ଅପରେସନ ଗ୍ରୀନ୍ ! ଖୋଲିଲା କୃଷି ଦୁର୍ନୀତିର ବଡ଼ ଗୁମର, ପଦାରେ ପଡିଲା କୃଷି ବିଭାଗର ବିଫଳତା

169

କନକ ବ୍ୟୁରୋ : ଜୟ ଯବାନ, ଜୟ କିଷାନ । ପୂର୍ବତନ ପ୍ରଧାନମନ୍ତ୍ରୀ ଲାଳ ବାହାଦୂର ଶାସ୍ତ୍ରୀଙ୍କ ଏହି ନାରା ଗୋଟିଏ ସମୟରେ ସମସ୍ତ ଭାରତୀୟଙ୍କ ମନରେ ଦେଶପ୍ରେମ ଜାଗ୍ରତ କରାଇଥିଲା । ଏହି କଥା କହିବା ବାହୁଲ୍ୟ ଏଥିପାଇଁ କି, ଯବାନ ମାନେ ଯେପରି ଦେଶ ତଥା ମାତୃଭୂମିକୁ ରକ୍ଷା କରିଥାନ୍ତି ଠିକ୍ ସେହିପରି କୃଷକ ମାନେ ଭାରତବାସୀଙ୍କ ମୁହଁରେ ଆହାର ଦେଇ ଆମକୁ ବଞ୍ଚାଇ ରଖିଛନ୍ତି । କିନ୍ତୁ ଏବେ ସେହି ଚାଷୀ କୂଳ ଉପରେ ପଡିଛି ଚଡ଼କ । କୁହାଯାଏ, କୃଷି ହେଉଛି ଆମ ଅର୍ଥନୀତିର ମେରୁଦଣ୍ଡ । ଯାହା ଉପରେ ନିର୍ଭର କରେ ପୂରା ଦେଶ ।

4000-farmer-commiting-suicide-in-indiaଠିକ୍ ସେହିଭଳି ଆମ ରାଜ୍ୟ ଓଡିଶା ମଧ୍ୟ କୃଷି ଉପରେ ସମ୍ପୂର୍ଣ୍ଣ ଭାବେ ନିର୍ଭରଶୀଳ । ସେହି ଚାଷୀଙ୍କ ଆଖିରେ ଧୁଳି ଦେଇ, କେମିତି ଚାଲିଛି ଲୁଟ୍ । ଚାଷୀ କିଛି ବୁଝିବା ଆଗରୁ , ଜାଣିବା ଆଗରୁ ତାଙ୍କ ହକ୍ ଛଡାଇ ନେଉଛି ଆଉ ଜଣେ । ଆଉ ଏହି ପ୍ରକ୍ର୍ରିୟାରେ ସାମିଲ ହୋଇଛି ଆମ ପୁରା ବ୍ୟବସ୍ଥା । ଏହି ପୁରା କାରସାଦିର ପ୍ରମାଣ ଆପଣଙ୍କ ସାମ୍ନାରେ ରଖିବାକୁ ଯାଉଛୁ । ୨୦୧୩ରୁ ୨୦୧୭ । ବର୍ଷ ଗଡୁଛି, ବ୍ୟବସ୍ଥାରେ ପରିବର୍ତନ ଘଟୁଛି । ହେଲେ ଲୁଟ୍ ସେମିତି ଚାଲିଛି । ପୁରା କାହାଣୀ କହିବା ଆଗରୁ ଆମେ ଆପଣଙ୍କ ସାମ୍ନାରେ ରଖିବାକୁ ଚାହିଁବୁ ଓଡ଼ିଶାରେ ଚାଷୀଙ୍କ ସ୍ଥିତି । କେମିତି ଦିନରାତି ପରିଶ୍ରମ କରିବା ପରେ ବି ଅଧା ପେଟରେ ଶୋଇବାକୁ ପଡ଼ୁଛି ଆମ ଚାଷୀ ଭାଇଙ୍କୁ । ଯିଏ ସାରା ଓଡ଼ିଶାକୁ ଆହାର ଯୋଗଉଛି, ସିଏ କେମିତି ଅନାହାର, ଆତ୍ମହତ୍ୟା ଭଳି ବିଭିନ୍ନ ସମସ୍ୟା ଭିତରେ ଛନ୍ଦି ହୋଇ ରହୁଛି ।

କୃଷି ଓ କୃଷକଙ୍କୁ ମୋହରା ସଜାଇ ଖେଳାଯାଉଛି ସାଂଘତିକ୍ ଖେଳ । କେତେବେଳେ ଗରିବ ଚାଷୀର ହକ୍ ଛଡ଼ାଇବା ପାଇଁ ଷଡଯନ୍ତ୍ର ହେଉଛି, ଆଉ ପୁଣି କେତେବେଳେ ବ୍ୟବସ୍ଥାର ଗଳାବାଟ ଦେଇ ଦୁର୍ନୀତିର ସୁଯୋଗ ସୃଷ୍ଟି କରାଯାଉଛି । ଆଉ ଏହି ପ୍ରକ୍ରିୟା ଭିତରେ ସାମ୍ନାକୁ ଆସୁଛି ଅନେକ ଚେହେରା । ତଳରୁ ଉପର ଯାଏଁ, ମୋଡ଼ି ମକଚି ଖାଇ ଯିବା ପାଇଁ ଷଡଯନ୍ତ୍ର ହେଉଛି । ଏମିତି କିଛି ଚେହେରା, ଯାହା ଭିତରେ ଖଳନାୟକ ଅଛନ୍ତି, ସରକାରୀ ବାବୁ ଅଛନ୍ତି ଏବଂ ପରିସ୍ଥିତି ଖଳନାୟକ ସଜେଇଦେଇଥିବା ଚାଷୀ ବି ଅଛନ୍ତି ।

ଚାଷୀଙ୍କ ସ୍ୱାର୍ଥକୁ ବେଖାତିର କରି କେମିତି ଯୋଜନାର ବାଟକୁ ମୋଡ଼ି ଦିଆଯାଉଛି, ତାର ପୁରା ଆମ ହାତରେ ଲାଗିଛି । କେମିତି କୃଷି ଓ କୃଷକର ଭାଗ୍ୟବଦଳିବା ପରିବର୍ତେ ଅନ୍ଧକାରକୁ ଚାଲିଯାଉଛି, ଆଉ କିଛି ହଜାର ଟଙ୍କା ପାଇଁ ଆଖିବୁଜି ଆମ ସରକାରୀ ବାବୁମାନେ ଚାଷୀର ହକ୍କୁ ଅନ୍ୟ ହାତରେ ଟେକି ଦେଉଛନ୍ତି, ତାର ଖୁଲାସା କରିଛି ଅପରେସନ୍ ଗ୍ରୀନ୍ ।

IndiaB-750କେତେବେଳେ ଚାଷୀଙ୍କ ନାଁ ବଦଳି ଯାଉଛି, ତ ଆଉ କେତେବେଳେ ଚାଷୀଙ୍କ ଫଟୋ ବଦଳି ଯାଉଛି । ଜଣେ ଚାଷୀଙ୍କ ନାଁରେ ଏକାଧିକ ଫଟୋ ଉଠାଇ, ନିଆଯାଇଛି ସରକାରୀ ସୁବିଧାର ଲାଭ । ତାହା ପୁଣି ଶାସନ ଓ ପ୍ରଶାସନର କେନ୍ଦ୍ର ସ୍ଥଳ କୁହାଯାଉଥିବା କଟକ ଏବଂ ଭୁବନେଶ୍ୱର ଉପକଣ୍ଠରେ । ଯଦି କଟକ ଭୁବନେଶ୍ୱର ଭଳି ସ୍ଥାନରେ ଏହିଭଳି ଭାବରେ ଦୁର୍ନୀତି ହେଉଛି, ଭାବି ନିଅନ୍ତୁ ଉପାନ୍ତ ଅଂଚଳରେ କ’ଣ ହେଉଥିବ ଚାଷୀଙ୍କ ପାଇଁ ଆସୁଥିବା ଯୋଜନା ।

ଭାତ ହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଆମ ହାତରେ ଲାଗିଛି ଏମିତି ଏକ ତଥ୍ୟ, ଯାହା ଯୋଜନାର ଅସଲ ରୁପାୟନର କଥା ବୟାନ୍ କରୁଛି । ଚାଷୀଙ୍କୁ ଉନ୍ନତମାନର କୃଷି ଉପକରଣ ଯୋଗାଇ ଦେବା ପାଇଁ ସରକାର ଅନେକ ଯୋଜନା କରୁଛନ୍ତି । ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ ନାଁରେ ଆମ ରାଜ୍ୟରେ ଏସବୁ ଉପକରଣ ଯୋଗଇ ଦିଆଯାଉଛି । ହେଲେ ଚାଷୀଙ୍କୁ ଆସୁଥିବା ଏହି ସୁବିଧାରୁ କିଏ ନେଉଛି ଫାଇଦା । ଗୋଟିଏ ପରେ ଗୋଟିଏ କରି ଦେଖିବା କେମିତି ଦଲାଲ୍, ଡିଲର, ସରାକାରୀ ବାବୁଙ୍କ ଇସାରାରେ ଚାଲିଛି ଏକ ବଡ ଦୁର୍ନୀତି । ଏହାର ଖୁଲାସା କରିଛି ଅପରେସନ ଗ୍ରୀନ୍ ।

12farm16ଏହି ଷ୍ଟିଙ୍ଗରେ ପ୍ରଥମେ ସାମ୍ନାକୁ ଆସିଥିଲେ ବାଲିଅନ୍ତାର ଶରତ ଚନ୍ଦ୍ର ଭୋଇ । ତାଙ୍କ ଚାଷୀ ପରିଚୟପତ୍ର ନେଇ ସରକାରଙ୍କ ଠାରୁ ରିହାତି ଦରରେ କିଣାଯାଇଛି ପୱାରଟିଲର । ଟଙ୍କାର ଲୋଭ ଦେଖାଇ ତାଙ୍କ ପ୍ରାପ୍ୟକୁ ଆଉ କିଏ ଛଡାଇ ନେଇଛି । ଆଉ ଏହି ଦୁର୍ନୀତିରେ ସାମିଲ ହୋଇଛନ୍ତି ସରକାରୀ ବାବୁ । ସେହିଭଳି ଆଉଜଣେ ଚାଷୀ ଆଲୋକ ଭୋଇ ମଧ୍ୟ ଏହି ସରକାରୀ ବାବୁଙ୍କ ଜାଲରେ ପଡିଛନ୍ତି । ତାଙ୍କ ଅଜାଣତରେ ହିଁ ତାଙ୍କ ପ୍ରାପ୍ୟ ଛଡାଇ ନେଇଛନ୍ତି ସରକାରୀ ବାବୁ । ତାଙ୍କ ନାଁରେ କିଣାଯାଇଥିବା ପାୱାରଟିଲର କିଏ ନେଲା ସେକଥା ବି ସେ ଜାଣନ୍ତି ନାହିଁ । ତାଙ୍କୁ କିଛି ପଇସା ଦିଆଯାଇ କୁହାଯାଇଥିଲା, ପାୱାରଟିଲର ସାଙ୍ଗରେ ଫଟୋ ଉଠାଇବା ପାଇଁ । ଫଟୋ ଉଠାଇବା ପରେ ପାୱାରଟିଲରକୁ ମିଳିତ ଭାବେ ହାତେଇ ନେଇଥିଲେ ଦଲାଲ ଓ ସରକାରୀ ବାବୁ । କିନ୍ତୁ ସରକାରୀ ଖାତାରେ ପାୱାରଟିଲର ଆଲୋକଙ୍କ ପାଖରେ ହିଁ ରହିଛି । ସେହିଭଳି ଆଉଜଣେ ଭୁକ୍ତଭୋଗୀ ହେଲେ ବାଲିଅନ୍ତା ତୀରଣପଦାର କାଳନ୍ଦୀ ଭୋଇ । ତାଙ୍କ ନାଁରେ ସରକାରଙ୍କ ଠାର  ରିହାତି ପାୱାରଟିଲର ଉଠାଯାଇଛି କିନ୍ତୁ ସେ ବିଷୟରେ ଟିକିଏ ବି ସୁରାକ୍ ପାଇନାହାନ୍ତି କାଳନ୍ଦୀ ଭୋଇ । ମାତ୍ର ୭୫ ହଜାର ଟଙ୍କାର ଦୁର୍ନୀତି ହୁଏତ ଅନେକ ଲୋକଙ୍କ ଆଖିକୁ ଛୋଟ ଲାଗୁଥାଏ ପାରେ କିନ୍ତୁ ପାୱାରଟିଲର କିଣାରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି । ଏହି ଧାରାରେ ସାମିଲ ହୋଇଛନ୍ତି ଆଉ କିଛି ଚାଷୀ । ସେମାନଙ୍କର ମଧ୍ୟ ଅବସ୍ଥା ସମାନ ।

farmer (1)୨୦୧୩ରୁ ୨୦୧୭ । ମାତ୍ର ୪ ବର୍ଷ ମଧ୍ୟରେ ଚାଷୀଙ୍କ ର୍ନାଁରେ କୋଟି କୋଟି ଟଙ୍କା ଚଳୁ କରିଛନ୍ତି ଉଭୟ ଦଲାଲ ଓ ସରକାରୀ ବାବୁ । ଆଉ ଏହାର ପ୍ରମାଣ ଦେଇଛି ଓଡ଼ିଶା ଏଗ୍ରୋ ଇଣ୍ଡଷ୍ଟ୍ରିଜ୍ କର୍ପୋରେସନ୍ । ଲିଙ୍ଗରାଜ ଭୋଇ ନାମକ ଚାଷୀ ମଧ୍ୟ ଏହି ଦଲାଲ ଓ ସରକାରୀ ବାବୁଙ୍କ ଜାଲରେ ପଡିଛନ୍ତି । ସେ ମଧ୍ୟ ପାୱାରଟିଲର ସାଙ୍ଗରେ ଫଟୋ ଉଠାଇଛନ୍ତି । କିନ୍ତୁ ଜାଣି ନଥିଲେ କଣ ପାଇଁ ତାଙ୍କ ଫଟୋ ପାୱାରଟିଲର ସାଙ୍ଗରେ ଉଠାଯାଉଛି । ବେଶ ଆଦର ସମ୍ମାନରେ ତାଙ୍କୁ ଡାକି ନେଇ ଫଟୋ ଉଠାଯାଇଥିଲା । ଫଟୋ ଉଠା ପର୍ବ ସରିବା ପରେ ତାଙ୍କ ହାତରେ କିଛି ଟଙ୍କା ଦେଇ ପାୱାରଟିଲରକୁ ଚଳୁ କରି ନେଇଥିଲେ ବାବୁ ମାନେ ।

ଫଟୋ ଉଠିବ ଟଙ୍କା ମଧ୍ୟ ମିଳିବ । ଏଭଳି ପ୍ରଲୋଭିତ କରି ନିଆଯାଇଥିଲା ରମାକାନ୍ତ ଭୋଇଙ୍କୁ । ଏଭଳି ଭାବେ ଡିଲର ଓ ଦଲାଲଙ୍କ ହାବୁଡରେ ପଡିଯାଇଥିଲେ ରମାକାନ୍ତ । ଫଟୋ ଉଠା ସରିବା ପରେ ଆଉ କିନ୍ତୁ କାହାର ଦର୍ଶନ ମିଳିନଥିଲା । ତାଙ୍କ ନାଁରେ ରିହାତିରେ ପାୱାରଟିଲର ଉଠାଇ ଛୁ ହୋଇଯାଇଥିଲେ ଉଭୟ ଦଲାଲ ଓ ଡିଲର । କିନ୍ତୁ ଏ ବିଷୟରେ ଟିକିଏ ବି ସୁରାକ ପାଇନଥିଲେ ରମାକାନ୍ତ ।

farmer1ଏ ତ ଥିଲା ଚାଷୀଙ୍କ କାହାଣୀ । ଏବେ ନଜର ପକାଇବା ଏହି ଘଟଣାର ମୁଖ୍ୟ କାର୍ପେଟଦାର ତଥା ଖଳନାୟକଙ୍କ ଉପରେ । ଆସିଷ୍ଟାଣ୍ଡ ଏଗ୍ରିକଲଚର ଇଞ୍ଜିନିୟର । କାମ- ପ୍ରକୃତ ଚାଷୀ ବାଛିବା । କିନ୍ତୁ ପ୍ରକୃତ ଚାଷୀଙ୍କୁ ବାଛିବା ବଦଳରେ କିଛି ଟଙ୍କା ପାଇଁ ନିଜ ଦାୟିତ୍ୱକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଥିଲେ । ଦଲାଲଙ୍କ ସହ ହାତ ମିଳାଇଥିଲେ । ପାୱାରଟିଲର ଦୁର୍ନୀତିର ମୁଖ୍ୟ କାର୍ପେଟଦାର ରଶ୍ମୀରଂଜନ ସେନାପତି । କେବଳ ସରକାରୀ ବାବୁ ନୁହେଁ ତଳ ସ୍ତରରୁ ଉପର ସ୍ତର ପର୍ଯ୍ୟନ୍ତ ସମସ୍ତେ ସାମିଲ ଥିଲେ ଏହି ଦୁର୍ନୀତିରେ । ଏବେ ଆସିବା ଡିଲରଙ୍କ ପାଖକୁ । ଆଉ ଏହି ଡିଲର ମହାଶୟ ହେଉଛନ୍ତି ଇଷ୍ଟର୍ଣ୍ଣ ଇଣ୍ଡଷ୍ଟ୍ରିଜର ମାଲିକ ଶିବ କୁମାର ପୋଦାର । ଦଲାଲ୍ ଓ ମୁନାଫାଖୋର ବ୍ୟବସାୟୀଙ୍କ ସହ ମିଶି ଚାଷୀଙ୍କ ହକ୍ ଛଡାଇବାର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରୁଥିଲେ ଡିଲର । କେବଳ ମାଲିକ ନୁହଁନ୍ତି ଇଷ୍ଟର୍ଣ୍ଣ ଇଣ୍ଡଷ୍ଟ୍ରିଜରେ କାମ କରୁଥିବା ବରିଷ୍ଠ କର୍ମଚାରୀ ଏସ୍ ପଟ୍ଟନାୟକ ମଧ୍ୟ ଟଙ୍କା ରୋଜଗାର କରିବାର ସହଜ ଉପାୟକୁ ଆପଣାଇ ନେଇଥିଲେ ।