ଆପଣଙ୍କ ପାନ କାର୍ଡ ହୋଇଯାଇପାରେ ରଦ୍ଦ । ଯଦି ମାର୍ଚ୍ଚ ୩୧ ସୁଦ୍ଧା ନକରିନ୍ତି ଏହି କାମ

ଆପଣ ଯଦି ନିଜର ପାନ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିନାହାନ୍ତି ତେବେ ତୁରନ୍ତ କରାଇନିଅନ୍ତୁ

725

କନକ ବ୍ୟୁରୋ : ଆପଣ ଯଦି ନିଜର ପାନ କାର୍ଡକୁ ଆଧାର କାର୍ଡ ସହ ସଂଯୋଗ କରିନାହାନ୍ତି ତେବେ ତୁରନ୍ତ କରାଇନିଅନ୍ତୁ । ନଚେତ ଆପଣ ଅସୁୁବିଧାର ସମୁଖୀନ ହୋଇପାରନ୍ତି । ଆୟକର ବିଭାଗର ଧାରା ୧୩୯ ଏଏ ଅନୁସାରେ ଆପଣଙ୍କ ପାନ କାର୍ଡ ରଦ୍ଦ ହୋଇଯିବ । ମିଳିଥିବା ସୂଚନା ଅନୁସାରେ ଆୟକର ବିଭାଗ ପାନ କାର୍ଡ ସହ ଆଧାର ଲିଙ୍କ କରାଇବା ପାଇଁ ସମସସୀମା ୨୦୧୯ ମସିହା ମାର୍ଚ୍ଚ ୩୧କୁ ବଢାଇ ଦେଇଥିବା ଜଣାପଡିଛି । ତେବେ ପୂର୍ବରୁ ଏହାକୁ ଜୁନ ୩୦ ୨୦୧୮ ପର୍ଯ୍ୟନ୍ତ ରଖାଯାଇଥିଲା । କିନ୍ତୁ ସମସସୀମା ମଧ୍ୟରେ ଅନେକ ଲୋକ ଆଧାର ସହ ପାନ କାର୍ଡ ଲିଙ୍କ କରାଇନଥିଲେ । ତେଣୁ ତାହାର ସମସସୀମା ବଢାଇଯାଇଥିଲା । ତେଣୁ ଯେଉଁମାନେ ଲିଙ୍କ କରାଇନାହାନ୍ତି ସେମାନେ ଯଥାଶୀଘ୍ର ଲିଙ୍କ କରାଇନେବା ଆବଶ୍ୟକ ରହିଛି ।

 

ଯଦି ଆପଣ ମାନେ ଦିଆଯାଇଥିବା ସମସସୀମା ମଧ୍ୟରେ ଲିଙ୍କ କରାଇ ନପାରନ୍ତି ତେବେ ଅନଲାଇନରେ ଆପଣ ଆଇଟିଆର ଫାଇଲ କରିପାରିବେ ନାହିଁ । ଏହାସହ ଟିକସ ଦେବାରେ ମଧ୍ୟ ଅସୁବିଧାର ସମୁଖୀନ ହୋଇପାରନ୍ତି । ଯଦି ଆପଣ ହୋ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଇଚ୍ଛା କରଖିଛନ୍ତି । ତେବେ ଦିଆଯାଇଥିବା www.incometaxindiaefiling.gov.in ୱେବସାଇଟରେ କ୍ଲିକ କରି ସବିଶେଷ ତଥ୍ୟ ମଧ୍ୟ ପାଇପାରିବେ । ଏହାକୁ ଖୋଲିବା ପରେ ଦିଆଯାଇଥିବା ଲାଲ ରଙ୍ଗର ବିନ୍ଦୁ ଉପରେ କ୍ଲିକ କଲେ ଆଧାର ଲିଙ୍କ କରାଇବା ପାଇଁ ସମସ୍ତ ସୂଚନା ପାଇପାରିବେ । ଯଦି ଆପଣଙ୍କ ଆକାଉଂଟ ନାହିଁ ତେବେ ପ୍ରଥମେ ରେଜିଷ୍ଟ୍ରେସନ କରିବା ପାଇଁ ପଡିବ । ଏହାପରେ ଦିଆଯାଇଥିବା ତଥ୍ୟ ଅନୁସାରେ ନିଜର ପାମ କାର୍ଡ ସମ୍ପର୍କୀୟ ସମସ୍ତ ତଥ୍ୟ ପାଇପାରିବେ । କେବଳ ଏତିକି ନୁହେଁ ବରଂ ମୋବାଇଲ ଆପ ଜରିଆରେ ମଧ୍ୟ ଆପଣ ପାନ ସହ ଆଧାର ଲିଙ୍କ କରିପାରିବେ । ୫୬୭୬୭୮ କିମ୍ବା ୫୬୧୬୧ ଏହି ନମ୍ବରକୁ ମ୍ୟାସେଜ କରି ଲିଙ୍କ କରିପାରିବେ ବୋଲି ସୂଚନା ମିଳିଛି ।

Comments are closed.