ଏଭଳି ଏକ ଜନଜାତି ଯେଉଁଠି ଗୋରା ଶିଶୁ ଜନ୍ମ କରିବା ମନା : ଗୋରା ଶିଶୁ ଜନ୍ମ ହେଲେ ଦିଆଯାଏ ଭୟଙ୍କର ଦଣ୍ଡ

215

ସାଧାରଣତଃ ଯେବେ କାହା ଘରେ ଶିଶୁ ଜନ୍ମ ହେବାର ଥାଏ, ଅଧିକାଂଶ ଲୋକ ଏହା ଚାହାଁନ୍ତି କି, ତାଙ୍କ ଘରେ ଗୋରା ଶିଶୁ ଜନ୍ମ ହେଉ । ତେବେ ଶିଶୁଟି ଗୋରା ହେଉ ଅବା କଳା, ରଙ୍ଗକୁ ନେଇ କୌଣସି ଭେଦଭାବ କରିବା ଉଚିତ ନୁହେଁ। ଏହା ସତ୍ତ୍ୱେ ବି ମହିଳାମାନେ ଗୋରା ଶିଶୁକୁ ଜନ୍ମ ଦେବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟପାନୀୟ ଗ୍ରହଣ କରିଥାଆନ୍ତି। କିନ୍ତୁ ଦୁନିଆରେ ଏମିତି ଏକ ସ୍ଥାନ ଅଛି ଯେଉଁଠିକାର ଜନଜାତି ସେମାନଙ୍କ ଘରେ କଳା ଶିଶୁ ଜନ୍ମ ନେଲେ ଖୁସି ହୋଇଥାଆନ୍ତି। ଯଦି ଗୋରା ଶିଶୁ ଜନ୍ମ ନିଏ ତେବେ ସେମାନେ ଏହାକୁ ଅଶୁଭ ବୋଲି ମାନି ଏଭଳି କାମ କରନ୍ତି ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ।

ଆଣ୍ଡାମାନରେ ଏକ ଜନଜାତି ବସବାସ କରନ୍ତି, ସେମାନଙ୍କ ଧାରଣା ରହିଛି କି, ନବଜାତ ଶିଶୁ କଳା ହେବା ଆବଶ୍ୟକ, ତେବେ ଯାଇ ସେ ଏହି ଜନଜାତିଙ୍କ ସହିତ ଚଳି ପାରିବ। ତେଣୁ ଅନ୍ତସତ୍ତ୍ୱା ମହିଳାଙ୍କୁ ପଶୁଙ୍କ ରକ୍ତ ପିଇବାକୁ ଦିଅନ୍ତି। ଯାହା କାରଣରୁ ସେମାନଙ୍କ ଶିଶୁ କଳା ରଙ୍ଗ ନେଇ ଜନ୍ମ ହୋଇଥାଏ। ଗୋରା ରଙ୍ଗ ନେଇ ଶିଶୁ ଜନ୍ମ ନେଲେ ସେ ଏହି ଜନଜାତି ସହିତ ଖାପଖୁଆଇ ଚଳି ପାରିବ ନାହିଁ। ତେଣୁ ତାକୁ ଜନ୍ମରୁ ହିଁ ମାରି ଦିଆଯାଏ। ଶିଶୁ ସମସ୍ତଙ୍କ ଠାରୁ ଭିନ୍ନ ଅନୁଭବ କରିବ ।