‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ-ପାଳନ କରନ୍ତି ନବୀନ’ : ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ମତାମତ ବାକ୍ସ

117

ଜନସାଧାରଣଙ୍କ ମତାମତକୁ ଗ୍ରହଣ କରି ଲୋକାଭିମୁଖି ସରକାର ସମସ୍ତ କାର୍ଯ୍ୟକ୍ରମକୁ ସୂଚାରୁରୂପେ ପାଳନ କରିବା ଉଦ୍ଦେଶ୍ୟରେ ବିଜୁ ଜନତା ଦଳ ଆରମ୍ଭ କରିଥିଲା ‘ଘରେ ଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ- ପାଳନ କରନ୍ତି ନବୀନ’ । ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ କରାଯାଇଥିବା ଏହି ଅଭିନବ କାର୍ଯ୍ୟକ୍ରମ ଜରିଆରେ ଓଡ଼ିଶାର ୮୬ଲକ୍ଷ ପରିବାରଙ୍କ ଠାରୁ ମତାମତ ସଂଗ୍ରହ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଧର୍ମଶାଳା ନିର୍ବାଚନ ମଣ୍ଡଳୀର ସମସ୍ତ ୫୪ଟି ପଂଚାୟତରୁ ଆସିଥିବା ଜନସାଧାରଣଙ୍କ ମତାମତକୁ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟକ୍ରମରେ ହସ୍ତାନ୍ତର କରାଯାଇଛି ଏବଂ ବିଜୁ ମହିଳା ଜନତା ଦଳ ଦ୍ୱାରା କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଆସିଥିବା ମତାମତଗୁଡିକୁ ତର୍ଜମା କରି ଗ୍ରହଣ କରାଯିବ ବୋଲି ବିଧାୟକ ପ୍ରଣବ କୁମାର ବଳବନ୍ତରାୟ କହିଛନ୍ତି।

ଏହି କାର୍ଯ୍ୟକ୍ରମରେ ଆଇଟି ସେଲ ମୁଖ୍ୟ ଡା. ଅମର ପଟ୍ଟନାୟକ, ରାଜ୍ୟ ସଂପାଦକ ବିଜୟ ନାୟକ, ସଂଖ୍ୟାଲଘୁ ସେଲ ସଭାପତି ମୁନ୍ନା ଖାନ, ବିଜୁ ଶ୍ରମିକ ସାମ୍ମୁଖ୍ୟ ମହାସଚିବ ସୁବାସ ସିଂହ, ମୁଖପାତ୍ର ଡ. ସସ୍ମିତ ପାତ୍ର, କଟକ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ ସିଂହ, ମହିଳା ବିଜେଡିର ସ୍ନିଗ୍ଧା ପାଣିଗ୍ରାହୀ, ଆରତୀ ଦେବୀ, ସଂଯୁକ୍ତା ମହାନ୍ତି, ସନ୍ଧ୍ୟା ବିଶ୍ୱାଳ, ସରୋଜିନୀ ନନ୍ଦ, ଲୋରା ମହାପାତ୍ର, ଦିବ୍ୟା ସାସ୍ୱତୀ, ମୀନାକ୍ଷି ପ୍ରିୟଦର୍ଶିନୀ ପ୍ରମୁଖ ଉପସ୍ଥିତ ଥିଲେ।