ସ୍ନାନମଣ୍ଡପ ଉପରକୁ ଅଧିକାରପ୍ରାପ୍ତ ସେବାୟତ ହିଁ ଚଢିପାରିବେ ! କହିଲେ, ପୁରୀ ଏସପି ସାର୍ଥକ ଷଡଙ୍ଗୀ

35

କନକ ବ୍ୟୁରୋ : ସ୍ନାନମଣ୍ଡପ ଉପରକୁ ସେବାୟତଙ୍କ ଚଢିବା ଉପରେ କଟକଣା କରାଯାଇଛି । ଅଣ ସେବାୟତ ମଣ୍ଡପକୁ ଚଢିପାରିବେ ନାହିଁ । କେବଳ ଅଧିକାରପ୍ରାପ୍ତ ସେବାୟତ ମଣ୍ଡପ ଉପରକୁ ଚଢିପାରିବେ । ରଥରେ ଚଢିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କଡାକଡି ପାଳନ କରାଯିବ ବୋଲି ପୁରୀ ଏସପି ସାର୍ଥକ ଷଡଙ୍ଗୀ କହିଛନ୍ତି । କିଏ ମହାପ୍ରଭୁଙ୍କୁ ଛୁଇଁପାରିବେ ତାର ତାଲିକ ଶ୍ରୀମନ୍ଦିର ପ୍ରଶାସନ ଦେବ । ପ୍ରଶାସନର ତାଲିକାକୁ ପୁଲିସ କାର୍ୟ୍ୟକାରୀ କରିବ ବୋଲି ସାର୍ଥକ ଷଡଙ୍ଗୀ କହିଛନ୍ତି ।