୪ ବିଧାୟକ ଲାଂଚ ମାଗି ଧରା ପଡିବା ଘଟଣା : ଅଭିଯୁକ୍ତଙ୍କୁ ଛାଡି ପର୍ଦ୍ଦାଫାସକାରୀଙ୍କ ପଛରେ ପଡିଲା ଭିଜିଲାନ୍ସ

22

କନକ ବ୍ୟୁରୋ : ଶିଳ୍ପ ପ୍ରତିଷ୍ଠା ପାଇଁ ଲାଂଚ ମାଗି ବିଜେଡିର ୪ ବିଧାୟକ ଧରା ପଡିବା ଘଟଣା। ଅଭିଯୁକ୍ତଙ୍କୁ ଛାଡି ପର୍ଦ୍ଦାଫାସକାରୀଙ୍କ ପଛରେ ପଡିଛି ଭିଜିଲାନ୍ସ। ଏବେ ଏଠି ପ୍ରଶ୍ନ ଉଠୁଛି ଭିଜିଲାନ୍ସ କାହାକୁ ଟାର୍ଗେଟରେ ରଖିଛି। ଲାଂଚ ମାଗି ଧରା ପଡିଥିବା ବିଧାୟକ ନା ଏହି ଘଟଣାକୁ ପର୍ଦ୍ଦାଫାସ କରିଥିବା ବ୍ୟକ୍ତି।

ତେବେ ପର୍ଦ୍ଦାଫାସକାରୀଙ୍କ ଠାରୁ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ। ଆଜି ଭୁବନେଶ୍ୱର ସ୍ଥିତ ୱେବ୍ ଚ୍ୟାନେଲ ଅଫିସରେ ରେଡ କରାଯାଇଛି। ଏହାସହ ବାଲେଶ୍ୱରରେ କ୍ୟାମେରା ମ୍ୟାନଙ୍କ ଘରେ ବି ଭିଜିଲାନ୍ସ ଛାପା ମାରିଛି । ତେବେ ଏବେ ଚର୍ଚ୍ଚା ହେଉଛି ଏହି ଘଟଣାରେ ଭୁଲ କାହାର। ଟଙ୍କା ମାଗିଥିବା ବିଧାୟକଙ୍କର ନା ଧରାଇ ଥିବା ବ୍ୟକ୍ତିଙ୍କର ।

ଭିଜିଲାନ୍ସ ସ୍କାନରକୁ କେବେ ଆସିବେ ଅଭିଯୁକ୍ତ। ତେବେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଧାୟକ ମାନେ ଲାଂଚ ମାଗୁଥିବା ଘଟଣାର ଷ୍ଟିଂଗ କରାଯାଇଥିଲା ଏବଂ ତୃତୀୟ ପକ୍ଷର ଷ୍ଟିଂଗ ଅପରେସନ ଭିଡିଓକୁ କନକ ନ୍ୟୁଜରେ ପ୍ରସାରଣ କରାଯାଇଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି। ଏହି ଘଟଣାର ତଦନ୍ତ ନିର୍ଦେଶ ଭିଜିଲାନ୍ସକୁ ଦେଇଛନ୍ତି ରାଜ୍ୟ ସରକାର।