ଦିଲ୍ଲୀରେ ସଜାଡି ହେଉଛି ଓଡିଶା କଂଗ୍ରେସ ! ରାହୁଲଙ୍କୁ ଭେଟୁଛନ୍ତି ଦଳର ଛାମୁଆ ନେତା

15

କନକ ବ୍ୟୁରୋ: ପିସିସି ପରିବର୍ତ୍ତନ ନେଇ ଦିଲ୍ଲୀରେ ମାନସମନ୍ଥନ ଆରମ୍ଭ ହୋଇଛି । ପର୍ଯ୍ୟାୟକ୍ରମରେ ରାଜ୍ୟର ବରିଷ୍ଠ ନେତାଙ୍କୁ ଭେଟୁଛନ୍ତି କଂଗ୍ରେସ ଉପସଭାପତି ରାହୁଲ ଗାନ୍ଧି । ଆଜି ପ୍ରଥମ ପର୍ଯ୍ୟାୟରେ ପ୍ରସାଦ ହରିଚନ୍ଦନ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରଞ୍ଜିବ ବିଶ୍ୱାଳ , ଶ୍ରୀକାନ୍ତ ଜେନା ଓ ଭକ୍ତ ଦାସଙ୍କ ସମେତ ଆଉ କିଛି ବରିଷ୍ଠ ନେତା ରାହୁଲଙ୍କୁ ଭେଟିଛନ୍ତି ।

ବିରୋଧୀ ଦଳ ନେତା ନରସିଂହ ମିଶ୍ର ଅପରାହ୍ନରେ ରାହୁଲଙ୍କ ଭେଟିବେ । ରାଜ୍ୟ କଂଗ୍ରେସ ସମସ୍ୟା ନେଇ ଜଣ ଜଣ କରି ନେତାଙ୍କୁ ଭେଟୁଛନ୍ତି କଂଗ୍ରେସ ଉପସଭାପତି । ତେବେ ଆଲୋଚନାପରେ ବାହାରକୁ ଆସୁଥିବା ନେତା ପ୍ରତିକ୍ରିୟା ରଖିଛନ୍ତି । ଦଳର ନେତୃତ୍ୱ ପରିବର୍ତନ ନେଇ କିଛି ଆଲୋଚନା ହୋଇନାହିଁ । ଦଳର ସଙ୍ଗଠନ ବାବଦରେ ରାହୁଲ ଆଲୋଚନା କରିଛନ୍ତି ।