କ୍ୟାସ୍ ଅନ୍ ଡେଲିଭରିରେ ରେଳ ଟିକେଟ୍ ! ଅନ୍ ଲାଇନରେ ବୁକ୍ କଲେ ଘରେ ପହଂଚିବ ଟିକେଟ୍

22

କନକ ବ୍ୟୁରୋ: ରେଳ ଯାତ୍ରୀଙ୍କ ପାଇଁ ଖୁସୀ ଖବର । ଏଣିକି ଘରେ ପହଁଚିବ ରେଳ ଟିକେଟ୍ । ଆଇଆରସିଟିସିରେ ଅନଲାଇନ୍ ରେଳ ଟିକେଟ୍ ବୁକ୍ କରୁଥିବା ବ୍ୟକ୍ତିମାନଙ୍କୁ ସେମାନଙ୍କ ଟିକଟକୁ ଘରେ ପହଁଚାଇ ଦିଆଯିବ । ଟିକଟ କାଟିଥିବା ବ୍ୟକ୍ତି ତାଙ୍କ ଘରେ ହିଁ ଟିକଟ ବାବଦ ଅର୍ଥ ଅନଲାଇନ୍ କିମ୍ବା ନଗଦ ଆକାରରେ ପ୍ରଦାନ କରିପାରିବେ । ଆଇଆରସିଟିସି ‘ପେ ଅନ୍ ଡେଲିଭରି’ ନାମରେ ଏହି ସେବା ଆରମ୍ଭ କରିଛି ।

ରେଳ ଟିକେଟ ବୁକ୍ କରିବା ସମୟରେ ଅଧିକାଂଶ ଲୋକ ସେମାନଙ୍କ କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡ ସମ୍ବନ୍ଧିତ ତଥ୍ୟ ଦେବାକୁ କୁଣ୍ଠାବୋଧ କରୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ରେଳବାଇ ଏହି ସେବା ଆରମ୍ଭ କରିଛି । ପେ ଅନ୍ ଡେଲିଭରି ସେବାର ସୁବିଧା ପାଇବା ପାଇଁ ଲୋକଙ୍କୁ ଗୋଟିଏ ଥର ପଞ୍ଜିକରଣ କରିବାକୁ ପଡିବ । ଏଥିପାଇଁ ଯାତ୍ରୀଙ୍କୁ ସେମାନଙ୍କ ଆଧାର କାର୍ଡ କିମ୍ବା ପାନକାର୍ଡ ଦେବାକୁ ହେବ ।

ଟ୍ରେନର ଯାତ୍ରା କରିବାର ୫ଦିନ ପୂର୍ବରୁ ଏହି ଟିକଟ ଯୋଗାଇ ଦିଆଯିବ । ତେବେ ଯଦି ଡେଲିଭରି ପୂର୍ବରୁ ଟିକଟକୁ ଗ୍ରହଣ କରାନଯାଏ ବା ବାତିଲ କରାଯାଏ, ତାହେଲେ ଗ୍ରାହକଙ୍କୁ ବାତିଲ ଚାର୍ଜ ସହିତ ଡେଲିଭରି ଚାର୍ଜ ବାବଦ ଅର୍ଥ ଦେବାକୁ ହେବ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –