ଖୋର୍ଦ୍ଧାର ଲାଞ୍ଚୁଆ ବାବୁ ଅଭିମନ୍ୟୁ ଜେନାଙ୍କ ମୁହଁରୁ ଉଠିଲା ପର୍ଦ୍ଦା : ପାୱାର କଟ୍ ପାଇଁ ପଇସା କଥା ଶୁଣି ଲୋଭ, ପଇସା ନେଇ ଲାଇନ କାଟିବାକୁ ଇନଭଟର୍ କମ୍ପାନୀ ସହ ଡିଲ୍

373

କନକ ବ୍ୟୁରୋ :  ଅଫିସରଙ୍କ ସାଧୁତାର ରିୟଲିଟି ଚେକ୍ । ଖୋର୍ଦ୍ଧ ଇଲେକ୍ଟ୍ରିକାଲ ସବଡିଭିଜନର ଜୁନିଅର ଇଂଜିନିୟରଙ୍କ ସହ କେମିତି ହୋଇଥିଲା ଡିଲ । କିଭଳି ଗୋଟିଏ ନିର୍ଦ୍ଦିଷ୍ଟ ଇନଭଟର କମ୍ପାନିର କର୍ମଚାରୀ କହି ଖୋର୍ଦ୍ଧ ଜେଇଙ୍କ ସାଧୁତାର ପରୀକ୍ଷା କରିଥିଲେ ଲିକିଂ ଗୁରୁ ଡଟ କମର ସାମ୍ବାଦିକ । ପଇସା ପାଇଁ କେମିତି ହେଉଛି ପାୱାର କଟ୍ । କେମିତି ଇନଭଟର କମ୍ପାନି ନିକଟରେ ବିକ୍ରି ହୋଇଯାଇଛନ୍ତି ଖୋର୍ଦ୍ଧ ଇଲେକ୍ଟ୍ରିକାଲ ସବଡିଭିଜନର ଜେଇ ଅଭିମନ୍ୟୁ ଜେନା । ତା’ର ହୋଇଛି ଲାଇଭ ପର୍ଦ୍ଦାଫାସ ।

ଅର୍ଥନୀତିରେ ଡିମାଣ୍ଡ ଆଣ୍ଡ ସପ୍ଲାଇର ଗୋଟିଏ ଥିଓରୀ ଅଛି । ବଜାରରେ ସାମଗ୍ରୀର ଅଭାବ ହେଲେ ଏହାର ଚାହିଦା ବଢିଯାଏ । ତେଣୁ ବିଜୁଳିର ଚାହିଦା ବଢିଗଲେ ଏହାର ଅଭାବ ପୂରଣ କରିବାକୁ ବଜାରରେ ବିକଳ୍ପ ପ୍ରବେଶ କରିବା ସହଜ ହେବ । ବାରମ୍ବାର ବିଜୁଳି କାଟର ଫାଇଦା ନେବ ଇନଭଟର କମ୍ପାନି । ଟଙ୍କା ନେଇ ଏଥିରେ ସହାୟତା କରୁଛନ୍ତି ବିଦ୍ୟୁତ ବିଭାଗର ବରିଷ୍ଠ ଅଧିକାରୀ ।

ପ୍ରଥମ ସାମ୍ବାଦିକ- ଭଲ ଅଛନ୍ତି ସାର? ମୁଁ କହିଲି କ’ଣ ରାଗି ଗଲେଣି…

ଜେଇ- ନାଇଁ ନାଇଁ ଭାଇ ଦେହ ଭଲନାହିଁ । କହୁନାହାନ୍ତି..

ପ୍ରଥମ ସାମ୍ବାଦିକ- ମୁଁ ଫୋନ କରି କରି ଆପଣଙ୍କୁ ଥକି ଗଲିଣି ..

ଜେଇ- ମୁଁ ଜାଣିପାରୁଛି । ମୋ ଦେହ ଭଲନାହିଁ ଏକରେ.. । ମୋର ଏବେ ବି ଟେମ୍ପ୍ରେଚର ରହିଛି । ଏପଟେ ପ୍ରୋଗ୍ରାମ ଫୋଗ୍ରାମ ବହୁତ ରହୁଛି । ମୁଁ ଟିକେ ବିଜି ରହୁଛି । ଆପଣ ଯାହା କହିଥିଲେ ମୋର ଅଲରେଡି ଚାଲିଛି । ଆପଣ ପଚାରୁଥିବେ ଆପଣଙ୍କର ଡିଲର ଯିଏ, ସିଏ କହୁଥିବେ ।

ପ୍ରଥମ ସାମ୍ବାଦିକ- ନାଇଁ ଆମର ଡାଇରେକ୍ଟର ଆସିବେ ତ । ସିଏ ଦୁଇଥର ଆସିବାର ଅଛି । ତ ସିଏ ଗୋଟେ ସାମ୍ପୁଲ ଦେଖିବେ । ମାନେ କୋଉ ଟାଇମରେ ଦିଆହଉଛି ଟାଉନରେ । ଆମେ କହିଲୁ, ଠିକଅଛି ଖୋର୍ଦ୍ଧାଟା ଆମେ କାଲି ଫାଇନାଲ୍ କରିଦେଉଛୁ । ଖୋର୍ଦ୍ଧାରୁ ଜଟଣୀ । ସେ ହିସାବରେ ସେ ବୁଲିକି ଟିକେ ଦେଖିଦେବେ । ଦେଖିବା ପରେ ଆପଣଙ୍କ ‘ପେମେଂଟ’ଟା ବି ରିଲିଜ ହୋଇଯିବ । ସେ ହିସାବରେ ସିଡ୍ୟୁଲ, ଆମର ମାର୍କେଟିଂ ବି ଆରମ୍ଭ କରିଦେବୁ । ସେହି ହିସାବରେ ଆମେ ପ୍ଲାନିଂ କରିବୁ । ମୁଁ ସିଡ୍ୟୁଲ ଟା ଦେଇ ଦେଇଥାନ୍ତି ଆପଣଙ୍କୁ । ତ ଆପଣଙ୍କୁ ଯୋଉଟା ସୁବିଧା ହେବ । କୋଉ ସିଡ୍ୟୁଲ ଆପଣ ଦେଇପାରିବେ?

ଜେଇ-  ଖୋର୍ଦ୍ଧାରୁ ଜଟଣୀ ଆପଣ କରୁଛନ୍ତି ?

ପ୍ରଥମ ସାମ୍ବାଦିକ- କଥାଟା ଆପଣ ବୁଝିପାରିଲେନି ସାର । ଆମେ ତ ଆମର ଫାଇନାଲ କରିଦେଲୁ, ଆମେ ଏହି ଏରିଆଟା କରିଦେବୁ । ଆମ ଡାଇରେକ୍ଟର ଯୋଉ ଆସିବେ, ସିଏ ଏନସିଓର କରୁଛନ୍ତି ତ । ଆମେ ଏବେ ଭୁବନେଶ୍ୱର, ଖୋର୍ଦ୍ଧା ଜିଲ୍ଲାଟା ବୁଝୁଛୁ । ହୋଲ ଡିଷ୍ଟ୍ରିକ୍ଟ ଟା । ବାଲିଅନ୍ତା, ବାଲିପାଟଣା । ତ ସେ ହିସାବରେ ସେ ଆସିବେ । ସେ ଆସିକି ପୁଣି ଭେରିଫାଏ କରିବେ । ହେଭି ଆମାଉଂଟ ତ । ହେଭି ଆମାଉଂଟ ରିଲିଜ କଲାବେଳକୁ ସେ ପୁଣି ଏନସିଓର କରିବେ । ନାଇଁ ଏଠି ହଉଛି କି ନାଇଁ ଆମ ସିଡ୍ୟୁଲରେ । ଗୋଟେ ଦୁଇଟା ସିଡ୍ୟୁଲ ସେ ନିଜେ ଦେଖିବେ ଚେକ୍ କରିବାକୁ ତ । ଏ ସିଡ୍ୟୁଲରେ କାଟିଦିଅ ଅଧଘଂଟା କି ଘଂଟାଏ ଇଭିନିଂରେ । ଯୋଉଦିନ ସିଏ ଥିବେ …

ଜେଇ- ଆପଣ କହିବେ ମୁଁ କରିଦେବି ଆଉ .. । ମୋତେ କହିଦେବେ ସିଏ କୋଉଦିନ କ’ଣ ଆସିବେ, ମୁଁ କରେଇ ଦେବି । ମୋତେ ସିଡ୍ୟୁଲ ଟା କୋଉଦିନ କ’ଣ କହିଲେ, ମୁଁ ସେହି ଅନୁସାରେ କରେଇ ଦେବି ।

ପ୍ରଥମ ସାମ୍ବାଦିକ- ଆମେ ସକାଳେ କହିବୁ ନା ସଂଧ୍ୟାରେ?

ଜେଇ- ଆମେ ସକାଳେ କଲେ ବେଟର ହେବ ନା ସଂଧ୍ୟାରେ କଲେ..?

ଦ୍ୱିତୀୟ ସାମ୍ବାଦିକ- ନାଇଁ ଆମକୁ ତ ସଂଧ୍ୟାରେ ଦରକାର ନା ।

ପ୍ରଥମ ସାମ୍ବାଦିକ- ତିନିଦିନର ସିଡ୍ୟୁଲ ସଂଧ୍ୟାରେ ଦେଇଦେବେ । ଡାଇରେକ୍ଟର ଯୋଉଦିନ ଆସିବେ, ସଂଧ୍ୟା ୭ଟାରେ କିମ୍ବା ସାଢେ ୭ଟାବେଳେ କାଟିଦେଲେ ଭଲହେବ । ସେ ଆସିକି ଦେଖିଦେଲେ ଥରେ । ସିଏ ଏନସିଓର ହେଇଗଲେ ତା ପରେ ଆମେ ଆମର କରୁଥିବା ।

ଜେଇ- ମୋତେ ଆପଣ ଟିକେ କହିଦେବେ ସେହିଦିନ ସାର ।

ପ୍ରଥମ ସାମ୍ବାଦିକ- ଆପଣ ଟିକେ ଦୟାକରି ଫୋନ ଟା ଉଠାନ୍ତୁ ସାର । ଆମେ ତାଙ୍କୁ କହି ବି ପାରିଲୁନି ସିଏ ଆସିବେ କି ଆସିବେନି । ପ୍ଲାନ, ପ୍ରୋଗ୍ରାମ ସେଟ ହେଲାପରେ ଆମେ ତାଙ୍କୁ କହିବୁ ବୋଲି କହୁଛୁ ନା । ସିଏ ସେହି ହିସାବରେ ଆସିବେ, ସିଡ୍ୟୁଲରେ ତାଙ୍କର । ସିଏ ଫ୍ଲାଇଟରେ ଆସିବେ, ରହିବେ, ବୁଲିକି ଭେରିଫାଏ କରି ଦେଖିବେ । ନହେଲେ ପୁଣି ଆମକୁ ଟ୍ୟୁସନ ହେଇଯିବ, ବୁଝୁଛନ୍ତି । ଆପଣଙ୍କର ସିନା ସରକାରୀ, ଆମେ ତ ପ୍ରାଇଭେଟ ଚାକିରିଆ ।

ଜେଇ- ନାଇଁ ଭାଇ ଆମେ ବି ସେଇ ପ୍ରାଇଭେଟରେ ବର୍ତ୍ତମାନ କାମ କରୁଛୁ ।

ପ୍ରଥମ ସାମ୍ବାଦିକ- ଆପଣ ବି ପ୍ରାଇଭେଟ ସାର?

ଜେଇ- ଆପଣ ମୋତେ କହିବେ ଆଉ । ସିଡ୍ୟୁଲ ଟା କୋଉଦିନ କ’ଣ କହିବେ । ମୁଁ ସେହି ଆନୁସାରେ କରିଦେବି ଆଉ । କଲ କରିବେ । ମୁଁ ଧରିବି ଫୋନ୍ ଆପଣଙ୍କର ଆଉ । ଯେତେ ଅସୁବିଧା ହେଉ ପଛେ ଧରିବି ।

ଦ୍ୱିତୀୟ ସାମ୍ବାଦିକ- ଆପଙ୍କୁ ୧/୨ ଘଂଟା ପୂର୍ବରୁ କହିଲେ ହେବ କି?

ଜେଇ- ହଁ ୨ ଘଂଟା ପୂର୍ବରୁ କହିଲେ ହେବ ।

ଦ୍ୱିତୀୟ ସାମ୍ବାଦିକ- ଠିକ ଅଛି ୨ ଘଂଟା ପୂର୍ବରୁ ଆମେ ଆପଣଙ୍କୁ କହିଦେବୁ ।

ପ୍ରଥମ ସାମ୍ବାଦିକ- ପେମେଂଟର ସିଡ୍ୟୁଲ କ’ଣ ହେବ ଟିକେ କଥା ହେଇଯାଆନ୍ତୁ ।

ଜେଇ- ନାଇଁ ସେକଥା ଛାଡନ୍ତୁ, ପ୍ରଥମେ କାମ ହେବାକୁ ଦିଅନ୍ତୁ ।

ଦ୍ୱିତୀୟ ସାମ୍ବାଦିକ- ଦେଖନ୍ତୁ ଯେତେବେଳେ ସିଏ ଆସିବେ ନା ଆମକୁ ସବୁକଥା ହେବାକୁ ପଡିବ । କ’ଣ ଦେବାକୁ ହେବ, କେମିତି?

ଜେଇ- ପ୍ରଥମେ ଆପଣ ଯେଉଁ କାମ ପାଇଁ ଆସିଛନ୍ତି ହେବାକୁ ଦିଅନ୍ତୁ, ତାପରେ ଦେଖିବା ।

ପ୍ରଥମ ସାମ୍ବାଦିକ- ନାଇଁ ନାଇଁ ସେକଥା ନାହିଁ । ଆମେ ଯାହା ପଚାରୁଛୁ କି ପେମେଂଟର ଷ୍ଟ୍ରକଚର- କ୍ୟାସରେ ଦେବୁ ନା ଆକାଉଂଟରେ ପଠେଇ ଦେବୁ ନା କାଇଣ୍ଡ ଆକରରେ, ଯେମିତି ସୁନା ଦେଇଦେବୁ । ସୁନା ଚାହିଁବେ ସୁନାରେ ଦେଇଦେବୁ । କ୍ୟାସ ଚାହିଁବେ କ୍ୟାସରେ ଦେଇଦେବୁ । ଆକାଉଂଟ କହିବେ ତ କୌଣସି ଆକଉଂଟ ଦେବେ ପଠେଇଦେବୁ ।

ଜେଇ- ନାଇଁ ନାଇଁ ଆକାଉଂଟରେ ନାହିଁ କ୍ୟାସ ଦେଇଦେବେ ।

କେମିତି ଚାଲିଛି ବିଜୁଳି ବିଭାଗ ଆମେ ଖୋଲିଦେଲୁ ଗୁମର । ପକେଟ ଗରମ ହେବା ଅଫର ପାଇଁ ଖୁସିରେ ହୋଇଗଲେ ଗଦଗଦ । ଇନଭଟର କମ୍ପାନିର ଦାବି ମୁତାବକ, ଦିନକୁ କେତେ ଘଂଟା ବିଜୁଳି କାଟିବାକ ହୋଇଗଲେ ପ୍ରସ୍ତୁତ ।