ଶିଳ୍ପ ପ୍ରତିଷ୍ଠା ପାଇଁ ୪ ବିଧାୟକ ଲାଂଚ ମାଗିବା ଘଟଣା : ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ରବି ଶର୍ମା

37

କନକ ବ୍ୟୁରୋ : ଶିଳ୍ପ ପ୍ରତିଷ୍ଠା ପାଇଁ ୪ ବିଧାୟକ ଲାଂଚ ମାଗିବା ଘଟଣା । ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କଲେ ରବି ଶର୍ମା । ଅପରେସନ୍ ବ୍ଲାକ୍ ସ୍ପଟ୍ କରି ବିଧାୟକଙ୍କ ମୁଖା ଖୋଲିଥିବା ରବି ଶର୍ମା ହାଇକୋର୍ଟ ଯାଇଛନ୍ତି । ତେବେ ପୂର୍ବରୁ ଭିଜିଲାନ୍ସରେ ହାଜର ହେବାକୁ ତାଂକୁ ବାରମ୍ବାର ନୋଟିସ ହୋଇଥିଲା । ହେଲେ ସେ ହାଜର ହୋଇନାହାଁନ୍ତି ।

ଏହାପୂର୍ବରୁ ବିନା ନୋଟିସରେ ଭିଜିଲାନ୍ସ ରବି ଶର୍ମାଙ୍କ ଘରେ ରେଡ୍ କରିଥିଲା । ଏପରିକି ଭିଡିଓ ରେକର୍ଡ କରିଥିବା କ୍ୟାମେରା ମ୍ୟାନଙ୍କ ଘରେ ବି ରେଡ୍ ହୋଇଥିଲା । ପରେ ରବି ଶର୍ମାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କ ବାସଭବନ ଆଗରେ ଲଟକା ଲଗାଇଥିଲା ଭିଜିଲାନ୍ସ ।

ଶିଳ୍ପ ପ୍ରତିଷ୍ଠା ପାଇଁ ବିଧାୟକ ମାନେ ଲାଂଚ ମାଗୁଥିବାର ଦୃଶ୍ୟ କ୍ୟାମେରାରେ ଧରାପଡିଥିଲା। କରଂଜିଆ ବିଧାୟକ ବିଜୟ ନାୟକ, ଭବାନୀପାଟଣା ବିଧାୟକ ଅନାମ ନାୟକ, ଛେଂଡିପଦା ବିଧାୟକ ସୁଶାନ୍ତ ବେହେରା ଓ ହିନେ୍ଦାଳ ବିଧାୟିକା ସୀମାରାଣୀ ନାୟକ ଟଂକା ମୂଲଚାଲ କରୁଥିବା ଦୃଶ୍ୟ ସାମ୍ନାକୁ ଆସିବା ପରେ ବିବାଦ ଜୋର୍ ଧରିଥିଲା।