୮୦ ଟଙ୍କାରେ ଅସ୍ତ୍ରୋପଚାର ! କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଉଦାରତା

28

କନକ ବ୍ୟୁରୋ : ମାତ୍ର ୮୦ ଟଙ୍କାରେ ଅସ୍ତ୍ରୋପଚାର । କ୍ୟାନସର ଆଡକୁ ଗତିକରୁଥିବା ଏକ ଟ୍ୟୁମରର ବ୍ୟୟବହୁଳ ଅପରେସନ କିଭଳି ୮୦ ଟଙ୍କାରେ ସମ୍ଭବ ହେଲା ତାହା ପଛର କହାଣୀ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଢେଙ୍କାନାଳର ଅଖିଳ ନାୟକ ତାଙ୍କ ସ୍ତ୍ରୀଙ୍କୁ କଟକ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ପାଖରେ ପଇସା ନଥିବାରୁ ଟ୍ୟୁମର ଅପରେସନ କିପରି କରିବେ ସେ ନେଇ ଚିନ୍ତାରେ ଥିବା ବେଳେ ସାହାଯ୍ୟର ହାତ ବଢାଇଥିଲା ହସ୍ପିଟାଲ ।

ସ୍ୱେଚ୍ଛାସେବୀ ଅଭିମନ୍ୟୁ ଦାସଙ୍କ ମଧ୍ୟସ୍ଥତାରେ ମାଗଣାରେ ଅସ୍ତ୍ରୋପଚାର କରିଥିଲେ ଡାକ୍ତର ଭାଗ୍ୟଲକ୍ଷ୍ମୀ ନାୟକ । ରୋଗୀଙ୍କୁ ଖର୍ଚ୍ଚ କରିବାକୁ ପଡିଥିଲା ମାତ୍ର ୮୦ ଟଙ୍କା । ଯେଉଁଥିରେ ଅସ୍ତ୍ରୋପଚାର ପାଇଁ ଆବଶ୍ୟକ ହେଉଥିବା ଏକ ଛୁଂଚି ବାହାରୁ କିଣାଯାଇଥିଲା । ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲର ଏହି ଘଟଣା ଅନେକ ଗରିବ ଲୋକଙ୍କ ମନରେ ଆଶା ସଂଚାର କରିଛି । ପାଖରେ ପଇସା ନଥିଲେ ବି କ୍ୟାନସର ଓ ଟ୍ୟୁମର ଭଳି ଦୁରାରୋଗ୍ୟକୁ ଅବହେଳା କରିବା ଉଚିତ ନୁହେଁ ବୋଲି କହିଛନ୍ତି ଡାକ୍ତର ।