ବାରବାଟୀ ମ୍ୟାଚ୍ ପାଇଁ ଆରମ୍ଭ ହେଲା ଅନଲାଇନ୍ ଟିକେଟ୍ ବିକ୍ରି । ୱେବସାଇଟରେ ମିଳୁଛି ଟିକେଟ୍, ଜାଣନ୍ତୁ କେମିତି କରିବେ ବୁକିଂ ।

612

କନକ ବ୍ୟୁରୋ : ଆସନ୍ତା ଡିସେମ୍ୱର ୨୨ ତାରିଖରେ ବାରବାଟୀରେ ହେବ ଭାରତ ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ୍ । ଏହି ମ୍ୟାଚ ପାଇଁ ଆରମ୍ଭ ହୋଇଛି ଅନଲାଇନ୍ ଟିକେଟ୍ ଟିକ୍ରି । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବୁକ୍ ମାଇଁ ସୋ, ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ପେଟିଏମ୍ ଡଟ୍ ଇନ୍ କିଂବା ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ଇନସାଇଡର ଡଟ୍ ଇନ୍ ୱେବସାଇଟକୁ ଯାଇ ଟିକେଟ୍ ବୁକିଂ କରିପାରିବେ । ଦିନ ୨ଟାରୁ ଆରମ୍ଭ ହୋଇଛି ଅନଲାଇନ୍ ବୁକିଂ ।

ନିଜ ପରିଚୟପତ୍ର ଯେପରିକି ଆଧାର କାର୍ଡ କିଂବା ଭୋଟର କାର୍ଡର ନଂବର ପଂଜିକରଣ କରାଇ ଡେବିଟ୍ କାର୍ଡ କିଂବା କ୍ରେଡିଟ୍ କାର୍ଡରେ ଅନଲାଇନ୍ ବ୍ୟାକିଙ୍ଗରେ ଟିକେଟ୍ ବୁକିଂ କରିପାରିବେ । ଏହାପରେ ଏହି ଅନଲାଇନ୍ ରସିଦକୁ ଦେଖାଇ ଟିକେଟ୍ କାଉଂଟରରୁ ପରିଚୟ ପତ୍ର ଦେଖାଇ ଟିକେଟ୍ ଆଣିପାରିବେ । ଅନଲାଇନ୍ ଟିକେଟ୍ ବୁକିଂ ବେଳେ ଜଣେ ବ୍ୟକ୍ତି ସର୍ବାଧିକ ୨ଟି ଟିକେଟ୍ ବୁକିଂ କରିପାରିବ । ଅନଲାଇନରେ କେବଳ ଗ୍ୟାଲେରୀ ଟିକେଟ୍, ସ୍ପେଶାଲ ଏନକ୍ଲୋଜର, ଭିଆଇପି ବକ୍ସ ଟିକେଟ୍ ବୁକ୍ କରିପାରିବେ ।

୮ ହଜାର ୧୫୦ଟି ଟିକେଟ୍ ଅନଲାଇନରେ ବିକ୍ରି ପାଇଁ ଉଦ୍ଦିଷ୍ଟ ରହିଛି । ଯେଉଁମାନେ ଟିକେଟ୍ କିଣିବାକୁ ଧାଡିରେ ଘଂଟା ଘଂଟା ଧରି ଠିଆହୋଇ ଟିକେଟ୍ କିଣିବାକୁ ପସନ୍ଦ କରିନଥାନ୍ତି, ସେମାନଙ୍କ ପାଇଁ ଏହି ଅନଲାଇନ୍ ଟିକେଟ୍ ବୁକିଂ ସବୁଠାରୁ ବଡ ସୁଯୋଗ ହେବ । ଆସନ୍ତା ୧୯ ତାରିଖରେ ବାରବାଟୀର ଟିକେଟ୍ କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକେଟ୍ ବିକ୍ରି କରାଯିବ । ବାରବାଟୀର ଦର୍ଶକ କ୍ଷମତା ପ୍ରାୟ ୪୩ ହଜାର ୯୨୯ ରହିଛି ।