ଶିକ୍ଷା ସହାୟକ ନିଯୁକ୍ତି ନେଇ କଳାହାଣ୍ଡି ନିଆଁ ଭୁବନେଶ୍ୱରରେ : ଓପେପା ଘେରିଲେ ଶିକ୍ଷା ସହାୟକ ଆଶାୟୀ ପ୍ରାର୍ଥୀ

46

କନକ ବ୍ୟୁରୋ : ଅନ୍ୟ ଜିଲ୍ଲାର ଶିକ୍ଷା ସହାୟକ ପ୍ରାର୍ଥୀଙ୍କୁ କଳାହାଣ୍ଡିରେ ବିରୋଧ । ଏହି ଘଟଣା ବିରୋଧରେ ସୋମବାର ଭୁବନେଶ୍ୱର ଓପେପା କାର୍ଯ୍ୟାଳୟରେ ବଂଚିତ ପ୍ରାର୍ଥୀମାନେ ବିକ୍ଷୋଭ କରିଛନ୍ତି । ସୋମବାର କଳାହାଣ୍ଡିରେ ଅନ୍ୟ ଜିଲ୍ଲାର ଆଶାୟୀ ଶିକ୍ଷା ସହାୟକ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହେବା ପରେ ବୁଧବାର ଭୁବନେଶ୍ୱର ଓପେପା କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ପ୍ରାର୍ଥୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି- ସୋମବାର କଳାହାଣ୍ଡିରେ ସାର୍ଟିଫିକେଟ୍ ଭେରିଫିକେସନ୍ କରାଇ ଦେଇନଥିଲେ ସ୍ଥାନୀୟ ଲୋକେ ।

ଅନ୍ୟ ଜିଲ୍ଲାରୁ ଯାଇଥିବା ଆଶାୟୀ ପ୍ରାର୍ଥୀଙ୍କ ଉପରେ ଆକ୍ରମଣ ହୋଇଥିଲା । ରାଜ୍ୟ ସରକାର ତୁରନ୍ତ ଏହାର ସମାଧାନ କରନ୍ତୁ । ଖୁବ୍ ଶୀଘ୍ର ସେମାନଙ୍କ ପାଇଁ ଭୁବନେଶ୍ୱରରେ ସାର୍ଟିଫିକେଟ୍ ଭେରିଫିକେସନ୍ କରାଯାଉ । ତେବେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ପୁନିଆ କହିଛନ୍ତି ।