ମନୋଜ ନାୟକଙ୍କୁ ନିଃସର୍ତ୍ତ ଖଲାସ ଦାବିରେ ଓପେକାର ବିରାଟ ରାଲି

35

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକଙ୍କୁ ନିଃସର୍ତ୍ତ ଖଲାସ ଦାବିରେ ରାଜ୍ୟର ବୃତ୍ତିଗତ ଶିକ୍ଷା ସଂଘ ସମୂହର ବିଶାଳ ରାଲି । ସମସ୍ତ ବେସରକାରୀ ଇଂଜିନିୟରିଂ, ମେଡିକାଲ୍ ଓ ଆଇଟିଆଇ କଲେଜ କଲେଜର ମାଲିକ ଓ କର୍ମଚାରୀ ମାନେ ଏକ ବିଶାଳ ରାଲି କରିଛନ୍ତି । ୬ ଟି ବେସରକାରୀ ବୃତ୍ତିଗତ ଶିକ୍ଷା ସଂଘ ଭାଗ ଏଥିରେ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିବେ ଏମାନେ । ସମ୍ ହସ୍ପିଟାଲ ମାଲିକ ମନୋଜ ନାୟକଙ୍କୁ ନିସର୍ତ ଖଲାସ କରିବା ସହ ତାଙ୍କ ବିରୋଧରେ ଦାୟର ମକଦ୍ଦମା ପ୍ରତ୍ୟାହାର କରିବାକୁ ଏହି ସଂଘମାନେ ଦାବି କରିଛନ୍ତି ।

ଏହା ସହ ଦେଖନ୍ତୁ ବହୁ ଚର୍ଚ୍ଚିତ ନିରଂଜନ ଜେନା ହତ୍ୟାକାଣ୍ଡ ମାମଲା : ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ଡଳଙ୍କ ଆତ୍ମସମର୍ପଣ