ଇଣ୍ଡିଆ ଟୁଡେର ଆକଳନ : ନିର୍ବାଚନ ତାରିଖ ଘୋଷଣା ପରେ ଦେଶର ରାଜନୀତି ପାଣିପାଗ ସରଗରମ

26

କନକ ବ୍ୟୁରୋ : ୫ ରାଜ୍ୟର ବିଧାନସଭା ନିର୍ବାଚନ ଘୋଷଣା ପରେ ବଦଳି ଯାଇଛି ଦେଶର ରାଜନୈତିକ ପାଣିପାଗ । ଆରମ୍ଭ ହୋଇଯାଇଛି ଜନମତ ସର୍ଭେକ୍ଷଣ । ସବୁଠୁ ବଡ ରାଜ୍ୟ ଉତରପ୍ରଦେଶର ଭାଗ୍ୟ ଡୋର କାହା ହାତରେ ରହିବ, ଏ ନେଇ ଆକଳନ ଜୋରଦାର ହୋଇଛି । ଇଣ୍ଡିଆ ଟୁଡେ-ଆକ୍ସିସର ଆକଳନ କହୁଛି ଉତରପ୍ରଦେଶରେ ସ୍ପଷ୍ଟ ବହୁମତ ପାଇ ସରକାର ଗଢିବ ବିଜେପି ।

ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଜନମତ ସର୍ଭେ କରି ଏହି ସର୍ଭେକ୍ଷଣ ସଂସ୍ଥା ମତ ଦେଇଛି ୪୦୩ ଆସନ ମଧ୍ୟରୁ ବିଜେପି ୨୦୬ରୁ ୨୧୬ ସିଟ୍ ହାସଲ କରିବ । ପରିବାର କଳିରେ ଘାଂଟି ହେଉଥିବା ସମାଜବାଦୀ ପାର୍ଟି ପାଇବ ମାତ୍ର ୯୨ରୁ ୯୭ ସିଟ୍ । ସେହିପରି ମାୟାବତୀଙ୍କ ବିଏସପିକୁ ମିଳିବ ୭୯ରୁ ୮୫ ଆସନ ।

ସବୁଠୁ ନୈରାଶ୍ୟଜନକ ସ୍ଥିତି ରହିଛି କଂଗ୍ରେସର । ମାତ୍ର ୫ରୁ ୯ ସିଟ୍ ମଧ୍ୟରେୀ ଦଳକୁ ସନ୍ତୁଷ୍ଟ ହେବାକୁ ପଡିବ । ଇଣ୍ଡିଆ ଟୁଡେ-ଆକ୍ସିସ ଆକଳନ କରିଛି ଯେ ବିମୁଦ୍ରାକରଣ ନିଷ୍ପତି ପରେ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ବିଜେପିର ଭୋଟ ସେୟାର ୨ ପ୍ରତିଶତ ବଢିଛି ।