ଠାକୁର ଦର୍ଶନ କରିବା ପାଇଁ ଅନଲାଇନରେ ମିଳିବ ଟିକେଟ୍ ! ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ପ୍ରଶାସନ ନେଲା ନିଷ୍ପତ୍ତି

ଡିଜିଟାଲ ଯୁଗରେ ସବୁ କାମ ଡିଜିଟାଲରେ କରିବା ପାଇଁ ପ୍ରସ୍ତୁତି ହେଉଛି

148

କନକ ବ୍ୟୁରୋ : ଡିଜିଟାଲ ଯୁଗରେ ସବୁ କାମ ଡିଜିଟାଲରେ କରିବା ପାଇଁ ପ୍ରସ୍ତୁତି ହେଉଛି । ତେବେ ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ , ଶିରିଡି ସାଇଙ୍କ ଦର୍ଶନ ଏଣିକି ଭକ୍ତମାନେ ଅତି ସହଜରେ କରିପାରିବେ । କାରଣ ଭକ୍ତଙ୍କ ପାଇଁ ଶ୍ରୀ ସାଇ ପ୍ରତିଷ୍ଠାନ ର ଆପ ମଧ୍ୟରେ ସାଇ ଦର୍ଶନ ଓ ଆରତୀ ଟିକେଟ ବୁକିଂ କରିପାରିବେ । ଏହି ସେବା ଗତକାଲିଠାରୁ ହିଁ ଆରମ୍ଭ କରାଯାଇଛି । ପୂର୍ବରୁ ଏହି ଆପରେ ସାଇଙ୍କ ଦର୍ଶନ ସେବା ହିଁ ହୋଇପାରୁଥିଲା । ତେବେ ଆସନ୍ତାକାଲି ସୁଦ୍ଧା ଏହି ଆପ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ରହିଛି । ଦିନକୁ ଦିନ ସାଇ ମନ୍ଦିରରେ ଭକ୍ତଙ୍କ ଙିଡ ବଢିବାରେ ଲାଗିଛି ।

ତେଣୁ ଭକ୍ତଙ୍କ ସୁବିଧା ପାଇଁ ଏପରି ବ୍ୟବସ୍ଥା ହୋଇଥିବା ପ୍ରାଥମିକ ସୂଚନା ମନ୍ଦିର ପକ୍ଷରୁ ଦିଆଯାଇଛି । ଗତବର୍ଷ ବିମାନବନ୍ଦରରୁ ହିଁ ଟିକେଟ ବ୍ୟବସ୍ଥା କରାଯାଇଥିଲା । ରେଳବାଇ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କେବଳ ରେଳ ମଧ୍ୟରେ ପାଖାପାଖି ୩୬ ଲକ୍ଷ ଲୋକ ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥାଆନ୍ତି । ସାଇ ଟ୍ରଷ୍ଟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ , ମନ୍ଦିରରେ ଦିନକୁ ଦିନ ଲୋକଙ୍କ ଭିଡ ଜମିବାରେ ଲାଗୁଛି । ତେଣୁ ଶୃଙ୍ଖଳିତ ଦର୍ଶନ କରାଇବା ପାଇଁ ପ୍ରଶାସନ ପକ୍ଷରୁ ଏପରି କରାଯାଇଛି । ତେବେ ଏପରି ଟିକେଟ ବ୍ୟବସ୍ଥା ହେଲେ ଆଗାମୀ ଦିନରେ ଭକ୍ତ ଅତି ସହଜରେ ଟିକେଟ ବୁକିଂ କରିପାରିବା ସହ ଦର୍ଶନ କରିବେ ବୋଲି ଜଣାପଡିଛି ।