ଅସୁରକ୍ଷିତ ରାତିର ରାଜଧାନୀ : ଲୁଟ୍ ପରେ ଦୁଷ୍କର୍ମ ଉଦ୍ୟମର ଅଭିଯୋଗ ଆଣିଲେ ଯାତ୍ରା ହିରୋଇନ୍

36

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଅସୁରକ୍ଷିତ ହୋଇପଡିଛି ରାଜଧାନୀ । ସ୍ମାର୍ଟ ସିଟି ଏବେ କ୍ରାଇମ୍ ସିଟି । ରାଜଧାନୀ ଉପକଣ୍ଠ ନହରକଂଟାରେ କିଛି ଯାତ୍ରା ପାର୍ଟି କଳାକାରଙ୍କୁ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ଦୁବୃତ ମାନେ ସୁନା ଅଳଙ୍କାର ଓ ଟଂକା ଲୁଟିବା ପରେ ମହିଳା କଳାକାରଙ୍କୁ ଅସଦାଚରଣ କରିଛନ୍ତି। ଖାଲି ସେତିକି ନୁହେଁ ଯାତ୍ରା କଳାକାରଙ୍କୁ ନିସ୍ତୁକ ମାଡ ମାରିଛନ୍ତି । ପୋଲିସ ଉପରେ ବି ଆକ୍ରମଣ କରିଛନ୍ତି । ଘଟଣାରେ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଥିବା ବେଳେ ଆଉ ୩ ଜଣ ଫେରାର୍ ଅଛନ୍ତି ।