ଟିଟୋ ଅଛି କେଉଁଠି ! କୁଖ୍ୟାତ ଗ୍ୟାଙ୍ଗଷ୍ଟରକୁ ଧରିବା ପାଇଁ ଆରମ୍ଭ ହେଲା ଅପରେସନ୍ ଟିଟୋ, ଟିମରେ ରହିଛନ୍ତି କମିଶନରେଟ ପୋଲିସର ବଛା ବଛା ଅଫିସର

25

କନକ ବ୍ୟୁରୋ : ଟେଣ୍ଡର ଫିକ୍ସିଂର ରିଙ୍ଗମାଷ୍ଟର ଟିଟୋକୁ ଖୋଜୁଛି ପୋଲିସ । ବଛା ବଛା ପୋଲିସ ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ କରିଛି କମିଶନରେଟ୍ ପୋଲିସ । ଆଉ ରାଜ୍ୟର ବିଭିନ୍ନ ସ୍ଥାନରେ ଜାଲ ବିଛାଇଛି । ଟେଣ୍ଡର ଫିକ୍ସିଂକୁ ନେଇ ଗତ ୨୯ ତାରିଖରେ ଠିକାଦାର ତାହିର ଅଲ୍ଲୀଙ୍କୁ ଗୁଳି କରାଯାଇଥିଲା । ଏଥିରେ ୮ଜଣଙ୍କୁ ଗିରଫ କରିଥିଲା ପୋଲିସ । ଆଉ ଜାଣିବାକୁ ପାଇଥିଲା ଏହା ପଛରେ ରହିଛି ଗ୍ୟାଙ୍ଗଷ୍ଟର ଟିଟୋର ହାତ ।

କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋକୁ ଧରିବା ପାଇଁ ପୁଲିସ ବିଛାଇଲା ଜାଲ । ଟିଟୋ କେତେବେଳେ, କେଉଁଠୁ କେମିତି ଅପରେସନ୍ କରୁଛି ସେନେଇ ଖୋଳତାଡ ଚାଲିଛି । ଏପରିକି ଧରା ପଡିଥିବା ଟିଟୋ ଗ୍ୟାଙ୍ଗର ଅଭିଯୁକ୍ତଙ୍କ ଫୋନକୁ ତନ୍ନତନ୍ନ କରି ପୁଲିସ ଯାଂଚ କରୁଛି । ଅପରେସନ୍ ଟିଟୋ । ଟିଟୋକୁ ଧିରବା ପାଇଁ କମିଶନରେଟ ପୁଲିସ ତିଆରି କରିଛି ଏକ ସ୍ୱତନ୍ତ ଟିମ୍ । କଟକ ଡିସିପି ଅଖିଳେଶ୍ୱର ସିଂହ ଏହି ଟମକୁ ଲିଡ୍ କରୁଥିବା ବେଳେ, ଟିମରେ ରହିଛନ୍ତି କମିଶନରେଟ ପୁଲିସର ବଛା ବଛା ଅଫିସର । ସବୁଠୁ ଗୁରୁତ୍ୱପୁଣ୍ଣର୍୍ କଥା ହେଉଛି ଟିଟୋ ନାଁରେ କମିଶନରେଟ ପୁଲିସରେ ଗୋଟିଏ ବି ଅଭିଯୋଗ ରହି ନଥିବା ବେଳେ, ପୁଲିସ ପାଇଛି ଟିଟୋର ଟେଣ୍ଡର ଫିକ୍ସିଂ ଲିଙ୍କ । ଟେଣ୍ଡର ଫିକ୍ସିଂ ନେଇ ଗୁଳିମାଡ କରି ପୁଲିସ ହାତରେ ଧରା ପଡିଥିବା ୮ କୁଖ୍ୟାତ ଅପରାଧୀ ଟିଟୋ ଗ୍ୟାଙ୍ଗର ବୋଲି ପୁଲିସ କହିଛି ।

ଟେଣ୍ଡ ଫିକ୍ସିଂକୁ ନେଇ ଗତ ମାର୍ଚ୍ଚ ୨୯ ତାରିଖରେ କଟକ ଜଗତପୁରରେ ଠିକାଦାର ତାହିର ଅଲ୍ଲୀଙ୍କ ଉପରକୁ ଗୁଳିମାଡ ହୋଇଥିଲା । ଏହି ଘଟଣାରେ ଯେଉଁ ୮ଜଣଙ୍କୁ ଗିରଫ କରାଯାଇଥିଲା ସେମାନେ ଟିଟୋ ଗ୍ୟାଙ୍ଗର ବୋଲି ପୁଲିସ ପାଖରେ ପକ୍କା ଖବର ରହିଛି । ତେବେ ଗିରଫ ଅଭିଯୁକ୍ତଙ୍କ ମୋବାଇଲ ଫୋନରୁ ବି ପୁଲିସ ବହୁ ତଥ୍ୟ ପ୍ରମାଣ ଯୋଗାଡ କରିଛି ।

ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କ କହିବା କଥା ହେଉଛି, ଟିଟୋ ସାରା ରାଜ୍ୟର ଟେଣ୍ଡ ଫିକ୍ସିଂ କରାଉଛି ହେଲେ ତାର କୌଣସି ବି ସିଧିସଳଖ ଲିଙ୍କ ରହୁନି । ହେଲେ ତାହିର ଅଲ୍ଲୀ ଗୁଳିମାଡ ଘଟଣାରେ ପୁଲିସକୁ ବହୁତ କିଛି ତଥ୍ୟ ଓ ପ୍ରମାଣ ମିଳିଛି । ଟିଟୋ କେଉଁଠି ଅଛି ପ୍ରଥମେ ତାକୁ ଠାବ କରିବା ପୁଲିସ ପାଇଁ ସବୁଠୁ ବଡ ଚ୍ୟାଲେଞ୍ଜ କାରଣ – ଏତେ ସତର୍କତାର ସହ ଏହି ଗ୍ୟାଙ୍ଗଷ୍ଟର ନିଜର ଠିକଣା ବଦଳାଉଛି ଯାହାର ଟେର ପୁଲିସ ମଧ୍ୟ ପାଇ ପାରୁନି ।