ପୁଣି ଥରେ କ୍ଷମତାକୁ ଆସିବେ ନରେନ୍ଦ୍ର ମୋଦି ! ଟାଇମ୍ସ ନାଓ ଓ ଭିଏମଆର ସର୍ଭେ ଅନୁସାରେ ଏନଡ଼ିଏକୁ ମିଳିବ ୨୮୩ ସିଟ

946

କନକ ବ୍ୟୁରୋ : ପୁଣି ଥରେ କ୍ଷମତା ଦଖଲ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାପେକ୍ଷା ମୋଦି ଲେହେର ଥମି ଯାଇଥିଲେ ହେଁ ସରକାର ଗଢ଼ିବ ବିଜେପି । ଟାଇମ୍ସ ନାଓ ଓ ଭିଏମଆର ସର୍ଭେ ମୁତାବକ ପୁଣି ଥରେ ସତ୍ତାକୁ ଆସିବ ଏନଡ଼ିଏ । ସର୍ଭେ ଅନୁସାରେ ୫୪୩ ଲୋକସଭା ଆସନରୁ ଏନଡ଼ିଏ ହାତକୁ ଆସିବ ୨୮୩ ସିଟ । ଅନ୍ୟପଟେ ୟୁପିଏକୁ ୧୩୫ ଓ ଅନ୍ୟାନ୍ୟ ୧୨୫ ଟି ସିଟ୍ ହାସଲ କରିବେ । ସର୍ଭେ ଅନୁସାରେ ଦକ୍ଷିଣ ଭାରତରେ ଏନଡ଼ିଏକୁ କୌଣସି ଖାସ୍ ସଫଳତା ମିଳିବ ନାହିଁ । ପଶ୍ଚିମବଙ୍ଗରେ ବିଜେପିକୁ ଅଧିକ ସିଟ୍ ମିଳିବ ବୋଲି ଆକଳନ କରାଯାଉଛି । ଆସାମରେ ଓ ହିନ୍ଦି ବେଲ୍ଟ ରାଜ୍ୟରେ ବିଜେପିର ଦବଦବା ବଜାୟ ରହିବ । ସହଯୋଗୀ ଦଳ ସାହାଯ୍ୟରେ ବିଜେପି ବହୁମତରେ ବିଜୟୀ ହେବ ।

ଉତ୍ତରପ୍ରଦେଶରେ ବିଜେପି ୨୦୧୪ର କରିଶ୍ମା ଦୋହରାଇ ପାରିବ ନାହିଁ । ୨୦୧୪ରେ ବିଜେପି ସହଯୋଗୀ ଦଳ ସାହାଯ୍ୟରେ ୭୩ ସିଟ ହାସଲ କରିଥିଲା । ଚଳିତ ଥର ବିଜେପି ଓ ସହଯୋଗୀ ଦଳକୁ ମାତ୍ର ୪୨ ସିଟରେ ସନ୍ତୁଷ ହେବାକୁ ପଡ଼ିବ ବୋଲି ସର୍ଭେରେ ଆକଳନ ହୋଇଛି । ଅନ୍ୟପଟେ ମେଂଟକୁ ୩୬ ଓ କଂଗ୍ରେସକୁ ୨ ସିଟ ମିଳିବ ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ ହିନ୍ଦି ବେଲ୍ଟରେ ବିଜେପିର ଦବଦବା କାୟମ ରହିବ । ଦିଲ୍ଲୀର ୭ ସିଟରେ ବିଜେପି ବିଜୟୀ ହେବ । ମଧ୍ୟପ୍ରଦେଶରେ ୨୯ରୁ ୨୨ ଟି ସିଟରେ ଓ ରାଜସ୍ଥାନରେ ୨୫ରୁ ୨୦ ଟି ସିଟରେ ବିଜେପି ବଜୟୀ ହୋଇପାରେ ।

ପଶ୍ଚିମବଙ୍ଗରେ ଦଳକୁ ମଜଭୁତ କରିବାରେ ଲାଗିଥିବା ବିଜେପିକୁ ପାଇଁ ଖୁସିଖବର । ସର୍ଭେ ଅନୁସାରେ ବିଜେପିକୁ ୧୧ ଟି ସିଟ୍ ମିଳବାର ସମ୍ଭାବନା ରହିଛି । ସେପଟେ ବିହାରରେ ଏକତରଫା ମୋଦି ଲେହେରେ ଚାଲୁଛି । ବିହାରରେ ଏନଡିଏଲକୁ ୨୭ ଟି ସିଟ୍ ମିଳପାରେ ବୋଲି ଆକଳନ କରାଯାଇଛି ।