ମୋଦିଙ୍କ ‘ମିଶନ୍ ଶକ୍ତି’ ଘୋଷଣା ନେଇ ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ଟ୍ୱିଟ୍ ! କହିଲେ,ମୁର୍ଖ ସରକାର ହିଁ ଡିଫେନ୍ସ ସିକ୍ରେଟ୍ କୁ ପ୍ରଘଟ କରିଥାଆନ୍ତି ।

239

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମିଶନ୍ ଶକ୍ତି’ କୁ ନେଇ ଟ୍ୱିଟ୍ କରି ସରକାରକୁ ମୁର୍ଖ କହିଛନ୍ତି । ମୋଦି ସରକାରଙ୍କୁ ମୁର୍ଖ କହି ଚିଦାମ୍ବରମ୍ କହିଛନ୍ତି ଯେ କେବଳ ମୁର୍ଖ ସରକାର ହିଁ ଡିଫେନ୍ସ ସିକ୍ରେଟ୍ ର ଖୁଲାସା କରିପାରିବେ । କାରଣ ଏକ ସବଳ ତଥା ବୁଦ୍ଧିମାନ ସରକାର କେବେ ବି ଡିଫେନ୍ସ ସିକ୍ରେଟ୍ ର ଖୁଲାସା କରିବାକୁ ଚାହିଁବେ ନାହିଁ । ପୂର୍ବ କେନ୍ଦ୍ରୀୟ ମନ୍ତ୍ରୀ ଟ୍ୱିଟର ଜରିଆରେ ଏଭଳି ମତ ରଖିଛନ୍ତି ।

ଆପଣଙ୍କୁ କହିରଖୁଛୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଅନ୍ତରୀକ୍ଷରେ ସାଟେଲାଇଟ୍ ମିସାଇଲର ଏକ ହିଟ୍ କୁ ମହାଶକ୍ତି ନାମରେ ଘୋଷଣା କରିଥିଲେ । ଯେଉଁଥିରେ ଭାରତ ଦୁନିଆର ଚତୁର୍ଥ ଦେଶ ହେଲା । ଏହା ପୂର୍ବରୁ ଆମେରିକା, ଋଶ୍ , ଚୀନ୍ ଏବଂ ଶେଷରେ ଭାରତ ପାଖରେ ଏହି କ୍ଷମତା ରହିଲା । ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଟ୍ୱିଟରେ ପ୍ରଶ୍ନ କରିଥିଲେ ଯେ ନିର୍ବାଚନ ସମୟରେ ମୋଦି ଏଭଳି ଘୋଷଣା କାହିଁକି କରୁଥିଲେ? ଏହା କରି କ’ଣ ପ୍ରଧାନମନ୍ତ୍ରୀ ମୋଦି ଭୋଟ୍ ପାଇବା ପାଇଁ ଲୋକଙ୍କୁ ଆକୃଷ୍ଟ କରୁନାହାନ୍ତି କି?