ଆଜି ଦିଲ୍ଲୀରୁ ଫେରିବେ ନୂଆ ପିସିସି ସଭାପତି ଓ ଟିମ୍ ! ବିମାନ ବନ୍ଦରରୁ ବିରାଟ ଶୋଭାଯାତ୍ରାରେ ପାଛୋଟି ନେବାକୁ ରାଜ୍ୟ କଂଗ୍ରେସର ସଜବାଜ

31

କନକ ବ୍ୟୁରୋ : ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟଙ୍କ ସମେତ ତାଙ୍କ ଟିମ ଓଡିଶା ଫେରୁଛନ୍ତି । ଏହି ଟିମ ସଂଧ୍ୟା ୫ଟାରେ ବିମାନ ବନ୍ଦର ପହଂଚିବା ପରେ ବିରାଟ ପଟୁଆର ସହ ସ୍ୱାଗତ କରିବା ପାଇଁ ପ୍ରସ୍ତତି କରୁଛି ଦଳ । ଏହାପରେ କଂଗ୍ରେସ ଭବନରେ ହେବ ସମ୍ବର୍ଦ୍ଧନା ସଭା । ଦିଲ୍ଲୀରୁ ନବ ନିଯୁକ୍ତ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆସିବେ ଏଆଇସିସି ପ୍ରଭାରୀ ଜିତେନ୍ଦ୍ର ସିଂ, ଏଆଇସିସି ସଂପାଦକ ରୁଦ୍ର ରାଜୁ, ଅନୀଲ ଚୌଧୁରୀ, ସେକ ମସ୍ତାନ, ଯୁଗ୍ମ ସଂପାଦକ ଆଦିତ୍ୟ ଶର୍ମା ଓ ନବନିଯୁକ୍ତ ତିନି ଜଣ କାର୍ଯ୍ୟକାରୀ ସଭାପତି ।

ଏପଟେ ସଭାପତି ହେବା ପରେ ନିରଜଂନ ମଧ୍ୟ ପ୍ରେସ ରିଲିଜ ମାଧ୍ୟମରେ କଂଗ୍ରେସର କର୍ମୀଙ୍କୁ ବାର୍ତା ଦେଇଛନ୍ତି । ଏହି ଟିମ କଂଗ୍ରେସର ଆଶା ଓ ଆକାଂକ୍ଷାକୁ ପୂରଣ କରିବା ସହିତ ନିଷ୍ଠାର ସହ କାମ କରିବାକୁ ଆହ୍ୱାନ ଦେଇଛନ୍ତି । ଆସନ୍ତାକାଲି ହେବାକୁ ଯାଉଛି କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ବୈଠକ । ଏଥିରେ ଦଳର ସଭାପତି, ବିଧାୟକ, ତୁଙ୍ଗ ନେତା ଓ ଛାମୁଆ ସଂଗଠନର ପ୍ରତିନିଧିଙ୍କୁ ସାକ୍ଷାତ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ଦଳର ଆଗାମୀ ରଣନିତି ମଧ୍ୟ ପ୍ରସ୍ତୁତ ହେବ ।