ଭାରତର ଏକମାତ୍ର ହିନ୍ଦୁ ମନ୍ଦିର ! ଯେଉଁଠିକୁ ଯିବା ପାଇଁ ଭୟକରନ୍ତି ଲୋକେ

65

ଭାରତ ଏପରି ଏକ ଦେଶ ଯେଉଁଠି ପ୍ରାୟ ଲୋକ ଭଗବତ୍ ବିଶ୍ୱାସୀ । ଏଠାରେ ଦେଖିବାକୁ ମିଳେ ଅନେକ ମନ୍ଦିର । ଆମ ଦେଶ ଭାରତରେ ଏତେ ପ୍ରାଚୀନ ମନ୍ଦିର ରହିଛି, ଯେଁଉଠିକୁ ଦୂର ଦୂରାନ୍ତରୁରୁ ତଥା ଦେଶ ବିଦେଶରୁ ଦର୍ଶନ କରିବାପାଇଁ ଲୋକେ ଆସନ୍ତି  । କିନ୍ତୁ ଆପଣ ଜାଣନ୍ତିି କି ଆମ ଦେଶରେ ଏମିତି ଏକ ମନ୍ଦିର ଅଛି ଯେଉଁଠିକି ଦର୍ଶନ କରିବା ତ ଦୂରର କଥା ସେହି ମନ୍ଦିର ପାଖ ଦେଇ ଯିିବା ପାଇଁ ମଧ୍ୟ ଡରନ୍ତି ଲୋକେ । କାରଣ ଏହି ମନ୍ଦିରରେ ମୃତ୍ୟୁ ଦେବତା ଯମରାଜ ରୁହନ୍ତି । ଆସନ୍ତୁ ଜାଣିବା ଏହି ମନ୍ଦିର ସହ ଯୋଡ଼ି ହୋଇଥିବା କିଛି ରୋଚକ ତଥ୍ୟ ବିଷୟରେ, କାହିଁକି ସେଠାକୁ ଯିବା ପାଇଁ ଲୋକେ ଡ଼ରନ୍ତି ।

ଚମ୍ବାରେ ଅଛି ଏହି ମନ୍ଦିର –
ଦୁନିଆରେ ଏକମାତ୍ର ମନ୍ଦିର ଯେଉଁଠିକୁ ଲୋକମାନେ ଯିବା ପାଇଁ ଡରନ୍ତି । ଏହାସହ ଏହା ଦୁନିଆର ଏକମାତ୍ର ମନ୍ଦିର ଯାହା ଯମରାଜଙ୍କ ପାଇଁ ସମର୍ପିତ । ଏହି ମନ୍ଦିର ହିମାଚଳର ଚମ୍ବା ପାଖରେ ଥିବା ଏକ ସହରରେ ଅବସ୍ଥିତି । ଏହି ମନ୍ଦିର ଏକ ଘର ପରି ଦେଖାଯାଏ । ମୃତ୍ୟୁ ଦେବତାଙ୍କ ମନ୍ଦିର ତଥା ଯମରାଜ ଏଠାରେ ରହୁଥିବାରୁ ଏଠିକି ଆସିବା ପାଇଁ ଡରନ୍ତି ଲୋକେ । ଲୋକାମାନେ ଏହି ମନ୍ଦିର ବାହାରୁ ହିଁ ପ୍ରାର୍ଥନା କରି ଚାଲି ଯାଆନ୍ତି ।

କୁଯାଯାଏ ଏହି ମନ୍ଦିରରେ ରହନ୍ତି ଚିତ୍ରଗୁପ୍ତ
ଏହି ମନ୍ଦିରରେ ଏକ କକ୍ଷ ତିଆରି ହୋଇଛି ଯାହା ଯମରାଜଙ୍କ ସହାୟକ ଯାହା ଚିିତ୍ରଗୁପ୍ତଙ୍କ ପାଇଁ ସମର୍ପିତ । ଏହାସହ ଏହି ମନ୍ଦିରରେ ରହିଛି ଗୁପ୍ତ କବାଟ । କୁଯାଯାଏ ଏହି ମନ୍ଦିରର ୪ ଟି ଗୁପ୍ତ କବାଟ ରହିଛି ଯାହା ସୁନା ରୂପା, ତମ୍ବା ଓ ଲୁହାରେ ତିଆରି ହୋଇଛି । ଶୁଣାଯାଏ ଯମରାଜ ଏଠାରେ ନିଷ୍ପତି ନିଅନ୍ତି କେଉଁଁ ଆତ୍ମା କେଉଁଁ କବାଟ ଦେଇ ମୃତ୍ୟୁଲୋକ ପହଞ୍ଚିବ ।