ଶିଳ୍ପ ପ୍ରତିଷ୍ଠା ପାଇଁ ୪ ବିଧାୟକ ଲାଂଚ ମାଗିବା ମାମଲା : ଲିକିଙ୍ଗ୍ ଡଟ୍ ଇନ୍ ମୁଖ୍ୟ ରବି ଶର୍ମାଙ୍କୁ ହାଇକୋର୍ଟରୁ ଅନ୍ତରୀଣ ସୁରକ୍ଷା

30

କଟକ ବ୍ୟୁରୋ, କନକ ନ୍ୟୁଜ୍ : ଶିଳ୍ପ ପ୍ରତିଷ୍ଠା ପାଇଁ ୪ ବିଜେଡି ବିଧାୟକ ଧରା ପଡିବା ମାମଲା । ଅପରେସନ୍ ଲିକିଙ୍ଗ୍ ଡଟ୍ ଉନ୍ ମୁଖ୍ୟ ରବି ଶର୍ମାଙ୍କୁ ମିଳିଛି ଅନ୍ତରୀଣ ସୁରକ୍ଷା । ୪ ବିଧାୟକଙ୍କ ଏତଲା ପରେ ଆଜି ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ଅନ୍ୟାଦେଶ ପର୍ଯ୍ୟନ୍ତ ଗିରଫଦାରୀ ଉପରେ ରୋକ ଲଗାଇଛନ୍ତି ହାଇକୋର୍ଟ । ଏହାସହ କେସ୍ ଡାଏରୀ ଦାଖଲ ପାଇଁ ପୁଲିସକୁ କୋର୍ଟ ନିର୍ଦେଶ ଦେଇଛନ୍ତି।