୁଦ୍ଦାକୁ ନେଇ କେନ୍ଦ୍ର ସରକାର ଟାର୍ଗେଟରେ ଅଛନ୍ତି । ଏହି ଦୁଇ ମାମଲାକୁ ଆୟୁଧ କରି ବିରୋଧୀ ଦଳ ମୋଦି ସରକାରଙ୍କ ଉପରେ ବାରମ୍ବାର ବର୍ଷିିବାର ଦେଖାଯାଉଛି । ବିଭିନ୍ନ ବାଦ ବିବାଦ, ରାଜନୈତିକ ଦଳ ମଧ୍ୟରେ ମହାମେଂଟ ତିଆରି ହେବା ଓ ବିଗିଡ଼ିବା ଦେଖିବାକୁ ମିଳିଛି ।

ତେବ ଏବିପି ନ୍ୟୁଜ ଓ ସିଭୋଟଯର ସର୍ଭେ ଅନୁସାରେ ଏବେ ନିର୍ବାଚନ ହେଲେ ଦେଶର ଜନତାଙ୍କ ମୁଡ଼୍ କ’ଣ ରହିଛି, ଆସନ୍ତୁ ଜାଣିବା ?

ଓଡ଼ିଶା – ମୋଦି ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି . ..

ମୋଟ ସିଟ ସଂଖ୍ୟା – ୨୧  ବିଜେପି- ୧୩ ବିଜେଡ଼ି – ୬ ଓ କଂଗ୍ରେସ- ୨

ୟୁପି – ମାୟାବତୀ ଏକୁଟିଆ ଲଢ଼ିଲେ କ’ଣ ହେବ ?

ମୋଟ୍ ସିଟ୍ ସଂଖ୍ୟା – ୮୦ ଏନଡିଏ – ୭୦  କଂଗ୍ରେସ-୨  ଅନ୍ୟ- ୮

ୟୁପି – କଂଗ୍ରେସ ମହାମେଂଟରେ ସାମିଲ ହେଲେ ?

ମୋଟ୍ ସିଟ୍ ସଂଖ୍ୟା – ୮୦  ଏନଡିଏ- ୨୪  ୟୁପିଏ- ୫୬

ୟୁପି – ସପା ଓ ବସପା ଏକାଠି ଲଢ଼ିଲେ, କଂଗ୍ରେସ ଅଲଗା ଲଢ଼ିଲେ ?

ମୋଟ୍ ସିଟ୍ ସଂଖ୍ୟା- ୮୦ ଏନଡିଏସ- ୩୬ କଂଗ୍ରେସ- ୨ ମହାମେଣ୍ଟ- ୪୨

ବିହାର- ଏଲଜେପି ଓ ଆରଏଲଏସପି ୟୁପିଏରେ ମିଶିଲେ ?

ମୋଟ୍ ସିଟ୍- ୪୦  ଏନଡିଏ- ୨୨  ୟୁପିଏ- ୧୮

ବିହାର- ବର୍ତ୍ତମାନ ଏନଡିଏ ଜାରି ରହିଲେ ?

ମୋଟ୍ ସିଟ୍ ସଂଖ୍ୟା – ୪୦  ଏନଡିଏ- ୩୧  ୟୁପିଏ- ୯

ମଧ୍ୟପ୍ରଦେଶ

ମୋଟ୍ ସିଟ୍ ସଂଖ୍ୟା- ୨୯  ଏନଡିଏ- ୨୩  ୟୁପିଏ- ୬

ଛତିଶଗଡ଼ –
ମୋଟ୍ ସିଟ୍ ସଂଖ୍ୟା -୧୧  ଏନଡ଼ିଏ -୧୧  ୟୁପିଏ – ୨

ରାଜସ୍ଥାନ–
ମୋଟ୍ ସିଟ୍ ସଂଖ୍ୟା – ୨୫  ଏନଡିଏ- ୧୮ ୟୁପିଏ- ୭

ମହାରାଷ୍ଟ୍ର- ଏନସିପି, କଂଗ୍ରେସ ଏକାଠି ଲଢିଲେ ଓ ଶିବସେନା ଏକାକୀ ଲଢିଲେ କଣ ରହିବ ଫଳାଫଳ ?

ମୋଟ୍ ସିଟ୍ ସଂଖ୍ୟା – ୪୮ ୟୁପିଏ- ୩୦ ଏନଡିଏ- ୧୬ ଶିବସେନା- ୨

ମହାରାଷ୍ଟ୍ର- ଏନସିପି+ କଂଗ୍ରେସ, ଶିବସେନା + ବିଜେପି ହେଲେ କଣ ରହିବ ଫଳାଫଳ ?

ମୋଟ୍ ସିଟ୍ ସଂଖ୍ୟା – ୪୮ ଏନଡିଏ- ୩୬ ୟୁପିଏ – ୧୨

ମହାରାଷ୍ଟ୍ର- କଂଗ୍ରେସ, ଏନସିପି , ବିଜେପି ଓ ଶିବସେନା ଅଲଗା ଲଢିଲେ କଣ ରହିବ ସ୍ଥିତି ?

ମୋଟ୍ ସିଟ୍ ସଂଖ୍ୟା- ୪୮ ବିଜେପି- ୨୨ ଶିବସେନା- ୭ କଂଗ୍ରେସ- ୧୧ ଏନସିପି- ୮

ପୂର୍ବାଞ୍ଚଳ- ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା

ମୋଟ୍ ସିଟ୍ ସଂଖ୍ୟା – ୨୫ ଏନଡିଏ- ୧୮ ୟୁପିଏ- ୬ ଅନ୍ୟ- ୧

ପଞ୍ଜାବ
ମୋଟ୍ ସିଟ୍ ସଂଖ୍ୟା  – ୧୩ ୟୁପିଏ- ୧୨ ଏନଡିଏ- ୧

ହରିୟାଣା

ମୋଟ୍ ସିଟ୍ ସଂଖ୍ୟା – ୧୦ ୟୁପିଏ- ୩ ଏନଡିଏ- ୬ ଅନ୍ୟ- ୧

ଦିଲ୍ଲୀ
ଏନଡିଏ- ୭  ୟୁପିଏ-୦

ଦକ୍ଷିଣ ଭାରତ- କର୍ଣ୍ଣାଟକ, କେରଳ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା

ମୋଟ୍ ସିଟ୍ ସଂଖ୍ୟା – ୧୨୯ ଏନଡିଏ- ୨୧ ୟୁପିଏ- ୩୨ ଅନ୍ୟ- ୭୬