କୁମ୍ଭମେଳାରେ ମୁତୟନ ହେବେ ଶାକାହାରୀ ଓ ମଦ୍ୟପାନ କରୁନଥିବା ପୋଲିସ : ବରିଷ୍ଠ ଅଧିକାରୀଙ୍କ ଠାରୁ ‘ଉତ୍ତମ ଚରିତ୍ର ପ୍ରମାଣପତ୍ର’ ଆବଶ୍ୟକ

53

କନକ ବ୍ୟୁରୋ : ଶାକାହାରୀ, ମଦ୍ୟପାନ କରୁନଥିବା, ସିଗାରେଟ୍ ଟାଣୁନଥିବା ତଥା ମୃଦୁଭାଷୀ ହୋଇଥିବା ଦରକାର । ତେବେ ଏହା କୌଣସି ବିବାହ ବିଜ୍ଞାପନ ନୁହେଁ ବରଂ କୁମ୍ଭମେଳା ପାଇଁ ପୋଲିସ କର୍ମଚାରୀଙ୍କ ପାଖରେ ଏହି ସବୁ ଗୁଣ ରହିବା ଦରକାର । ଏହି ଯୋଗ୍ୟତା ନଥିଲେ କୁମ୍ଭମେଳାରେ ସେମାନେ ମୁତୟନ ହେବେନାହିଁ ବା ତାଙ୍କୁ ଡ୍ୟୁଟିରେ ରଖାଯିବ ନାହିଁ ।

ଆସନ୍ତା ବର୍ଷ ଜାନୁଆରି ତାରିଖରୁ ଆରମ୍ଭ ହେବାକୁ ଯାଉଥିବା କୁମ୍ଭ ମେଳା ପାଇଁ ମେଳା ପ୍ରଶାସନ ଖୋଜୁଛି କିଛି ପୁଲିସବାଲା । ଯୋଗ୍ୟତା ହେଲା ପ୍ରାର୍ଥୀ ଯୁବକ ହୋଇଥିବେ, ସ୍ୱଭାବ ଚଳଚଞ୍ଚଳ ହୋଇଥିବ, ନିରାମିଷାଶୀ ହୋଇଥିବେ, ଧୂମ୍ରପାନ କରୁ ଥିବେ ଏବଂ ସେ ମୃଦୁଭାଷୀ ହୋଇଥିବେ । ଏହାଛଡ଼ା ସେ ପୁଲିସବାଲାମାନେ ସେମାନଙ୍କ ବରିଷ୍ଠ ଅଧିକାରୀଙ୍କ ଠାରୁଉତ୍ତମ ଚରିତ୍ର ପ୍ରମାଣପତ୍ରପାଇଥିବେ । କୁମ୍ଭ ମେଳା ସମୟରେ ଆହ୍ଲାବାଦର କୌଣସି ପୁଲିସ ଡିୟୁଟିରେ ରହିବେ ନାହିଁ ବୋଲି ବିଭାଗ ନିଷ୍ପତ୍ତି । ଅକ୍ଟୋବର ସୁଦ୍ଧା ନିରାପତ୍ତା ରକ୍ଷୀ ମୁତୟନ ଆରମ୍ଭ ହୋଇଯିବ। ପାରାମିଲିଟାରି କର୍ମଚାରୀଙ୍କ ସମେତ ୧୦, ୦୦୦ରୁ ଅଧିକ ୟୁନିଫର୍ମଧାରୀ ଲୋକ କୁମ୍ଭମେଳା ସମୟରେ ଡିୟୁଟିରେ ରହିବେ ବୋଲି ଆଶା କରାଯାଉଛି ।

ସୂଚନା ଅନୁସାରେ ବିଭିନ୍ନ ପାଇଁ ବୟସ ମଧ୍ୟ ବର୍ଗୀକରଣ କରାଯାଇଛି । ଡିୟୁଟିରେ ମୁତୟନ କରାଯିବାକୁ ଥିବା କନେଷ୍ଟବଳ ୩୫ ବର୍ଷରୁ କମ୍ହୋଇଥିବେ, ହେଡ୍କନେଷ୍ଟବଳ ୪୦ ବର୍ଷରୁ କମ୍ହୋଇଥିବେ ଏବଂ ସବ୍‌-ଇନ୍ସ୍ପେକ୍ଟର୍୪୫ ବର୍ଷରୁ କମ୍ବୟସ୍କ ହୋଇଥିବେ। କୁମ୍ଭମେଳାର ଡିଆଜି/ଏସ୍ଏସ୍ପି କେ ପି ସିଂହ କହନ୍ତି: ଯେଉଁ ପୁଲିସବାଲାମାନେ ମେଳା ଡିୟୁଟିରେ ରହିବାକୁ ଆବେଦନ କରିଛନ୍ତି ସେମାନଙ୍କ ଚରିତ୍ର ଯାଞ୍ଚ କରିବାକୁ ଆମେ ବରେଲି, ବାଦୌନ୍‌, ଶାହାଜାହାନପୁର ଏବଂ ପିଲିଭିତ୍ଏସ୍ଏସ୍ପିଙ୍କୁ ଲେଖିଛୁ ।