ଚକୋଲେଟ୍ ମ୍ୟୁଜିକ୍ ଆୱାର୍ଡ଼ ପାଇଁ ଭୋଟିଂ ଜାରି ! ନଭେମ୍ବର ୧୮ରେ ଉତ୍କଳ ମଣ୍ଡରେ ପୁରସ୍କାର ବିତରଣୀ ଉତ୍ସବ

35

ପ୍ରଥମ ଥର ପାଇଁ ଓଡ଼ିଶାରେ ଅନୁଷ୍ଠିତ ହେଉଛି ଚକୋଲେଟ୍ ମ୍ୟୁଜିକ୍ ଆୱାର୍ଡ଼ । ଭୁବନେଶ୍ୱରରେ ନଭେମ୍ବର ୧୮ ତାରିଖରେ ଉତ୍କଳ ମଣ୍ଡରେ ଅନୁଷ୍ଠିତ ହେବ ଚକୋଲେଟ୍ ମ୍ୟୁଜିକ୍ ଆୱାର୍ଡ଼ । ସଂନ୍ଧ୍ୟା ୬ଟାରେ ଅଛି କାର୍ଯ୍ୟକ୍ରମ । ଏଥିପାଇଁ ଅନଲାଇନ୍ ଭୋଟିଂ ଲାଇନ୍ ଖୋଲି ସାରିଛି । ତେବେ ଏହି କାର୍ଯ୍ୟକ୍ରମରେ ସିନେମା ଗୀତ ଠାରୁ ଆରମ୍ଭ କରି ଭକ୍ତି ସଙ୍ଗୀତ ଓ ଆଇଟମ୍ ଗୀତର ଆଦିର ୨୧ଟି କାଟାଗୋରୀ ପାଇଁ ଭୋଟିଂ ଆରମ୍ଭ ହୋଇଯାଇଛି । ଏଥିପାଇଁ ପବ୍ଲିକ୍ ଭୋଟିଂ ଆରମ୍ଭ ହୋଇଛି ।

ଏହା ରାଜ୍ୟରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି । ଓଡ଼ିଶାର ଅଗ୍ରଣୀ ଏଫଏମ୍ ଷ୍ଟେସନ୍, ରେଡ଼ିଓ ଚକୋଲେଟ୍ ୧୦୪ ଏଫଏମ ଏହି କାର୍ଯ୍ୟକ୍ରମ ଆୟୋଜିତ କରୁଛି । ସୂଚନାଯୋଗ୍ୟ ରେଡ଼ିଓ ଚକୋଲେଟ ବିଗତ ୧୦ ବର୍ଷ ଧରି ଘରେ ଘରେ ବେଶ ପରିଚିତି ଲାଭ କରିଛି । ତେବେ ରେଡ଼ିଓ ଚକୋଲେଟର ଏପରି ଏକ ନିଆରା ପ୍ରୟାସ ନିଶ୍ଚୟ ସଫଳ ହେବ ବୋଲି ଆଶା କରାଯାଉଛି ।

ଏହି କାର୍ଯ୍ୟକ୍ରମ ଆୟାଜନ ହେବା ଦ୍ୱାରା ସଙ୍ଗୀତ ନିର୍ଦ୍ଦେଶକ, ଗୀତିକାର, ସଙ୍ଗୀତ ରଚୟିତା, ଗାୟକ , ସଂଯୋଜକ ଓ ଟେକ୍ନିସିଆନ ସମସ୍ତଙ୍କୁ ଏକାଠି କରିବ । ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାଦ୍ୱାରା ବିଶେଷ ପ୍ରତିଭାଙ୍କୁ ମିଳିବ ସମ୍ମାନ । ସର୍ବମୋଟ ୩୦ଟି ବିଭାଗରେ ପ୍ରତିଭା ମାନଙ୍କୁ ସମ୍ମାନିତ କରାଯିବ । ତେବେ ଭୋଟି ପାଇଁ ସିଏମଏ.ରେଡ଼ିଓଚକଲେଟଅନଲଇିନ୍.କମ ଭିଜିଟ୍ କରନ୍ତୁ । ଭୋଟିଂ ଲାଇନ୍ ୧୫ ପର୍ଯ୍ୟନ୍ତ ଖୋଲା ରହିଛି । ଅନଲାଇନ୍ ଭୋଟିଂ ଜରିଆରେ ନିଜର ପ୍ରିୟ ପ୍ରତିଭାଙ୍କୁ ଜିତାନ୍ତୁ ।