ଆଉ ହେବନି ଅନଲାଇନ୍ ଠକେଇ ! ସରକାର ଆଣୁଛନ୍ତି କଡ଼ା ନିୟମ, ଧୋକ୍କା ହେଲେ ଗ୍ରାହକଙ୍କୁ ଫେରସ୍ତ ମିଳବ ପୁରା ଟଙ୍କା

40

ଅନଲାଇନ୍ ସପିଂ ଏବେ ଆମ ଜୀବନର ଏକ ଗରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି । ଆଜିକାଲି ଚାଲଇି ଅନଲାନ୍ ସପିଂର ଯୁଗ । ଲୋକେ ଦୋକାନକୁ ଦୋକାନ ନଯାଇ ଘରେ ବସି ବସି ସିପିଂ କରିବା ପାଇଁ ପସନ୍ଦ କରୁଛନ୍ତି । ଡିସକାଉଂଟ, ଅଫର ଓ ଅନ୍ୟ ଆକର୍ଷକ ଡିଲ ଯୋଗୁଁ ପ୍ରାୟ ଗ୍ରାହକ ଦୋକାନକୁ ଯାଇ କିଣିକିଣି କରିବା ଅପେକ୍ଷା ଅନଲାଇନ୍ ସପିଂକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ତେବେ ଅନଲାଇନ ସପିଂରେ ଯେତେ ସୁବିଧା ରହିଛି ସେତିକି ଅସୁବିଧା ମଧ୍ୟ ରହିଛି । ଏବେ ଅନଲାଇନ୍ ସପିଂ ଯୋଗୁଁ ଅନେକ ଠକେଇର ଖବର ମଧ୍ୟ ଆସୁଛି । ମୋବାଇଲ ମଗାଇଲେ କେବେ ପଥର ମିଳୁଛି ଆଉ କେବେ ମହାଲକ୍ଷ୍ମୀ ଧନ ଯନ୍ତ୍ର । ଏପରି ମାମଲା ଧୀରେ ଧୀରେ ବଢ଼ିବାରେ ଲାଗିଛି ।

ଏକ ସର୍ବେକ୍ଷଣ ଅନୁସାରେ , ଅନଲାଇନ୍ ସିପିଂ କରୁଥିବା ପ୍ରତି ତୃତୀୟ ବ୍ୟକ୍ତିଙ୍କୁ ନକଲି ଜିନିଷ ମିଳୁଛି । ଏହି ମାମଲାରେ ଅନଲାଇନ୍ ସପିଂ ସାଇଟ ଗୁଡ଼ିକ ନାମରେ ଅନେକ ଅଭିଯୋଗ ଆସୁଛି । ସର୍ଭେ ଅନୁସାରେ ଯେଉଁ ବ୍ରାଣ୍ଡର ବିକ୍ରି ଯେତେ ଅଧିକ ହୁଏ, ତା’ନାମରେ ନକଲି ଜିନିଷ ମଧ୍ୟ ଅଧିକ ବିକ୍ରି ହୁଏ । ସର୍ଭେ ଅନୁସାରେ ୩୮ ପ୍ରତିଶତ ଗ୍ରାହକଙ୍କୁ ବିଗତ ବର୍ଷ ମଧ୍ୟରେ ନକଲି ସାମଗ୍ରୀ ମିଳିଛି । ଗ୍ରାହକଙ୍କ କହିବା ଅନୁସାରେ ନକଲି ସମାଗ୍ରୀ ମଧ୍ୟରେ ଫରଫ୍ୟୁମ, ଜାତା, ପୋଷାକ ଆଦି ଅଧିକ ଆସୁଛି । ତେବେ ଏନେଇ ଭାରତ ସରକାର ନୂଆ ନିୟମ ଆଣିବେ ବୋଲି ପ୍ରସ୍ତୁତି ଚଳାଇଛନ୍ତି ।

ଅନଲାଇନ ସପିଂ କରିବା ସମୟରେ ଅନେକ ଥର ହୁଏ ଆପଣଙ୍କୁ ନକଲି ସାମଗ୍ରୀ ମିଳଯାଏ । ସମସ୍ତଙ୍କ ସହ କେବେ ନା କେବେ ଏପରି ଘଟଣା ନିଶ୍ଚୟ ଘଟିଥିବ । ଗ୍ରାହକଙ୍କୁ ଏଥିପାଇଁ ଅନେକ ଅସୁବିଧା ଭୋଗିବାକୁ ପଡ଼େ । ଏପରିସ୍ଥଳେ ଭାରତ ସରକାର ଏକ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି । ଏହି ନିମୟ ଅନୁସାରେ ଅନଲାଇନ୍ ସପିଂରେ ଗ୍ରାହକଙ୍କ ସହ କେହି ହେଲେ ଗ୍ରାହକ ଠକିପାରିବେ ନାହିଁ । ଯଦି ଏପରି କିଛି ହୁଏ ତେବେ ଠକାମିର ଶିକାର ହୋଇଥିବା ଗ୍ରାହକଙ୍କୁ ପୁରା ଟଙ୍କା ଫେରସ୍ତ ମିଳିବ । ଏହି ନୂଆ ବ୍ୟବସ୍ଥାକୁ କ୍ୟାସବ୍ୟାକ ନାମ ଦିଆଯାଇଛି ।